କନକ ବ୍ୟୁରୋ : ବିଦ୍ୟୁତ ଉପଭୋକ୍ତା ହୋଇଯାନ୍ତୁ ସଜାଗ । ଅତିରିକ୍ତ ସୁରକ୍ଷା ଜମା ରାଶି ପୈଠ କଲେଣି ତ । ଯଦି ପୈଠ କରିନାହାନ୍ତି ତେବେ ବିଦ୍ୟୁତ ସଂଯୋଗ ହୋଇପାରେ ବିଛିନ୍ନ । ବିଦ୍ୟୁତ ଉପଭୋକ୍ତାଙ୍କୁ ଟିପିସିଓଡିଏଲ ପକ୍ଷରୁ ଆସିଥିବା ଏହି ନୋଟିସ ଏବେ ଚିନ୍ତା ବଢାଇଛି । ନିୟମିତ ବିଦ୍ୟୁତ ବିଲ ପୈଠ କରୁଥିଲେ ବି ଅତିରିକ୍ତ ସୁରକ୍ଷା ଜମା ରାଶି କାହିଁକି ଦେବୁ ବୋଲି ପ୍ରଶ୍ନ କଲେଣି ଉପଭୋକ୍ତା ।
ପୈଠ କରନ୍ତୁ ଅତିରିକ୍ତ ସୁରକ୍ଷା ଜମା । ପୈଠ ନକଲେ ୩୦ ଦିନ ଭିତରେ ବିଦ୍ୟୁତ ସଂଯୋଗ କାଟିଦେବ ଟାଟା ପାୱାର । ବିଦ୍ୟୁତ ଉପଭୋକ୍ତାଙ୍କୁ ଏଭଳି ଧମକ ଦେଇଛି ଟିପିସିଓଡିଏଲ । ଭୁବନେଶ୍ୱରର ଜଣେ ଉପଭୋକ୍ତାଙ୍କୁ ଆସିଥିବା ନୋଟିସରେ ଅତିରିକ୍ତ ସୁରକ୍ଷା ଜମା ବା ଆଡିସିନାଲ ସିକ୍ୟୁରିଟି ଡିପୋଜିଟ ବାବଦକୁ ୨୦ ହଜାର ଟଙ୍କା ପୈଠ ଦେବାକୁ ଲେଖାଯାଇଛି । କେବଳ ଏହି ଗୋଟିଏ ନୋଟିସ ନୁହଁ ସମସ୍ତ ଉପଭୋକ୍ତାଙ୍କ ମୋବାଇଲକୁ ଆସିଛି ନୋଟିସ । ଆଉ ଏହାପରେ ବଢିଛି ଅସନ୍ତୋଷ । ଟିପିସିଓଡିଏଲ କାର୍ଯ୍ୟାଳୟରେ ଅଭିଯୋଗ କଲେ ବି ଶୁଣିବାକୁ କେହି ନାହାନ୍ତି ।
ଅଧିକ ପଢ଼ନ୍ତୁ : ବିଦ୍ୟୁତ ଚୋରି ରୋକିବାକୁ TPNODLର କଠୋର ଆଭିମୁଖ୍ୟ
ଏହି ନୋଟିସ ବାବଦରେ ଆମେ ଓଇଆରସି ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ନଦେଇ ସରକାରଙ୍କୁ ପଚାରନ୍ତୁ ବୋଲି କହିଥିଲେ ଅଧ୍ୟକ୍ଷ । ଅନ୍ୟପଟେ ଟିପିସିଓଡିଏଲ ଗୋଟିଏ ପ୍ରେସ ନୋଟ ସହ ଗୋଟିଏ ବିଜ୍ଞାପନ ଜାରି କରି ନିଜ ଦାୟିତ୍ୱ ସାରିଦେଇଛି । ବିଦ୍ୟୁତ୍ ଆଇନ-୨୦୦୩ ଏବଂ ଓଇଆରସିର ନିୟମ ଅନୁଯାୟୀ ଏହା ଠିକ୍ ବୋଲି କହିଛି ଟିପିସିଓଡିଏଲ୍ । ଏହି ଆଇନକୁ ଆଧାର କରି ଓଇଆର୍ସି ବଣ୍ଟନ କୋଡ୍, ୨୦୧୯ର ନିୟମାବଳୀ ୫୨, ୫୩, ୫୪ ଏବଂ ୫୫ ପ୍ରଣୟନ କରିଛନ୍ତି । କିନ୍ତୁ ଏହାକୁ ବିରୋଧ କରିଛନ୍ତି ଶକ୍ତି ସମୀକ୍ଷକ ।
ଜଣେ ଉପଭୋକ୍ତା ବିଲ୍ ପୈଠ କରିବାରେ ଖିଲାପ କରୁଥିଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରୁଥିଲା ଟିପିସିଓଡିଏଲ । ଏଭଳି ସମୟରେ ବକେୟା ଅର୍ଥକୁ ଏହି ସୁରକ୍ଷା ଜମା ମାଧ୍ୟମରେ ଭରଣା କରାଯାଇପାରିବ ବୋଲି ଟିପିସିଓଡିଏଲ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/15/tpcodl-notice-2025-12-15-20-16-39.jpg)