କନକ ବ୍ୟୁରୋ: ସାଉଥ୍ ଇଣ୍ତଷ୍ଟିର ଅଭିନେତା ଆଲ୍ଲୁ ଅର୍ଜୁନ ଙ୍କ ଭାଇ ଆକ୍ଟର ଆଲ୍ଲୁ ସିରିଶ ଗତକାଲି ହାଇଦ୍ରାବାଦରେ ତାଙ୍କ ପ୍ରେମିକା ନୟନିକା ରେଡ୍ଡିଙ୍କ ସହ ବିବାହ ବନ୍ଦନରେ ବାନ୍ଧି ହୋଇଛନ୍ତି । ଏହି ବିବାହ ଏ ବର୍ଷର ଏକ ଚର୍ଚ୍ଚାର ବିଷୟ ଅଛି ତାଙ୍କର ସେୟାର କରିଥିବା ବିବାହର ପୂର୍ବ ଉତ୍ସବ ଗୁଡ଼ିକର ଫୋଟ ଯାହା ଫାନ୍ସ ମାନଙ୍କୁ ଖୁବ ପସନ୍ଦ ଆସିଛି ।ଆଲ୍ଲୁ ସିରିଶ ଏବଂ ତାଙ୍କ ପତ୍ନୀ ନୟନିକା ଙ୍କ ବିବାହକୁ ନେଇ ପ୍ରଶଂସର ଏବଂ ଚଳଚିତ୍ର ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ଦମ୍ପତି ନିଜର ବିବାହ ଜୀବନ ଆରମ୍ଭ କରିବାକୁ ଯାଉଥିବା ବେଳେ ସମସ୍ତେ ତାଙ୍କ ପ୍ରେମ ସମ୍ପକ ଏବଂ ନୟନିକା ସମ୍ପକରେ ଜାଣିବାକୁ ଖୁବ ଆଗ୍ରହୀ ।
ଅନେକ ସେଲିବ୍ରିଟି ଙ୍କ ପତ୍ନୀଙ୍କ ପରି ସେ ମଧ୍ୟ ଚଳଚିତ୍ର ଜଗତରୁ ନୁହନ୍ତ । ନୟନିକାଙ୍କ ଏକ ବ୍ୟକ୍ତିଗତ ଜୀବନ ରହିଛି । ସେ ତାଙ୍କର ଲିଙ୍କଡ୍ରୀନ ପ୍ରୋଫାଇଲ ଦେଖିଲେ ଜଣାପଡ଼ିଛୁ ସେ ତାଙ୍କର ସ୍କୁଲ ଶିକ୍ଷା ହାଇଦ୍ରାବାଦ ରୁ ଶେଷ କରିଥିଲେ । ପରେ ସେ ହାଇଦ୍ରାବାଦର ଇଞ୍ଜିନିୟର କଲେଜ ମଧ୍ୟରୁ ଏକ ପ୍ରସିଦ୍ଦ କଲେଜ ଚୈତନ୍ୟ ଭାରତୀ ଇନଷ୍ଟିଚ୍ୟୁଟ ଟେକ୍ନୋଲୋଜି ସିଭିଲ ଇଞ୍ଜିନିୟରିଂ ସ୍ମାତକ ଶେଷ କରି ସେ ବିଦେଶ ଚାଲିଯାଇଥିଲେ । ନୟନିକା ତାଙ୍କର ଏମବିଏ ପାଠ ପାଇଁ ଲଣ୍ତନର ଏକ ଜଣାଶୁଣା କଲେଜରେ ପଲିଟିକାଲ ଏବଂ ଇକୋନୋମିକରେ ଡିଗ୍ରୀ ହାସଲ କରିଥିଲେ । ତାଙ୍କ ବନ୍ଧୁ ଏବଂ ପରିବାର ଲୋକଙ୍କ କହିବା ଅନୁସାରେ ସେ ନିଜର ବ୍ୟକ୍ତିଗତ ଜୀବନ ବଞ୍ଚିବାକୁ ଭଲପାନ୍ତି । ଏବଂ ସେ ଜଣେ ବିଜନେସ୍ ଫ୍ୟାମିଲିରୁ ଆସନ୍ତି ।
ଆହୁରି ପଢ଼ନ୍ତୁ:ଯାଜପୁରରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ପାଳିତ, ଶକ୍ତି ସ୍ୱରୂପିଣୀ କାର୍ଯ୍ୟକ୍ରମ ଆୟୋଜିତ
ଆଲ୍ଲୁ ସିରିଶ ଏବଂ ନୟନିକା ସମ୍ପକ ଏକ ସାକ୍ଷାତକାରରୁ ଆରମ୍ଭ ହେଇଥିଲା ଉଭୟ ଏକ ବିବାହରେ ପ୍ରଥମଥର ପାଇଁ ଦେଖା ହୋଇଥିଲେ ପରେ ଧୀରେ ଧୀରେ କଥା ବାର୍ତା ଆଗକୁ ବଢିଥିଲା । ର୍ଦୀଘଦିନ ଧରି ସମ୍ପକୁ ଲୁଚାଇ ରଖିଥିଲେ ପରେ ଏକ ୨୦୨୫ରେ ଦୁଇଜଣଙ୍କ ଏକ ହାତ ଧରିଥିବା ଏକ ଫୋଟ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ଯାହାର ତାରିଖ ତାଙ୍କ ଜେଜେବାପା ଙ୍କ ଜନ୍ମଜୟନ୍ତୀ ସହ ସମାନ ।ଏହାପରେ ଦୁହେଁ ନିର୍ବନ୍ଧ କରିଥିଲେ ଏବଂ ତାଙ୍କ ବିବାହ ୦୬ମାର୍ଚ୍ଚ ରେ ଶେଷ ହୋଇଯାଇଛି । ଏହା ଦାଇଦ୍ରାବାଦର ଠାରେ ଅନୁଷ୍ଠିତ ହେଇଛି ଏବଂ ଏହାର ଫୋଟ ଗୁଡ଼ିକ ମଧ୍ୟ ସେୟାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/allu-sirish-nayanika-1-2026-03-07-09-43-46.webp)