କନକ ବ୍ୟୁରୋ : ପାକିସ୍ତାନରେ ଶୋଚନୀୟ ପରିସ୍ଥିତି । ଟମାଟୋ ଖାଇବା ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଯାଇଛି । ଚିକେନଠୁ ଟମାଟୋ ଦର ଦୁଇଗୁଣ ହୋଇଯାଇଛି । ଅର୍ଥାତ୍ ଲୋକେ ଚିକେନ୍ କିଣିବେ କିନ୍ତୁ ସେଥିରେ ଯଦି ଟମାଟୋ ପକାଇବାକୁ ଚାହିଁବେ ତେବେ ସେନାନଙ୍କୁ ଚିକେନଠୁ ଦୁଇଗୁଣା ଅଧିକ ଦାମ୍ ଦେଇ ଟମାଟୋ କିଣିବାକୁ ପଡ଼ିବ । ଏକଥା ଆମେ କହୁନାହୁଁ, ସାମ୍ନାକୁ ଆସିଥିବା ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । କେମିତି ପାକିସ୍ତାନରେ ଟମାଟୋ ଖାଇବା ଏକପ୍ରକାର ସ୍ବପ୍ନ ହୋଇଯାଇଛି ।

Advertisment

କମୁଛି ସୁନା ଓ ରୁପା ଦର: ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟଠାରୁ ପ୍ରାୟ ୯ରୁ ୧୬ ପ୍ରତିଶତ ହ୍ରାସ

ଦରଦାର ବୃଦ୍ଧିକୁ ନେଇ ଚିନ୍ତାରେ ପାକିସ୍ତାନ ଖାଉଟୀ । ଶେହବାଜ ସରିଫଙ୍କ ପାକିସ୍ତାନରେ ଟମାଟୋ ଭଳି ପନିପରିବା ଏବେ ବିଳାସପୂର୍ଣ୍ଣ ସାମଗ୍ରୀରେ ପରିଣତ ହୋଇଛି । କରାଚୀ, ଇସଲାମାବାଦରୁ ଆରମ୍ଭ କରି ଲାହୋର ପର୍ଯ୍ୟନ୍ତ ଟମାଟୋ ଦର ଆକାଶଛୁଆଁ ହୋଇଛି । ଦେଶରେ ପୂର୍ବରୁ ଟମାଟୋ ଶସ୍ତା ନଥିଲା । କିନ୍ତୁ ୧୦୦ ଟଙ୍କାରେ ମିଳୁଥିବା ଏହି ପରିବା ଏବେ ଅହେତୁକ ମହଙ୍ଗା ହୋଇଛି । ସରକାରଙ୍କ ଖରାପ ନୀତି ଯୋଗୁଁ ପରିବା ଦର ଆକାଶଛୁଆଁ ହୋଇଛି । ଯାହା ପାକିସ୍ତାନବାସୀଙ୍କୁ ମୁଣ୍ଡ ଉପରେ ଲଳିତାବିଡ଼ା ସଦୃଶ ହୋଇଚି । ଏବେ ଏକ କିଲୋ ଟମାଟୋ ଦର ୭୦୦ ଟଙ୍କାରେ ବିକ୍ରି ହେଉଛି । ଅର୍ଥାତ୍ ପୂର୍ବ ତୁଳନାରେ ସାତ ଗୁଣା ବୃଦ୍ଧି ପାଇଛି । ଏହା ପଛର କାରଣ ହେଉଛି ପାକିସ୍ତାନରେ ଚାଲିଥିବା ଯୁଦ୍ଧ । ଭାରତ ସହ ବିବାଦ ପରେ ବାଣିଜ୍ୟ କାରବାର ଅଟକି ରହିଛି ଏବଂ ଅନେକ ଜିନିଷର ମୂଲ୍ୟ ଦୁଇଗୁଣ କିମ୍ବା ତିନିଗୁଣରୁ ଅଧିକ ମିଳୁଛି । ଏହା ପରେ ପାକିସ୍ତାନ ଆଫଗାନିସ୍ତାନ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୀମାରେ ପନିପରିବା ବୋଝେଇ ଅନେକ ଟ୍ରକ ମଧ୍ୟ ଅଟକି ରହିଛି । ଫଳରେ ବଜାରରେ ମାଲ୍ ପହଞ୍ଚି ପାରୁନାହିଁ । ଗୋଦାମ ଖାଲି ପଡିଥିବା ବେଳେ ପରିବା ବଜାରରେ ଥିବା ବଳକା ସାମଗ୍ରୀକୁ ବିଳାସପୂର୍ଣ୍ଣ ସାମଗ୍ରୀ ଭାବେ ମଧ୍ୟ ବିକ୍ରି କରାଯାଉଛି । ଅନ୍ୟପକ୍ଷରେ ପାକିସ୍ତାନ ସରକାର ଏହାକୁ ଆଦୌ ଗୁରୁତ୍ୱର ଦେଉନାହାନ୍ତି । ପାକିସ୍ତାନର ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ଏହି ପ୍ରସଙ୍ଗ ଉଠାଉଲେ ବି ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପାକିସ୍ତାନ ସରକାର ବାରମ୍ବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ଦ୍ୱାରସ୍ଥ ହେଉଛି । କିନ୍ତୁ ଦେଶରେ ଦରଦାର ବୃଦ୍ଧି ନିୟନ୍ତ୍ରଣକୁ ଆସିପାରୁନାହିଁ । 

ସରକାର କରିବେ ଆଳୁ ଚାଷ: ଚଳିତ ବର୍ଷ ୫୦ ହଜାରରୁ ଅଧିକ ଏକର ଜମିରେ ଆଳୁ ଚାଷ କରିବାକୁ ଯୋଜନା

ପୂର୍ବରୁ ପାକିସ୍ତାନରେ ଅଟା ସଂକଟ ଦେଖିବାକୁ ମିଳିଥିଲା । ସୋସିଆଲ୍ ମିଡ଼ିଆରେ ଏନେଇ ଅନେକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଅଟା ପାଇଁ ଲୋକେ କେମିତି ମାରପିଟ୍ ହେଉଥିଲେ । ଲୋକଙ୍କୁ ରୁଟି ପଟେ ମିଳିବା ଏକପ୍ରକାର ସ୍ୱପ୍ନ ହୋଇଯାଇଥିଲା । ସେତେବେଳେ ବି ସରକାର କୌଣସି ପଦକ୍ଷେପ ନେଇନଥିଲେ । ଆଉ ଏବେ ଯେତେବେଳେ ପରିବା ଦର ୭୦୦ରୁ ୧୦୦୦ ଟଙ୍କାରେ ପହଞ୍ଚିଯାଇଛି ।

ସେତେବେଳେ ବି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । କି ଲୋକଙ୍କ କଥା ଭାବୁନାହାନ୍ତି । ଯେଉଁଥିପାଇଁ ଲୋକେ ହତାସ ହୋଇଛନ୍ତି । ଆଉ ସରକାରଙ୍କ ଉପରେ ଲୋକଙ୍କ ଆକ୍ରୋସ ବଢ଼ିବାରେ ଲାଗିଛି । ଏତେ ସବୁ ସଂକଟ ଭିତରେ ବି ପାକିସ୍ତାନ ସୁଧୁରିବାର ନାଁ ଧରୁନି । ପଡୋଷୀ ଦେଶମାନଙ୍କ ସହ ବିବାଦ ବଢ଼ାଇବାରେ ଲାଗିଛି ଏବଂ ଯୁଦ୍ଧ କରୁଛି ।