କନକ ବ୍ୟୁରୋ: ଆମେରିକା ପୁଣି ଇତିହାସ ଦୋହରାଇଛି । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ଯେଉଁଭଳି ଘରୁ ଉଠାଇଆଣି ବନ୍ଦୀ କରିନେଲା ତାହା ୩୬ ବର୍ଷ ତଳର ଏଭଳି ଘଟଣାକୁ ମନେପକାଇଦେଇଛି। ସେତେବେଳେ ଆମେରିକାର ସିନିୟର ବୁଶ୍ ସରକାର ପାନାମାର ଶାସକ ନୋରିଏଗାଙ୍କୁ ବନ୍ଦୀ କରି ଆଣିଲେ । ତାଙ୍କ ଉପରେ ଏକାଧିକ ମାମଲା ଲଗାଇ ତାଙ୍କୁ ଗେଲରେ ରଖିଥିଲେ । ପାନାମା ଅପରେସନ୍ ପରେ ଇରାକୀ ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନଙ୍କୁ ବି ଗିରଫ କରିଆଣି ଫାଶୀରେ ଚଢ଼ାଇଲେ ଆମେରିକା ସରକାର ।
ବିଶ୍ୱ ରାଜନୈତିକ ଇତିହାସରେ ଏପରି ଅନେକ ଘଟଣା ଅଛି ଯାହା ସମୟ ବିତିବା ପରେ ବି ତା’ର ପୁନରାବୃତ୍ତି ଘଟିଛି। ଏହାର ଉଦାହରଣ ହେଉଛି ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ଘଟଣା । ଏ ଘଟଣା ପ୍ରାୟ ୩୬ ବର୍ଷ ପୂର୍ବେ ପାନାମାରେ ହୋଇଥିବା ମିଲିଟାରି ଅପରେସନକୁ ଦୋହରାଇଛି , ଯେତେବେଳେ ଆମେରିକା ପାନାମାର ଏକଛତ୍ରବାଦୀ ଶାସକ ମାନୁଆଲ୍ ନୋରିଗାଙ୍କୁ ଧରିବା ପାଇଁ ପାନାମା ଉପରେ ଆକ୍ରମଣ କରିଥିଲା ।
ଅଧିକ ପଢ଼ନ୍ତୁ : ନ୍ୟୁୟର୍କ ଜେଲ୍ରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ, ଚିନ୍ତା ପ୍ରକଟ କଲା ଜାତିସଂଘ
ଟ୍ରମ୍ପଙ୍କ ଅଭିଯୋଗ, ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଡ୍ରଗ୍ସ ତସ୍କରି ଏବଂ ଆତଙ୍କବାଦୀ ସହ ସାମିଲ ଅଛନ୍ତି । ଏ ନେଇ ୨୦୨୦ରେ ମାଦୁରୋଙ୍କ ବିରୁଦ୍ଧରେ ଆମେରିକୀୟ କୋର୍ଟରେ ଦୁର୍ନୀତି, ନିଶା କାରବାର ଏବଂ ଅନ୍ୟାନ୍ୟ ଗୁରୁତର ଅଭିଯୋଗରେ ଅଭିଯୁକ୍ତ କରାଯାଇଥିଲା । ତାଙ୍କୁ ଗିରଫ କିମ୍ବା ଦୋଷୀ ସାବ୍ୟସ୍ତ କରିବା ପାଇଁ ସୂଚନା ପାଇଁ ଆମେରିକା ୫୦ ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା।, ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୪ଶହ କୋଟି ।
ପାନାମା ଅପରେସନ୍ କ'ଣ?
ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆମେରିକା କୌଣସି ଲାଟିନ୍ ଆମେରିକୀୟ ଦେଶ ଉପରେ ଆକ୍ରମଣ କରି ଏହାର ଶାସକଙ୍କୁ ଗିରଫ କରିଛି । ପୂର୍ବରୁ, ୧୯୮୯ ମସିହାରେ, ଆମେରିକା ପାନାମା ଉପରେ ଆକ୍ରମଣ କରି ଏହାର ଶାସକ ମାନୁଏଲ୍ ନୋରିଗାଙ୍କୁ ଗିରଫ କରିଥିଲା। ଏହା ଥିଲା ଅନ୍ତର୍ଜାତୀୟ ଘଟଣାର ସବୁଠୁ ବଡ଼ ଘଟଣା । ୧୯୬୮ରେ ଓମାର ଟୋରିଜୋସଙ୍କ ବିଦ୍ରୋହ ପରେ ପାନାମାରେ ମାନୁଏଲ୍ ନୋରିଗାଙ୍କ କ୍ଷମତା ବୃଦ୍ଧି ହୋଇଥିଲା । ଟୋରିଜୋସଙ୍କ ଅଧୀନରେ ନୋରିଗାଙ୍କୁ ସାମରିକ ଗୁପ୍ତଚର ମୁଖ୍ୟ ନିଯୁକ୍ତ କରାଯାଇଥିଲା। ଭାରି ଚତୁର କିନ୍ତୁ ନିଷ୍ଠୁର ଥିଲେ ।
୧୯୭୦ ଶୀତଳ ଯୁଦ୍ଧ ସମୟରେ ନୋରିଗା ଆମେରିକୀୟ ଗୁପ୍ତଚର ସଂସ୍ଥା, CIA ପାଇଁ କାମ କରୁଥିଲେ। ଆମେରିକାରେ ସାମ୍ୟବାଦର ମୁକାବିଲା କରିବାରେ ଆମେରିକାକୁ ସାହାଯ୍ୟ ବି କରିଥିଲେ । ପାନାମାରେ ଆମେରିକୀୟ ଗୁପ୍ତଚର ଘାଟି ସ୍ଥାପନ କରିବାରେ ଏବଂ ଆମେରିକୀୟ ସମର୍ଥକ ଶକ୍ତିକୁ ସମର୍ଥନ ପ୍ରଦାନ କରିବାରେ ନୋରିଗା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ହେଲେ ୧୯୮୧ ମସିହାରେ ଏକ ବିମାନ ଦୁର୍ଘଟଣାରେ ଓମାର ଟୋରିଜୋସଙ୍କ ମୃତ୍ୟୁ ପରେ, ନୋରିଗା ପାନାମାର ପ୍ରକୃତ ଶାସକ ହୋଇଥିଲେ । ଏହାପରେ ତାଙ୍କ ମନୋଭାବ ବଦଳିଯାଇଥିଲା । ସେ କୁଖ୍ୟାତ କଲମ୍ବିଆନ୍ ଡ୍ରଗ୍ ଲର୍ଡ ପାବ୍ଲୋ ଏସ୍କୋବାରଙ୍କ ଭଳି ଅପରାଧୀଙ୍କ ସହିତ ସାମିଲ ହୋଇଥିଲେ । ପାନାମା ବ୍ୟାଙ୍କ ମାଧ୍ୟମରେ ଡ୍ରଗ୍ସ ଚାଲାଣରୁ ମିଳୁଥିବା ଟଙ୍କାକୁ ଧଳା କରିବା ଏବଂ ଆମେରିକାକୁ କୋକେନ୍ ଯୋଗାଇବାରେ ନୋରିଗାଙ୍କ ଭୂମିକା ଜଣାପଡ଼ିଥିଲା। ଆମେରିକୀୟ ଗୁପ୍ତଚର ସଂସ୍ଥାଗୁଡ଼ିକ ନୋରିଗାଙ୍କ କାର୍ଯ୍ୟକଳାପ ବିଷୟରେ ଜାଣିପାରିଲେ କିନ୍ତୁ ଆମେରିକା ପ୍ରତି ତାଗଭ୍କ ସହଯୋଗ ରହିଥିବାରୁ ତାଙ୍କୁ ଗିରଫ କରିପାରୁନଥିଲେ ।
ସମୟ କ୍ରମେ, ଆମେରିକା ସହ ନୋରିଗାଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଲା । ୧୯୮୯ରେ ନୋରିଗାଙ୍କୁ ପାନାମାର ସବୋଚ୍ଚ ନେତା ଘୋଷଣା କରାଯିବା ପରେ ଏବଂ ସେ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କଲେ । ଏହାର ଜବାବରେ ପାନାମା ସିଟିରେ ଆମେରିକୀୟ ସୈନ୍ୟ ଆକ୍ରମଣ କରି ନୋରିଗୋଙ୍କୁ ବନ୍ଦୀ କରିଥିଲା । ଆମେରିକା ଜେଲରେ ଦୀର୍ଘ ୨୦ ବର୍ଷ ରହିବା ପରେ ନୋରାଗାଙ୍କମର ଅତି ଦୟନୀୟ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
Follow Us