୧୩ ଛକା, ୧୨ ଚୌକା...ବିଜୟ ହଜାରେ ଟ୍ରଫିରେ ଏହି ଖେଳାଳି ମାରିଲେ ଡବଲ୍ ସେଞ୍ଚୁରି

Advertisment

ହାଇଦ୍ରାବାଦର ଓପନର ଅମନ ରାଓ ବିଜୟ ହଜାରେ ଟ୍ରଫିରେ ରଚିଲେ ଇତିହାସ । ମଙ୍ଗଳବାର ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଅମନ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ମାଇଲଖୁଣ୍ଟ ହାସଲ କରିଛନ୍ତି । ଅମନ ଅପରାଜିତ ଦ୍ୱିଶତକ ହାସଲ କରିବା ସହିତ ହାଇଦ୍ରାବାଦର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ସଫଳତା ହାସଲ କରିଛନ୍ତି ।

ହାଇଦ୍ରାବାଦର ଓପନର ଅମନ ରାଓ ବିଜୟ ହଜାରେ ଟ୍ରଫିରେ ରଚିଲେ ଇତିହାସ । ମଙ୍ଗଳବାର ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଅମନ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ମାଇଲଖୁଣ୍ଟ ହାସଲ କରିଛନ୍ତି । ଅମନ ଅପରାଜିତ ଦ୍ୱିଶତକ ହାସଲ କରିବା ସହିତ ହାଇଦ୍ରାବାଦର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ସଫଳତା ହାସଲ କରିଛନ୍ତି ।

vijay hazare trophy

vijay hazare trophy Photograph: (kanak news)

କନକ ବ୍ୟୁରୋ: ହାଇଦ୍ରାବାଦର ଓପନର ଅମନ ରାଓ ବିଜୟ ହଜାରେ ଟ୍ରଫିରେ ରଚିଲେ ଇତିହାସ । ମଙ୍ଗଳବାର ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଅମନ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ମାଇଲଖୁଣ୍ଟ ହାସଲ କରିଛନ୍ତି । ଅମନ ଅପରାଜିତ ଦ୍ୱିଶତକ ହାସଲ କରିବା ସହିତ ହାଇଦ୍ରାବାଦର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ସଫଳତା ହାସଲ କରିଛନ୍ତି ।  ମିଳିଥିବା ସୂଚନା ଅନୁସାରେ, ଅମନ ୧୫୪ ବଲରୁ ଅପରାଜିତ ୨୦୦ ରନ୍ କରିଥିଲେ, ଯେଉଁଥିରେ ୧୩ ଛକା ଏବଂ ୧୨ ଚୌକା ଅନ୍ତର୍ଭୁକ୍ତ ଥିଲା। ଉଲ୍ଲେଖନୀୟ ଯେ, ଅମନ ଶେଷ ବଲରେ ଛକା ମାରି ତାଙ୍କର ଦ୍ୱିଶତକ ପୂରଣ କରିଥିଲେ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି, ହାଇଦ୍ରାବାଦ ଅମନ ରାଓଙ୍କ ଐତିହାସିକ ଇନିଂସ ସହ ୩୫୨/୫ର ବିଶାଳ ସ୍କୋର କରିଥିଲା। ଅମନ ବେଙ୍ଗଲର ବୋଲିଂ ଆକ୍ରମଣକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ, ଯେଉଁଥିରେ ଷ୍ଟାର ବୋଲର ମହମ୍ମଦ ଶାମି, ମୁକେଶ କୁମାର ଏବଂ ଆକାଶ ଦୀପଙ୍କ ଭଳି ବୋଲର ସାମିଲ ଥିଲେ। ହେଲେ ଏହି ଷ୍ଟାର ବୋଲରଙ୍କ ସାମ୍ନାରେ ଅମନ ରାଓ ନିର୍ଭୀକ ବ୍ୟାଟିଂ କରିବା ସହିତ ସାମି, ମୁକେଶ ଏବଂ ଆକାଶ ଦୀପଙ୍କ ବିରୁଦ୍ଧରେ ଏକାକି ୧୨୦ ରନ କରିଥିଲେ, ଯେଉଁଥିରେ ୮ଟି ଛକା ଥିଲା।

ଆହୁରି ପଢ଼ନ୍ତୁ : ମିଲର୍ସ ଆନ୍ଦୋଳନ ଅନ୍ୟ କାହା ଦ୍ବାରା ହେଉଛି ପରିଚାଳିତ ହେଉଛି ; ସମବାୟ ମନ୍ତ୍ରୀ

ଅମନ ୬୫ ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ଏବଂ ୧୦୮ ରନ୍‌ରେ ଶତକ ପୂରଣ କରିଥିଲେ। ଏହାପରେ ସେ ମାତ୍ର ୪୬ ବଲ୍‌ରେ ତାଙ୍କର ଦ୍ୱିଶତକ ପୂରଣ କରିଥିଲେ । ସୂଚନାଯୋଗ୍ୟ ଯେ, ବିଜୟ ହଜାରେ ଟ୍ରଫି ଇତିହାସରେ ଏହା ନବମ ଦ୍ୱିଶତକ ଏବଂ ଚଳିତ ବିଜୟ ହଜାରେ ଟ୍ରଫି ସିଜିନର ଦ୍ୱିତୀୟ ଦ୍ୱିଶତକ । ପୂର୍ବରୁ ଓଡ଼ିଶାର ସ୍ୱସ୍ତିକ ସାମଲ ସୌରାଷ୍ଟ୍ର ବିପକ୍ଷରେ ୨୧୨ ରନ୍ ହାସଲ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe