କନକ ବ୍ୟୁରୋ: ଗାଡ଼ି ଚଳାଇବା ସମୟରେ ହେଲମେଟ୍ କେତେ ଜରୁରି ତାହା ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗି ତ ହେଲମେଟ୍କୁ ନେଇ ଚେକିଂ ବି କଡ଼ାକଡ଼ି କରାଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା । କାରଣ ଏଣିକି ଯେଉଁମାନେ ବାଇକ୍ କିଣିବାକୁ ଯିବେ ସେମାନଙ୍କୁ କମ୍ପାନୀ ଦୁଇଟି ଆଇଏସଆଇ ସାର୍ଟିଫାଏଡ୍ ହେଲମେଟ୍ ବିକ୍ରି କରିବ ।
ଏଣିକି ବାଇକ୍ କିଣିବାକୁ ଗଲେ ଦୁଇ ହେଲମେଟ୍
ସରକାର ଦେଲେ ବଡ଼ ନିର୍ଦ୍ଦେଶ
କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା
ଗାଡ଼ି କିଣିଲା ବେଳକୁ ହେଲମେଟ୍ କିଣିବେ ଆପଣ
ମନ୍ତ୍ରୀ କହିଲେ, ଲୋକଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ
ଆକ୍ସିଡେଣ୍ଟର ମାମଲା ବଢିବାରେ ଲାଗିଛି । ଯାହାକୁ ନେଇ ସରକାର ବି ଚିନ୍ତାରେ ଅଛନ୍ତି । ତେଣୁ ଗାଡ଼ି କିଣିବା ବେଳେ ହେଲମେଟ୍ କିଣିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । କମ୍ପାନୀଙ୍କୁ ମୋଟରସାଇକେଲ ସହିତ ଯାତ୍ରୀମାନଙ୍କୁ ଦୁଇଟି ହେଲ୍ମେଟ ଦେବାକୁ ଟୁ-ହ୍ୱିଲର ମ୍ୟାନୁଫେକ୍ଚର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ଟିଏଚଏମଏ) ବହୁ ଦିନରୁ ଦାବି କରି ଆସୁଥିଲା । ତେଣୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କମ୍ପାନୀ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ନୀତିନଙ୍କ ନିଷ୍ପତ୍ତିକୁ ନେଇ ଟିଏଚଏମଏର ଅଧ୍ୟକ୍ଷ ରାଜୀବ କପୁର କହିଛନ୍ତି “ଏହା କେବଳ ଏକ ନିୟମ ନୁହେଁ; ଏହା ଏକ ଜାତୀୟ ଆବଶ୍ୟକତା । ଏଭଳି ନିର୍ଦ୍ଦେଶ ଭବିଷ୍ୟତରେ ଆକ୍ସିଡେଣ୍ଟକୁ ରୋକିବାରେ ସାହାଯ୍ୟ କରିବ ।
ଚିନ୍ତା ବଢାଉଛି ଦୁର୍ଘଟଣା
ଦେଶରେ ପ୍ରତିବର୍ଷ ଦୁର୍ଘଟଣା ଜନିତ ମୃତ୍ୟୁ ୧.୮୮ ଲକ୍ଷ
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭାରତରେ ପ୍ରତିବର୍ଷ ୪,୮୦,୦୦୦ରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି । ୧,୮୮,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଏମାନଙ୍କ ମଧ୍ୟରୁ ୬୬ ପ୍ରତିଶକ ମୃତକଙ୍କ ବୟସ ମାତ୍ର ୧୮ ରୁ ୪୫ ବର୍ଷ ମଧ୍ୟରେ । ତେବେ ପ୍ରତିବର୍ଷ ଦୁଇଚକିଆ ଯାନ ଦୁର୍ଘଟଣାରେ ୬୯,୦୦୦ ରୁ ଅଧିକ ଲୋକଙ୍କର ପ୍ରାଣ ଯାଉଛି । ଦୁଇ ଚକିଆ ଯାନ ଦୁର୍ଘଟଣାରେ ପ୍ରାଣ ହରାଉଥିବା ମୋଟ ମୃତ୍ୟୁ ସଂଖ୍ୟାରୁ ୫୦% ହେଲମେଟ୍ ପିନ୍ଧି ନଥିବାରୁ ହେଉଛି । ତେଣୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁଠି ସ୍ବାଗତ କରାଯାଉଛି ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଗାଡ଼ି ଚାଳନା ସମୟରେ ଅନେକ ବ୍ୟକ୍ତି ହେଲମେଟ୍ ପିନ୍ଧୁନାହାନ୍ତି । ଯେଉଁଥି ଲାଗି ଦୁର୍ଘଟଣା ବଢିବାରେ ଲାଗିଛି । ତେଣୁ ଏବେ ଦୁର୍ଘଟଣା କମାଇବାକୁ ନୀତିନ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ପ୍ରଶଂସା ସାଉଣ୍ଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/01/iZLlopbfob0EspwXfdgH.jpg)