କନକ ବ୍ୟୁରୋ: ଅବକାରୀ ବିଭାଗରେ କାର୍ଯ୍ୟରତ ମହିଳା କନେଷ୍ଟବଳଙ୍କୁ ନିର୍ଯାତନା ଅଭିଯୋଗ । ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣି ଯାଜପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅବକାରୀ ବିଭାଗର ମହିଳା କନେଷ୍ଟବଳ। ବିଭାଗରେ କାର୍ଯ୍ୟରତ କିଛି ଅଧିକାରୀଙ୍କ ସହ ଜଣେ ଆଉଟ୍ ସୋର୍ସିଂ କର୍ମଚାରୀ, ମାନସିକ ନିର୍ଯାତନା ଦେବା ସହ ଚରିତ୍ର ସଂହାର କରାଯାଉଥିବା ଅଭିଯୋଗ ଆଣିଛନ୍ତି । ଏପରିକି ଅବକାରୀ ବିଭାଗର କିଛି କର୍ମଚାରୀ ମହିଳା କନେଷ୍ଟବଳଙ୍କ ଭଡ଼ା ଘର ବାସଭବନକୁ ଯାଇ ତାଙ୍କୁ ଶାରୀରିକ ଆକ୍ରମଣ କରିଥିବା ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବରିଷ୍ଠ ଅଧିକାରୀ ଓ ଅବକାରୀ ଅଧିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିନଥିଲା ।
ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା : ଦୁଇଟି ପର୍ଯ୍ୟାୟରେ ହେବ ଗଣନା
ଫଳରେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିବା କହିଛନ୍ତି ମହିଳା କନେଷ୍ଟବଳ। ସେପଟେ ଅବକାରୀ ଅଧୀକ୍ଷକ କହିଛନ୍ତି, ପୂର୍ବରୁ ମହିଳା କନେଷ୍ଟବଳଙ୍କୁ ଯୌନ ଶୋଷଣ କରାଯାଇଥିବା ଏକ ଅଭିଯୋଗ ହୋଇଥିଲା । ତାଙ୍କ ଘରକୁ ତଦନ୍ତ ପାଇଁ ଆଇସିସି କମିଟି ଯାଇଥିଲା । ସେଥିରେ ମହିଳା କର୍ମଚାରୀ ଯାଇଥିଲେ। ମହିଳା କର୍ମଚାରୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଭିତ୍ତିହୀନ । କମିଟି ତଦନ୍ତ କରୁଛି, ରିପୋର୍ଟ ଆସିଲେ ସତ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/16/excise-department-officers-2025-11-16-08-25-13.jpg)