କନକ ବ୍ୟୁରୋ : ଓପିଏସସି ଦ୍ୱାରା ପରିଚାଳିତ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦରେ ଜାଲିଆତି ଅଭିଯୋଗ ଆଣିଛନ୍ତି କିଛି ଆଶାୟୀ । ଏନେଇ ସେମାନେ ତଥ୍ୟ ଓ ପ୍ରମାଣ ରଖି ନିଯୁକ୍ତି ବାତିଲ କରିବାକୁ ଦାବି କରିଛନ୍ତି । ଜଳସମ୍ପଦ, ପୂର୍ତ୍ତ, ଗୃହ ଓ ନଗରର ଉନ୍ନୟନ ବିଭାଗ ପାଇଁ ଯନ୍ତ୍ରୀ ପଦବୀରେ ଏଭଳି ଦୁର୍ନୀତି ଅଭିଯୋଗ ଆସିଛି ।
ଓପିଏସସି ଦ୍ୱାରା ପରିଚାଳିତ ଜଳସମ୍ପଦ, ପୂର୍ତ୍ତ, ଗୃହ ଓ ନଗରର ଉନ୍ନୟନ ବିଭାଗ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ । ବିଶେଷଭାବେ ଜଳସମ୍ପଦ ବିଭାଗରେ ଅନେକ ପ୍ରାର୍ଥୀଙ୍କୁ ଜାଲିଆତି କରି ନିଯୁକ୍ତିପତ୍ର ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଆଶାୟୀ ପ୍ରାର୍ଥୀ । ଏମାନଙ୍କ ଅଭିଯୋଗ ହେଲା, ୨୦୨୧, ୨୦୨୨ ଗେଟ୍ ବା ପ୍ରବେଶିକା ପରୀକ୍ଷା ସ୍କୋର କାର୍ଡ ଯାଞ୍ଚ ହୋଇନାହିଁ । ନିଯୁକ୍ତିପତ୍ର ପାଇଥିବା କିଛି ପରୀକ୍ଷାର୍ଥୀଙ୍କ ନାହିଁ ଓଡ଼ିଆ ପାସ୍ ସାର୍ଟିଫିକେଟ୍ । ଓପିଏସ୍ସି ଭୁଲ ଯାଞ୍ଚ କରିଛି । କିଛି ଅଣଓଡ଼ିଆଙ୍କୁ ବି ନିଯୁକ୍ତି ଦିଆଯାଇଛି ।
ଅଧିକ ପଢ଼ନ୍ତୁ : ଏସ୍ଆଇ ନିଯୁକ୍ତି ସ୍କାମ୍, ଓଡ଼ିଶାରୁ ବିହାର; ନୀତୀଶ ବିହାରୀ ଖୋଲିବ ବଡ଼ବଡ଼ିଆଙ୍କ ମୁଖା
ତେଣୁ ଓପିଏସସି ବିନା ଯାଞ୍ଚରେ କିଭଳି ତ୍ରୁଟିପୂର୍ଣ୍ଣ ତାଲିକା ସରକାରଙ୍କୁ ଦେଲା, ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଅନେକ ଆଶାୟୀ । ଦଲାଲଙ୍କ ଦ୍ୱାର ବଡ଼ କେଳେଙ୍କାରୀ ହୋଇଥିବା ଅଭିଯୋଗ କରିଛନ୍ତି । ତେଣୁ ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚ ଦ୍ୱାରା ପୁରା ମାମଲାର ତଦନ୍ତ କରିବାକୁ ଦାବି ହୋଇଛି । ୨୦୨୩ରେ ଓପିଏସସି ଦ୍ୱାରା ୫୮୦ ପଦ ପାଇଁ ନିଯୁକ୍ତି ବାହାରିଥିଲା । ଏବେ ବିଳମ୍ବରେ ନିଯୁକ୍ତି ପତ୍ର ବଣ୍ଟାଯାଇଛି । କିନ୍ତୁ ୨୦୨୧ ଓ ୨୦୨୨ରେ ଗେଟ୍ ସମ୍ପର୍କିତ ତଥ୍ୟ ସଂପୃକ୍ତ ସାଇଟ୍ରେ ମିଳୁନାହିଁ ।
ତେଣୁ ଆଶାୟୀଙ୍କ ଅଭିଯୋଗ ପରେ ସନ୍ଦେହ ବଢ଼ିଛି । ନିକଟରେ ପୁଲିସ ଏସଆଇ ଜାଲିଆତି ଧରାପଡିବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ ପରୀକ୍ଷା ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ଆଇନ ମନ୍ତ୍ରୀ କହିଛନ୍ତି, କୌଣସି ଅଣଓଡିଆ ଚାକିରୀ ପାଇନାହାନ୍ତି । ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରୀକ୍ଷା ହୋଇଛି । ଏବେ ନିଯୁକ୍ତିକୁ ନେଇ କିଛି ଆଶାୟୀ ପ୍ରଶ୍ନ ଉଠାଇଛନ୍ତି । ଆଗକୁ ଆନ୍ଦୋଳନ ପାଇଁ ବି ସଜବାଜ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/11/opsc-exam-2025-12-11-21-09-59.jpg)