ରାଜ୍ୟସଭା ଚତୁର୍ଥ ଆସନ ଉପରେ ସବୁ ଦଳର ଆଖି, ଜିତିବା ଆଗ, ନୀତି ଆଦର୍ଶ ପଛ

Advertisment

ଚତୁର୍ଥ ଆସନ ଅକ୍ତିଆର ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ଅଙ୍କ କଷୁଛନ୍ତି। ନିର୍ବାଚନ ତାରିଖ ଯେତେ ପାଖଉଛି, ବୟାନବାଜି ସେତେ ତେଜିଲାଣି। ବିଜେଡି ଉପରେ ଉଭୟ ବିଜେପି ଓ କଂଗ୍ରେସର ଆଖି ଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ଚତୁର୍ଥ ଆସନ ଅକ୍ତିଆର ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ଅଙ୍କ କଷୁଛନ୍ତି। ନିର୍ବାଚନ ତାରିଖ ଯେତେ ପାଖଉଛି, ବୟାନବାଜି ସେତେ ତେଜିଲାଣି। ବିଜେଡି ଉପରେ ଉଭୟ ବିଜେପି ଓ କଂଗ୍ରେସର ଆଖି ଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

rajyasabha

କନକ ବ୍ୟୁରୋ : ସମସ୍ତଙ୍କ ନଜର ଏବେ ଚତୁର୍ଥ ଆସନ ଉପରେ। କଳେବଳେ କୌଶଳେ ଚତୁର୍ଥ ଆସନ ହାତେଇବା ପାଇଁ କସରତ ଆରମ୍ଭ କରିଦେଲେଣି ବିଜେପି, ବିଜେଡି ଓ କଂଗ୍ରେସ। ଶାସକ ଦଳର ଜଣେ ପରେ ଜଣେ ନେତା ଦମ୍ଭୋକ୍ତି ଦେଖାଇ କହୁଛନ୍ତି ଚତୁର୍ଥ ଆସନ ବିଜେପି ହାତକୁ ଯିବ। ଏହା ଭିତରେ ପ୍ରତିକ୍ରୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି। 
ଚତୁର୍ଥ ଆସନ ଅକ୍ତିଆର ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ଅଙ୍କ କଷୁଛନ୍ତି। ନିର୍ବାଚନ ତାରିଖ ଯେତେ ପାଖଉଛି, ବୟାନବାଜି ସେତେ ତେଜିଲାଣି। ବିଜେଡି ଉପରେ ଉଭୟ ବିଜେପି ଓ କଂଗ୍ରେସର ଆଖି ଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।  କିନ୍ତୁ ବିଜେପି ନେତା ଓ ମନ୍ତ୍ରୀଙ୍କ ଭଳି ବିଜେଡିର ସମର୍ଥନ ଲୋଡିବେ କି ନାହିଁ ସେ କାର୍ଡ ଖୋଲିନାହାନ୍ତି। କହିଛନ୍ତି, ଆମ ରଣନୀତି ଆମେ ପ୍ରସ୍ତୁତ କରୁଛୁ। ପ୍ରାର୍ଥୀ କିଏ ହେବ ସେନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ସେହିପରି ରାଜ୍ୟସଭା ରେସ୍‌ରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଯିଏ ଯୋଗ୍ୟ ସେ ରାଜ୍ୟସଭା ଯିବ। 

ଅଧିକ ପଢ଼ନ୍ତୁ :  ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ : ଚତୁର୍ଥ ଆସନ ପାଇଁ ବୁଝାମଣା କରିବା ନେଇ ବଢ଼ିଲା ଚର୍ଚ୍ଚା

 ସଂଖ୍ୟା ନଥାଇ ବି ଚତୁର୍ଥ ଆସନ ଅକ୍ତିଆର କରିବା ପାଇଁ ବାହାସ୍ପୋଟ ମାରିଲାଣି ବିଜେଡି। ବିଧାୟକ କହିଲେଣି ଦଳ ଦୁଇଟି ଆସନରେ ଜିତିବା ନିଶ୍ଚିତ। ସମୟକୁ ଅପେକ୍ଷା କରନ୍ତୁ, ରଣନୀତି ପ୍ରସ୍ତୁତ ହୋଇସାରିଛି। ନବୀନଙ୍କୁ ଭେଟିବା ପାଇଁ ସମୟ ମାଗିଥିବା ଗତକାଲି ଗଣମାଧ୍ୟମକୁ କହିଥିଲେ ପିସିସି ସଭାପତି। ଏହା ପରେ ରାଜନୀତି ସରଗରମ ହୋଇଛି ।  ଦଳର ନୀତି, ଆଦର୍ଶ, ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଆସନ ଦଖଲ କରିବା ଅଭିଯାନରେ ଅଛନ୍ତି ତିନି ରାଜନୈତିକ ଦଳ। ମତ, ମତାନ୍ତର, ବିରୋଧାଭାଷ ଥିଲେ ବି ସମସ୍ତେ ଆଗକୁ ବଢୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe