କନକ ବ୍ୟୁରୋ: ବଢ଼ିଲା ଏସ୍ଓଜି ଯବାନ ଓ ଅଧିକାରୀଙ୍କ ଭତ୍ତା । ସ୍ପେଶାଲ୍ ଅପରେସନ୍ ଗ୍ରୁପ-ଏସ୍ଓଜି ଯବାନ ଓ ଅଧିକାରୀଙ୍କ ରିସ୍କ ଆଲାଉନ୍ସ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ଡିସେମ୍ୱରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଭତ୍ତା । ନକ୍ସଲ ଦମନ ଅଭିଯାନରେ ପ୍ରତ୍ୟକ୍ଷ ଭାବେ ନିୟୋଜିତ ଏସ୍ଓଜି ଅଫିସରମାନେ ମାସିକ ସର୍ବାଧିକ ୨୫ହଜାର ଟଙ୍କା, ସୁବେଦାର ଓ ଡେପୁଟି ସୁବେଦାରମାନେ ୨୪ହଜାର, ହାବିଲଦାର ୨୦ହଜାର, କନଷ୍ଟେବଳ ଓ ସିପାହୀମାନେ ମାସକୁ ୧୬ହଜାର ଟଙ୍କା ଭତ୍ତା ପାଇବେ ।
ସେହିପରି, ଏସ୍ଓଜି, ଏଇଟି ଓ ଆର୍ସି ଅଧିକାରୀ ଓ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବରେ ଅଭିଯାନରେ ସାମିଲ ହୋଇନଥିଲେ ମଧ୍ୟ ଟ୍ରେନିଂ ଓ ଅନ୍ୟାନ୍ୟ ଡ୍ୟୁଟିରେ ଥିଲେ ମାସିକ ସର୍ବାଧିକ ୧୨ହଜାର ଟଙ୍କା ଭତ୍ତା ପାଇବେ । ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟିଅର ଫୋର୍ସର କର୍ମଚାରୀଙ୍କ ପାଇଁ ୧୦ହଜାର, SIW ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ୍ର କର୍ମଚାରୀଙ୍କ ପାଇଁ ୨୦ହଜାର ଟଙ୍କା ଭତ୍ତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏସ୍ଓଜି ଚନ୍ଦକାର ନୂଆ ପ୍ରଶିକ୍ଷଣ ଓ ବ୍ରିଫିଙ୍ଗ୍ କେନ୍ଦ୍ର ଏବଂ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ଆହୁରି ପଢ଼ନ୍ତୁ... ମହଙ୍ଗା ହେଲା ରେଳ ଭଡ଼ା : ୨୧୫ କିଲୋମିଟରରୁ ଅଧିକ ଯାତ୍ରା କ୍ଷେତ୍ରରେ ୧ ପଇସା ବୃଦ୍ଧି
ଏଥିରେ ଏକା ସମୟରେ ୪ଶହ ଯବାନଙ୍କୁ ତାଲିମ ଦେଇହେବ । ଏଥିସହ ୧୬ଟି ଜିଲ୍ଲାର ୧୬ଟି ଥାନା ଗୃହ, ୭୦ଟି କ୍ୱାର୍ଟର୍ସ, ଅଫିସ୍ ଗୃହ, ବାରାକ୍, ଅସ୍ତ୍ରାଗାର, ପ୍ରଶାସନିକ ବିଲ୍ଡିଂ ଆଦି ପ୍ରକଳ୍ପ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଯୋଗ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/26/sog-2025-12-26-08-00-59.jpg)