କନକ ବ୍ୟୁରୋ : ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ପେନସନ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରିଛନ୍ତି । ମାତ୍ର କିଛି ଅସାଧୁ ସରକାରୀ ଅଧିକାରୀ ଏହି ସହାୟତା ଟଙ୍କାକୁ ହଡ଼ପ କରୁଥିବା ନେଇ ଆସୁଛି ଅଭିଯୋଗ । ହିତାଧିକାରୀ ଭତ୍ତା ଟଙ୍କା ପିଇଓ ହଡପ୍‌ କରିନେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ହିତାଧିକାରୀ ।

Advertisment

ଏମିତି ସଙ୍ଗୀନ ଅଭିଯୋଗ ଆସିଛି ବସ୍ତା ବ୍ଲକ ବ୍ରାହ୍ମୁଣଦା ପଞ୍ଚାୟତରୁ । ପିଇଓ ରଞ୍ଜିତା ଶତପଥୀ ଜାଲ ଦସ୍ତଖତ ମାରି ହିତାଧିକାରୀଙ୍କ ୨ ମାସର ଭତ୍ତା ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଜଣେ କି ଦୁଇ ଜଣ ନୁହେଁ, ୨୫ ଜଣ ହିତାଧିକାରୀ ଠକେଇର ଶିକାର ! ହୋଇଥିବା ନେଇ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପଞ୍ଚାୟତ ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକୁ ବାରମ୍ବାର ବିରୋଧରେ ହୋଇ ଆସୁଥିଲେ ମଧ୍ୟ ତାଙ୍କର ଏସବୁକୁ ଖାତିର ନାହିଁ । ଏମିତିକି ପଞ୍ଚାୟତ ଅଫିସକୁ ଭଡ଼ା ଦେବା ଭଳି ଅଭିଯୋଗ ପିଇଓ ମହୋଦୟାଙ୍କ ନାଁରେ ଆସିଛି ।

ଅଧିକ ପଢ଼ନ୍ତୁ : ୫ ମାସର ଭତ୍ତା ଗଲା କୁଆଡ଼େ? ପଞ୍ଚାୟତରୁ ବ୍ଲକ ଅଫିସ ଧାଇଁ ଧାଇଁ ନୟାନ୍ତ ବରିଷ୍ଠ ନାଗରିକ

୨ ବର୍ଷ ଧରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ ରଞ୍ଜିତା ଶତପଥି । କାର୍ଯ୍ୟ ଅବହେଳା ଅଭିଯୋଗରେ ଗତ ଜାନୁଆରିରେ ତାଙ୍କୁ ପଞ୍ଚାୟତରୁ ବ୍ଲକକୁ ବଦଳି କରିଥିଲେ ବିଡିଓ । ସେଠାରେ ବି ବିଡିଓଙ୍କ ନିର୍ଦ୍ଦେଶକୁ ବେଖାତିର କରି ମନମୁଖୀ କାର୍ଯ୍ୟ ଚଳାଇଛନ୍ତି ପିଇଓ । ଗତ ଜାନୁଆରିରେରେ କୌଣସି ସମସ୍ୟା ନେଇ ୨୫ ଜଣ ହିତାଧିକାରୀ ଭତ୍ତା ନେବା ପାଇଁ ଆସି ପାରିନଥିଲେ । ସେହି ଟଙ୍କାକୁ ଶ୍ରୀମତୀ ଶତପଥୀ ଜାଲ ଟିପ ଓ ଦସ୍ତଖତରେ ଉଠାଇ ନେଇଛନ୍ତି । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।

ପ୍ରଥମ ପର୍ଯ୍ୟାୟରେ କିଛି ହିତାଧିକାରୀଙ୍କ ଏଭଳି ଜାଲିଆତି ଘଟଣା ସାମ୍ନାକୁ ଆସିଥିବା ବେଳେ ଘଟଣାର ତଦନ୍ତ ଭିଜିଲାନ୍ସ କରିବାକୁ ଦାବି ହୋଇଛି ।