ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡ଼ା, ପ୍ରଚାର ମଇଦାନରେ ବଡ଼ ବଡ଼ ନେତା

ହେବି ୱେଟ୍‌ଙ୍କ ପ୍ରଚାର ଭିତରେ ବଢ଼ିବାରେ ଲାଗିଛି ଆରୋପ, ପ୍ରତିଆରୋପ ।

Supermoon 2025

Supermoon 2025 Photograph: (KanakNews)

କନକ ବ୍ୟୁରୋ: ଉପ ନିର୍ବାଚନ ପାଇଁ କମ୍ପୁଛି ନୂଆପଡା । ହେବି ୱେଟ୍‌ଙ୍କ ପ୍ରଚାର ଭିତରେ ବଢ଼ିବାରେ ଲାଗିଛି ଆରୋପ, ପ୍ରତିଆରୋପ । ଏହାରି ଭିତରେ ସକାଳୁ ସକାଳୁ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକଙ୍କ କଟାକ୍ଷର ଜବାବ ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଛନ୍ତି, ଆଗରୁ କେବେ ନୂଆପଡ଼ାରେ ପାଦ ପଡୁ ନଥିଲା । ବାପାଙ୍କୁ ଦେଖିବା ପାଇଁ କେବେ ଆଗରୁ ଆସିନଥିଲେ । ହେଲେ ଏବେ ନିର୍ବାଚନବେଳେ ନୂଆପଡ଼ା କଥା ମନେପଡ଼ିଲା । ଭୋଟର ସବୁ ଜାଣନ୍ତି, ସେମାନେ ବିଚାର କରିବେ ବୋଲି କ୍ଷୋଭ ଭରା ସ୍ବରରେ କହିଛନ୍ତି ।
 ନୂଆପଡ଼ା ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ବିଜେପି ଉପରେ ମନଇଚ୍ଛା ବର୍ଷିଲେ ନବୀନ

ଏପଟେ  ବିହାର ନିର୍ବାଚନରେ ଚାଲିଛି ହେଭିୱେଟ ରାଜନେତାଙ୍କ ପ୍ରଚାର। ଜନସଭାରେ ମିଳୁଛି ବଡ଼ ବଡ଼  ପ୍ରତିଶ୍ରୁତି। ନିଯୁକ୍ତି, ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ କଥା କହୁଛନ୍ତି ରାଜନେତା । ତେବେ କନକ ନ୍ୟୁଜ ଟିମ ବିହାରର ବିଭିନ୍ନ ଅଞ୍ଚଳ ଯିବା ସମୟରେ ଅନୁଭବ କରିଛି ଯେ, ଏଠି ସରକାରୀ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଦୋହଲିଯାଇଛି, ଏଥିପାଇଁ ଅନେକ ଅଭିଭାବକ ଘରୋଇ ଶିକ୍ଷାନୁଷ୍ଠାନ ଉପରେ ନିର୍ଭର ରହୁଛନ୍ତି ।

ବଢ଼ୁଛି ନୂଆପଡ଼ା ଉପ-ନିର୍ବାଚନ ତାତି,  ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର ମଇଦାନରେ ସୁପ୍ରିମୋ ନବୀନ ପଟ୍ଟନାୟକ

ସେଥିପାଇ ଦୀଘା ନିର୍ବାଚନମଣ୍ଡଳୀର କିଛି ଗାଁର ଛାତ୍ରଛାତ୍ରୀମାନେ ଗଙ୍ଗା ନଦୀ ପାରି ହୋଇ ପଟନା ଯାଉଛନ୍ତି । ଏଥିପାଇଁ ପ୍ରତିଦିନ ୩ରୁ ୪ କିଲୋମିଟର ଚାଲୁଛନ୍ତି ଛାତ୍ରଛାତ୍ରୀ । ଆଉ ବର୍ଷା ହେଲେ ୨ ମାସ ସ୍କୁଲ ଯିବା ବନ୍ଦ ହୋଇଯାଏ । ନଖ୍ତା ନାମକ ଏକ ବିଚ୍ଛିନ୍ନାଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ଆମ ସ୍ବତନ୍ତ୍ର ପ୍ରତିନିଧି ଅନୁଜ ଦାସ ।
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe