ଶ୍ରୀମନ୍ଦିର ଦଳାଚକଟା ରିପୋର୍ଟକୁ ତେଜିଲା ରାଜନୀତି,  ଏଆଇ କ୍ୟାମେରା ଲଗାଇବାରେ ବଡ ଦୁର୍ନୀତି ଅଭିଯୋଗ

Advertisment

ସେପଟେ ବଡ଼ବଡ଼ିଆଙ୍କୁ ଖସାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ଆଣି ବର୍ଷିଲେ ବିରୋଧୀ

ସେପଟେ ବଡ଼ବଡ଼ିଆଙ୍କୁ ଖସାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ଆଣି ବର୍ଷିଲେ ବିରୋଧୀ

Puri Temple

Puri Temple Photograph: (KanakNews)

କନକ ବ୍ୟୁରୋ: ରଥଯାତ୍ରା ସମୟରେ ରଥ ସାମନାରେ ଘଟିଥିବା ଦଳାଚକଟା ଘଟଣାରେ ୭ ଜଣ ପୁଲିସ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଚର୍ଚ୍ଚା ଜୋର ।  ସରକାର ତ କାର୍ଯ୍ୟାନୁଷ୍ଠାନ ନେଲେ କିନ୍ତୁ ଏଆଇ କ୍ୟାମେରା ନଜରରେ ଥିବା ରଥଯାତ୍ରା କାହିଁକି ଫେଲ ମାରିଲା ତାକୁ ନେଇ ଉଠିଛି ପ୍ରଶ୍ନ  ।  
 
ରଥଯାତ୍ରା ବେଳେ ପ୍ରଥମକରି ଭିଡ ନିୟନ୍ତ୍ରଣରେ ନିୟୋଜିତ ହୋଇଥିଲା  AI BASED DRONE ।  ୨୭୫ଟି AI CAMERA ଲଗାଯାଇଥିଲା । ଏଆଇ ସହାୟତାରେ ଭିଡ ନିୟନ୍ତ୍ରଣ କରୁଥିଲେ ପୁଲିସ ଅଧିକାରୀ । ହେଲେ କାହିଁକି ବିଫଳ ହେଲା ଏଆଇ ବ୍ୟବସ୍ଥା ତାକୁ ନେଇ ପ୍ରଶ୍ନ ଉଠିଛି। ୨୭୫ ଟି AI CAMERA ପାଇଁ ୧୮କୋଟି ଟଙ୍କାର ଟେଣ୍ଡର ହୋଇଥିଲା । ତେବେ ଏଆଇ କ୍ୟାମେରା ଠିକ ଭାବେ ଭାବେ କାମ ନ କରିବା ଓ ଉପରିସ୍ଥ ଅଧିକାରୀଙ୍କ ଅବହେଳା ଯୋଗୁଁ ଦଳଚକଟା ହୋଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ।

ଅମଳ ଆଗରୁ ଉଜୁଡ଼ିଗଲା ଫସଲ; ଭାଙ୍ଗିଗଲା ଚାଷୀର ସ୍ବପ୍ନ
କେମିତି ବର୍ତ୍ତିଗଲେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ?
ସମନ୍ୱୟର ଅଭାବ, ଦାୟିତ୍ବରେ ଅବହେଳା?

ଗୋଟିଏ ପଟେ ଏଆଇ ବ୍ୟବସ୍ଥା ଫେଲ ମାରିଲା । ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ଯେଉଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା ସେମାନେ ଠିକ ଭାବେ କାମ କରିନଥିଲେ । ଦ୍ବାରଫିଟା ସମୟରେ ନୀତି ଅଧିକାରୀ ମଧ୍ୟ ଉପସ୍ଥିତ ନଥିଲେ । ବିନା ସୂଚନାରେ ରଥ ଉପରେ ଦ୍ବାରଫିଟା ଯୋଗୁ ହିଁ ଦଳାଚକଟା ହୋଇଥିଲା । ଅର୍ଥାତ୍‌ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଜାଣି ନଥିଲା କି କେତେବେଳେ ଦ୍ବାରଫିଟା ହେବ। ଏହାଛଡା ନନ୍ଦିଘୋଷ ସମ୍ମୁଖରେ ଚାରମାଳ ଗଦା ହୋଇଥିବାରୁ ଭକ୍ତମାନେ ବାହାରି ପାରିନଥିଲେ । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଏ ନେଇ କାହାକୁ ଅବଗତ କଲେନାହିଁ। ଫଳରେ ଦଳଚକଟା ହେଲା ।  
 ଏବେ ପ୍ରଶ୍ନ ଉଠୁଛି, 
-ବରିଷ୍ଠ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ? 
-ପହୁଡ଼ ଓ ଦ୍ବାରଫିଟା ନୀତି ବେଳେ ସମନ୍ୱୟ ରହିଲାନି କେମିତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe