କନକ ବ୍ୟୁରୋ: ସୁପରଷ୍ଟାର୍ ଥାଲାପଥି ବିଜୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଖବରର ହେଡଲାଇନ୍ସରେ । ଗୋଟିଏ ପଟେ ପତ୍ନୀ ସଙ୍ଗୀତାଙ୍କ ସହ ତାଙ୍କର ଛାଡ଼ପତ୍ର ମାମଲା ଚାଲିଥିବା ବେଳେ, ଅନ୍ୟପଟେ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ସହ ତାଙ୍କୁ ଏକ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିଛି । କଣ ଏହା ଏକ ନୂଆ ସମ୍ପର୍କର ସଂକେତ ନା କେବଳ ବନ୍ଧୁତା?
ଆହୁରି ପଢ଼ନ୍ତୁ: ରୁଷ ତେଲ କିଣିବାକୁ ୩୦ ଦିନ ଛାଡ଼
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଜଣାଶୁଣା ଚେହେରା ବିଜୟ ଏବଂ ତ୍ରିଶାଙ୍କ ବନ୍ଧୁତାକୁ ନେଇ ଅନେକ ଦିନରୁ ଗୁଜବ ଶୁଣାଯାଉଥିଲା । କିନ୍ତୁ ନିକଟରେ ଚେନ୍ନାଇରେ ଆୟୋଜିତ ଏକ ଗ୍ରାଣ୍ଡ୍ ୱେଡିଂ ରିସେପ୍ସନ୍ରେ ଦୁହିଁଙ୍କୁ ଏକାଠି ଦେଖି ପ୍ରଶଂସକ ଏବଂ ମିଡିଆ ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରଯୋଜକ କଳ୍ପତି ସୁରେଶଙ୍କ ପୁଅଙ୍କ ବିବାହ ଭୋଜିରେ ବିଜୟ ଏବଂ ତ୍ରିଶାଙ୍କୁ ଏକାଠି ଏଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛି, ଦୁହେଁ ପ୍ରାୟ ସମାନ ରଙ୍ଗର ପୋଷାକରେ ନଜର ଆସିଥିଲେ, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।
ବଡ଼କଥା ହେଉଛି ଯେ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣଲିଙ୍ଗମ୍ ନିକଟରେ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ସଙ୍ଗୀତା ତାଙ୍କ ପିଟିସନ୍ରେ ବିଜୟଙ୍କ ବିରୋଧରେ କିଛି ସଂଗୀନ ଅଭିଯୋଗ ଆଣିଥିବା ଚର୍ଚ୍ଚା ହେଉଛି । ଏପରି ଏକ ସମ୍ବେଦନଶୀଳ ସମୟରେ, ଯେତେବେଳେ ପାରିବାରିକ ବିବାଦ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି, ସେତେବେଳେ ତ୍ରିଶାଙ୍କ ସହ ବିଜୟଙ୍କ ଏହି ଉପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ନେଟିଜେନ୍ସମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି । କେହି କେହି କହୁଛନ୍ତି କି ଏହା କେବଳ ବନ୍ଧୁତା, କାରଣ ସେମାନେ ‘ଲିଓ’ ପରି ସୁପରହିଟ୍ ଫିଲ୍ମରେ ଏକାଠି କାମ କରିଛନ୍ତି । ଅନ୍ୟପଟେ କିଛି ଲୋକ ସଙ୍ଗୀତାଙ୍କ ପ୍ରତି ସମବେଦନା ଜଣାଇ ବିଜୟଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି । ଗୁଜବ ଏହା ମଧ୍ୟ ରହିଛି କି, ବିଜୟଙ୍କ ବ୍ୟକ୍ତିଗତ ଜୀବନର ଏହି ଉତ୍ଥାନ ପତନ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ।
ସୂଚନାଯୋଗ୍ୟ ଯେ, ବିଜୟ ଏବଂ ସଙ୍ଗୀତା ୧୯୯୯ ମସିହାରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନରେ ଏହି ଫାଟ ସମସ୍ତଙ୍କୁ ଚକିତ କରିଛି । ସେପଟେ ତ୍ରିଶା ଏବଂ ବିଜୟଙ୍କ ଅନ-ସ୍କ୍ରିନ୍ କେମେଷ୍ଟ୍ରି ସବୁବେଳେ ଲୋକଙ୍କୁ ପସନ୍ଦ ଆସିଥାଏ, କିନ୍ତୁ ଅଫ୍-ସ୍କ୍ରିନ୍ ଏହି ସମ୍ପର୍କ କେଉଁ ମୋଡ଼ ନେଉଛି, ତାହା କେବଳ ସମୟ ହିଁ କହିବ । ତେବେ ଏହା କୌଣସି ଫିଲ୍ମର ପ୍ରମୋସନ ନା ବାସ୍ତବ ଜୀବନର ନୂଆ ଅଧ୍ୟାୟ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଭାଇରାଲ୍ ଭିଡିଓ ବର୍ତ୍ତମାନ ତାମିଲନାଡୁ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/03/06/vajaya-thalpata-oura-tashhanae-k-2026-03-06-17-00-10.jpg)