ଦୁର୍ନୀତିରେ ଜଡ଼ସଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ! ବିଜୁ ସେତୁ ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ

Advertisment

କିଛି ଦିନ ତଳେ ନିଶ୍ଚିନ୍ତକୋଇଲି ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ଅନିୟମିତତା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା । ଏବେ ପୁଣି ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ନିର୍ମାଣ କାମକୁ ନେଇ ତାତିଛନ୍ତି ଲୋକେ ।

କିଛି ଦିନ ତଳେ ନିଶ୍ଚିନ୍ତକୋଇଲି ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ଅନିୟମିତତା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା । ଏବେ ପୁଣି ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ନିର୍ମାଣ କାମକୁ ନେଇ ତାତିଛନ୍ତି ଲୋକେ ।

Cuttack

Cuttack Photograph: (kanak news)

କନକ ବ୍ୟୁରୋ : କଟକ ମାହାଙ୍ଗାରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୁର୍ନୀତିର କଚା ଚିଠା ସାମ୍ନାକୁ ଆସିଲା ପରେ ତେଜୁଛି ଜନଆନ୍ଦୋଳନ । ନିଶ୍ଚିନ୍ତକୋଇଲି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ଦୁର୍ନୀତି ହୋଇଥିବା କଥାକୁ ନେଇ ମାହାଙ୍ଗାରେ ରାଜନୀତି ଚଳ ଚଞ୍ଚଳ ହୋଇଥିଲା । ଏବେ ବିଜୁ ସେତୁ ନିର୍ମାଣରେ ବି ସମାନ ଅବସ୍ଥାକୁ ନେଇ ଗ୍ରାମବାସୀ ଓ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । କିଛି ଦିନ ତଳେ ନିଶ୍ଚିନ୍ତକୋଇଲି ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ଅନିୟମିତତା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା । ଏବେ ପୁଣି ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ନିର୍ମାଣ କାମକୁ ନେଇ ତାତିଛନ୍ତି ଲୋକେ । ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ ନିର୍ମାଣସ୍ଥଳକୁ ଆସିଥିବା ବେଳେ ଯନ୍ତ୍ରୀ ଓ ଗାଁ ଲୋକ ମୁହାଁମୁହିଁ ହୋଇଛନ୍ତି । ଶ୍ରୀକୃଷ୍ଣପୁର ପଞ୍ଚାୟତ ଗୋବରୀ ପାଟନାଳୀ ନଦୀ ଉପରେ ମାହାଙ୍ଗା- ଚାଇଁଆପାଳକୁ ସଂଯୋଗ ପାଇଁ ୨୦୨୦ରେ କାମ ଆରମ୍ଭ ହୋଇଥିଲା । ସମ୍ପୃକ୍ତ ଠିକାଦାର କାର୍ଯ୍ୟରେ ଅବହେଳା କରିବାରୁ ପୁନଃଟେଣ୍ଡର ଯୋଗେ ନୂତନ ଠିକାଦାରଙ୍କୁ ନିଯୁକ୍ତି ଦିଆଗଲା । ହେଲେ ଠିକାଦାର ନିମ୍ନମାନର କାମ କରୁଥିବା ଅଭିଯୋଗ ଆସିଛି ।

ଅଧିକ ପଢ଼ନ୍ତୁ---ଜମି ନେଲେ ଚାକିରି ଦେଲେନି ; କାନ୍ଦୁଛନ୍ତି ବିସ୍ଥାପିତ

ବିନା ସୂଚନା ଫଳକରେ ୭ କୋଟି ୨୪ ଲକ୍ଷ ଟଙ୍କାର ଚାଲିଛି ସେତୁ କାମ ! କଳଙ୍କି ଲଗା ରଡ୍‌ ନିର୍ମାଣରେ ବ୍ୟବହାର କରାଯାଉଛି । କଂକ୍ରିଟ ଢ଼ଳେଇ ବ୍ୟବହାର ସମୟରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହୁଥିବା ଅଭିଯୋଗ ଆସିଛି । ଏଥିସହ ଗୋବରୀ ପାଟନାଳି ବନ୍ଧରୁ ଶହଶହ ଟ୍ରିପ୍‌ ମାଟି ଚୋରାଚାଲାଣ କରାଯାଉଥିବା ନେଇ ଅଭିଯୋଗ ଆସିଛି । ଅନ୍ୟପଟେ କାର୍ଯ୍ୟ ତଦାରଖ କରିବା ସହ ନୂଆ ରଡ୍‌ରେ କାମ କରାଯିବା ନେଇ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ୟମକୁ କହିଛନ୍ତି ଯନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe