Modi Yogi Photograph: (kanak News)
କନକ ବ୍ୟୁରୋ: ଲଗାତାର ତିନିଥର ହେଲାଣି ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦୀ । ୨୦୧୪, ୨୦୧୯ ଏବଂ ୨୦୨୪ରେ ଭଲ ମାର୍ଜିନ୍ରେ ବିଜୟ ହୋଇଛି ଏନଡିଏ । ହେଲେ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି ମୋଦୀ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଓ ଯୋଗୀ ଏହି ପଦରେ ବସିବେ । କିନ୍ତୁ ଏନେଇ ବିଜେପି ପକ୍ଷରୁ ସାମାନ୍ୟତମ ପ୍ରତିକ୍ରିୟା ଆସିନି କି ଏମିତି ଏବେ ହେବାର ନାହିଁ । ହେଲେ ବି ଚର୍ଚ୍ଚା କିନ୍ତୁ ଜୋର । ଇଏ ତ ଗଲା ରାଜନୀତିର ଚର୍ଚ୍ଚା । ଅନେକ ଜ୍ୟୋତିର୍ବିଦ ମଧ୍ୟ ସମାନ କଥା କହିଥିବା ବେଳେ ଆଗାମୀ ଦିନରେ ମୋଦୀ ପିଏମ ପଦ ଛାଡ଼ିବେ ବୋଲି କହିବା ସହ ଏହି ବର୍ଷ ହିଁ ଏମିତି ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି । ତେଣୁ ପିମଏ ପଦକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଜୋର ।
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ କି ମୋଦୀ
ଜାତୀୟ ଗଣମାଧ୍ୟମରେ ବଢିଲା ଚର୍ଚ୍ଚା
ମୋଦୀଙ୍କ ପରେ ଯୋଗୀ ଆସିବା ନେଇ ରାଜନୀତି ଜୋର
ମୋଦୀଙ୍କୁ ନେଇ ଚର୍ଚ୍ଚା ବଢିଲା
ଉତ୍ତର ରଖିଲେ ଯୋଗୀ
ପିଏମ ପଦ ଛାଡ଼ିବା ନେଇ ଚର୍ଚ୍ଚା ବଢିବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ୟୁପି ସିଏମ ଯୋଗୀ ଆଦିତ୍ୟନାଥ । କହିଛନ୍ତି, ରାଜନୀତିକୁ ସେ ତାଙ୍କର ପୂର୍ଣ୍ଣକାଳୀନ ଚାକିରି ବୋଲି ବିବେଚନା କରନ୍ତି ନାହିଁ । ଭବିଷ୍ୟତର ପ୍ରଧାନମନ୍ତ୍ରୀ ଭାବରେ ତାଙ୍କୁ ସମର୍ଥନ କରିବା ପାଇଁ ଜନସାଧାରଣଙ୍କ ଭାବନା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ରାଜନୀତିରେ କେତେବେଳେ କଣ ହେବ କହିବା ମୁସ୍କିଲ । ହେଲେ ଏମିତି ପରିକଳ୍ପନା କରିବା କୌଣସି ପ୍ରୟୋଜନ ବର୍ତ୍ତମାନ ନାହିଁ ବୋଲି ଯୋଗୀ କହିଛନ୍ତି । ଖାଲି ଏତିକି ନୁହେଁ ବରଂ ଯୋଗୀ ଆହୁରି ମଧ୍ୟ କହିଛନ୍ତି, ଦଳ ମତେ ୟୁପିର ଦାୟିତ୍ବ ଦେଇଛି । ଏଠାକାର ଜନତାଙ୍କ ସେବା କରିବାରେ ମତେ ଆନନ୍ଦ ମିଳୁଛି । ରାଜନୀତିରେ ଯିଏ ଥରେ ଆସିଛି ତାହାର ମାନେ ନୁହେଁ ସବୁଦିନ ସେ ହିଁ କ୍ଷମତାରେ ରହିବେ । କାରଣ ଏହା ଚାକିରି ନୁହେଁ ଯେ ଅବସର ସୀମା ନିର୍ଦ୍ଧାରଣ ହେବ । କିନ୍ତୁ ସେ ପ୍ରଧାନମନ୍ତ୍ରୀ ହେବେ କି ନାହିଁ ସେନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
କାହିଁକି ଚର୍ଚ୍ଚାରେ ଯୋଗୀ ?
ସତରେ କଣ ଏମିତି ହେବ ?
ଭାରତରେ ଆମେ ସମସ୍ତେ ଜାଣନ୍ତି ସର୍ବାଧିକ ହିନ୍ଦୁମାନେ ହିଁ ରୁହନ୍ତି । ଅନେକ ସମୟରେ ଯୋଗୀ ହିନ୍ଦୁଙ୍କ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ତାଙ୍କର ବିଚାରଧାରା ଦେଖିଲେ ସ୍ପଷ୍ଟ ଜଣାଯାଏ ଯେ ସେ କେମିତି ଭାରତ ମାତାକୁ ଭଲପାଆନ୍ତି । ଖାଲି ଏତିକି ନୁହେଁ ବରଂ ଯୋଗୀଙ୍କୁ ଆଗାମୀ ଦିନରେ ପିଏମ କରାଯିବ ବୋଲି ସୋସିଆଲ ମିଡିଆରେ ବି ଚର୍ଚ୍ଚା ଚାଲେ । ତେଣୁ ଏବେ ସେହି ଚର୍ଚ୍ଚା ଆହୁରି ବଢୁଛି ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ପ୍ରଧାନମନ୍ତ୍ରୀ ମୋଦୀ ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟକୁ ଗସ୍ତ କରିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି । ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ବିଜେପିର ଆଦର୍ଶଗତ ପରାମର୍ଶଦାତା ଆରଏସଏସ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ସୁଦ୍ଧା ପଦ ଛାଡି ଦିଅନ୍ତୁ ଏବଂ ନୂତନ ନେତୃତ୍ୱ ପାଇଁ ସ୍ଥାନ ଦିଅନ୍ତୁ । ଆଉ ମୋଦୀଙ୍କ ପରେ ଯୋଗୀଙ୍କ ନା ପିଏମ ପାଇଁ ସର୍ବାଧିକ ଚର୍ଚ୍ଚାରେ ରହିଛି ।
Follow Us