କନକ ବ୍ୟୁରୋ : ବଞ୍ଚି ଥାଉ ଥାଉ ବୃଦ୍ଧଙ୍କୁ ମାରିଦେଲା ସରକାରୀ ବ୍ୟବସ୍ଥା। ଆଧାରକାର୍ଡରେ ବୃଦ୍ଧ ଜଣଙ୍କ ମୃତ୍ୟୁବରଣ କରିଥିବା ଅପଡେଟ୍ ଆସିବାପରେ କଟିଯାଇଛି ଭତ୍ତା ଓ ରାସନକାର୍ଡ। ଏବେ କିପରି ନିଜ ଗୁଜୁରାଣ ମେଣ୍ଟାଇବେ ତାକୁ ନେଇ ଚିନ୍ତରେ ପଡ଼ିଛନ୍ତି ବୃଦ୍ଧ 

Advertisment

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବ୍ରହ୍ମପୁର ଗାଁର ୬୮ ବର୍ଷୀୟ ବୃଦ୍ଧ ବାବାଜୀ ନାୟକ। ଜୀବିତ ଥିବା ଏହି ବୃଦ୍ଧ ଆଧାରକାର୍ଡରେ ମୃତ । ଆଧାରକାର୍ଡ ଅପଡେଟରେ ବାବାଜୀଙ୍କୁ ମୃତ ଦର୍ଶାଯାଇଛି। ଯେଉଁଥିପାଇଁ ତାଙ୍କର ରାସନ ଓ ଭତ୍ତା ସୁବ ବନ୍ଦ ହୋଇଯାଇଥିବା ଅଭିଯୋଗ କରିଛନ୍ତି ବାବାଜୀ।

ଅଧିକ ପଢ଼ନ୍ତୁ :କେନ୍ଦ୍ରାପଡା ବାରୁଅ ଅଞ୍ଚଳରେ ପାଣି ପାଇଁ ଡହଳ ବିକଳ ଲୋକେ । ରାସ୍ତାରୋକ ପରେ ବି ହେଉନି ସମାଧାନ

 ବୟସର ଅପରାହ୍ନରେ ବୃଦ୍ଧ ବାବାଜି ଏକ ଭଙ୍ଗା ପରିତ୍ୟକ୍ତ ଘରେ ମୁଁଣ୍ଡ ଗୁଞ୍ଜିଛନ୍ତି। ମୂଲ ମଜୁରି ଲାଗି ନିଜର ପେଟ ପୋଷିବାକୁ ଆଉ ଆଗଭଳି ଦେହରେ ବଳନାହିଁ କି ମନରେ ସାହସ। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୫ କେଜି ଚାଉଳ ଓ ମାସକୁ ମିଳୁଥିବା ହଜାରେ ଟଙ୍କା ଭତ୍ତା ତାଙ୍କର ଥିଲା ଜିବନ ଜିଇଁବାର ଏକମାତ୍ର ସମ୍ବଳ। ସବୁ ବନ୍ଦ ହୋଇଯିବା ପରେ କିପରି ଚଳିବେ ସେଇ ଚିନ୍ତାରେ ଆଖିରୁ ଲୁହ ଝରାଉଛନ୍ତି ବାବାଜୀ।  ବୃଦ୍ଧ ବାବାଜିଙ୍କର ଆଧାରକାର୍ଡ ସଂଶୋଧନ କରି ତୁରନ୍ତ ଭତ୍ତା ଓ ରାସନ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଗାଁ ଲୋକ।