କନକ ବ୍ୟୁରୋ:ଏଥର ଟ୍ରମ୍ପଙ୍କ ଟାର୍ଗେଟ୍ରେ ଆମେରିକୀୟ । କହିଲେ,ଆମେ ମାଇକ୍ରୋଚିପ୍ ବି ତିଆରି କରିପାରିବାନି । ହେଲେ ହଠାତ୍ କାହିଁକି ଏମିତି କହିଲେ ଟ୍ରମ୍ପ ତାହାକୁ ନେଇ ଚର୍ଚ୍ଚା ଜୋର । ଡୋନାଲ୍ଡ ଟ୍ରମ୍ପ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ଆମେରିକୀୟମାନେ "ମାଇକ୍ରୋଚିପ୍ସ କିପରି ତିଆରି କରାଯାଏ ତାହା ଜାଣନ୍ତି ନାହିଁ" ଏବଂ ଆମେରିକା ଏହି ଶିଳ୍ପକୁ ତାଇୱାନ ହାତରେ ଦେଇଛି । ସେ ଦେଶ ଘରୋଇ ଚିପ୍ ଉତ୍ପାଦନ ଶିଳ୍ପକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଛି । ତେବେ ଟ୍ରମ୍ପଙ୍କ ମତରେ, ଆମେରିକାର କର୍ମଜୀବୀଙ୍କ ପାଖରେ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଆବଶ୍ୟକୀୟ ବୈଷୟିକ କୌଶଳର ଅଭାବ ରହିଛି ।
ଆହୁରି ପଢ଼ନ୍ତୁ : ଆମେରିକାରୁ ଆସିଲା ଖୁସି ଖବର: ଭାରତ ଉପରୁ ଟାରିଫ୍ ହଟାଇବେ ଟ୍ରମ୍ପ!
ଟ୍ରମ୍ପ କହିଛନ୍ତି, ଯଦି ଆପଣ ଚିପ୍ ତିଆରି କରିବାକୁ ଯାଉଛନ୍ତି ତେବେ ଟ୍ରେନିଂ ନେବାକୁ ପଡ଼ିବ । ହେଲେ ଏବେ ଆମେରିକା ତାଇୱାନା ଉପରେ ଚିପ୍ ନିର୍ମାଣ କରିବାକୁ ନିର୍ଭରଶୀଳ । ଏହା ଆଦୌ ଠିକ୍ ନୁହେଁ ଅର୍ଥାତ୍ ଆମେରିକା ନିଜେ ଚିପ୍ ତିଆରି କରିବାର ଆବଶ୍ୟକତା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକାର ଚିପ୍ ବଜାର ଖୁବ୍ଶୀଘ୍ର ପୁନରୁଦ୍ଧାର ହେବ ଏବଂ କିଛି ବର୍ଷ ମଧ୍ୟରେ ଘରୋଇ ଉତ୍ପାଦନରେ ବୃଦ୍ଧି ଘଟିବ । ତେବେ ସେ ଆମେରିକୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ୨୦୨୨ ଚିପ୍ସ ଆକ୍ଟକୁ ଏକ "ବିପର୍ଯ୍ୟୟ" ବୋଲି କହିଛନ୍ତି ଟ୍ରମ୍ପ ।
ଆହୁରି ପଢ଼ନ୍ତୁ : ଆମେରିକାରୁ ଆସିଲା ଖୁସି ଖବର: ଭାରତ ଉପରୁ ଟାରିଫ୍ ହଟାଇବେ ଟ୍ରମ୍ପ!
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପରେ ଆମେରିକାରେ କୁଶଳୀ ଶ୍ରମିକଙ୍କ ଅଭାବ ରହିଛି। ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ବିନା ପ୍ରତିଭାରେ କୌଣସି କାମ କରିବା ସମ୍ଭବ ନୁହେଁ । ତେଣୁ ଲୋକଙ୍କୁ ଉପଯୁକ୍ତ ତାଲିମ୍ ଦେବା ପରେ ହିଁ କାମ କରିହେବ । ତେବେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ରିପବ୍ଲିକାନ୍ ସହଯୋଗୀଙ୍କ ମଧ୍ୟରେ ଏକ ବିତର୍କ ସୃଷ୍ଟି କରିଛି । ଯେଉଁମାନଙ୍କ ମଧ୍ୟରୁ ଅନେକ H-1B ଭିସାକୁ ସମାପ୍ତ କରିବାକୁ ଦାବି କରୁଛନ୍ତି ।
କଥାହେଲା,ମାଇକ୍ରୋଚିପ୍ ଉଦ୍ଭାବନ କରିଥିବା ଦୁଇଜଣ ବ୍ୟକ୍ତି—ଜ୍ୟାକ୍ କିଲବି ଏବଂ ରବର୍ଟ ନୋଏସ୍—ଆମେରିକୀୟ ଇଞ୍ଜିନିୟର ଥିଲେ ଏବଂ ସେମାନେ ଆମେରିକାରେ ହିଁ କାମ କରୁଥିଲେ। ସୂଚନା ଅନୁସାରେ, ୧୯୯୦ରେ ଆଧୁନିକ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷମତାର ୩୭% ଆମେରିକାରେ ଥିବାବେଳେ ଆଜି ଏହା ୧୨%କୁ ଖସି ଆସିଛି। ଯାହାକୁ ନେଇ ଏବେ ଟ୍ରମ୍ପ କିଛି ଏମିତି ବୟାନ ଦେଇଛନ୍ତି ।
ଆହୁରି ପଢ଼ନ୍ତୁ : ଆମେରିକାରୁ ଆସିଲା ଖୁସି ଖବର: ଭାରତ ଉପରୁ ଟାରିଫ୍ ହଟାଇବେ ଟ୍ରମ୍ପ!
ଏପଟେ, ଟ୍ରମ୍ପ ପ୍ରଶାସନ H-1B ଭିସା ନିୟମକୁ କଡାକଡି କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହି କଠୋର ନୀତି ସତ୍ତ୍ୱେ, ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ ଆମେରିକାର ଅର୍ଥନୀତିକୁ ବଜାୟ ରଖିବା ପାଇଁ କୁଶଳୀ ବିଶ୍ୱସ୍ତରୀୟ ପ୍ରତିଭାଙ୍କ ଆବଶ୍ୟକତା ରହିଛି। ସେ ବିଦେଶୀ କମ୍ପାନିଗୁଡ଼ିକୁ ଆମେରିକାରେ ନିବେଶ କରିବାକୁ ଏବଂ ଆମେରିକୀୟ ଶ୍ରମିକମାନଙ୍କୁ ତାଲିମ ଦେବାକୁ ଉତ୍ସାହିତ କରିଛନ୍ତି, ଯାହା ଦ୍ୱାରା ଦେଶର ଶିଳ୍ପ ନେତୃତ୍ୱ ପୁନଃସ୍ଥାପିତ ହୋଇପାରିବ । ମୋଟ୍ ଉପରେ ଆମଦାନୀ ଶୁଳ୍କକୁ ନେଇ ଟ୍ରମ୍ପ ଚର୍ଚ୍ଚାରେ ଥିବା ବେଳେ ଏବେ ଆମେରିକୀୟଙ୍କୁ ନେଇ ସେ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/18/donald-trump-2025-11-18-13-52-48.jpg)