ଅଷ୍ଟ୍ରେଲିଆନ୍‌ ଓପନ୍‌: ଅଲ୍‌କାରାଜ, ସାବାଲେଙ୍କା ଆଗେଇଲେ

Advertisment

୩ଥରର ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲିଷ୍ଟ୍‌ ରୁଷିଆର ଡାନିଲ ମେଦଭେଦେଭ ୬-୭, ୪-୬, ୭-୫, ୬-୦, ୬-୩ ସେଟ୍‌ରେ ହଙ୍ଗେରିର ଫାବିଆନ୍‌ ମାରୋଜସାନଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି ।

୩ଥରର ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲିଷ୍ଟ୍‌ ରୁଷିଆର ଡାନିଲ ମେଦଭେଦେଭ ୬-୭, ୪-୬, ୭-୫, ୬-୦, ୬-୩ ସେଟ୍‌ରେ ହଙ୍ଗେରିର ଫାବିଆନ୍‌ ମାରୋଜସାନଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି ।

Australian Open

କନକ ବ୍ୟୁରୋ: ବିଶ୍ବର ଏକ ନମ୍ବର ପୁରୁଷ ଖେଳାଳି କାର୍ଲୋସ ଆଲ୍‌କାରାଜ ଏବଂ ମହିଳା ଖେଳାଳି ଆରିନା ସାବାଲେଙ୍କା ସହଜ ବିଜୟ ସହ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶୁକ୍ରବାର ପୁରୁଷ ଏକକ ମୁକାବିଲାରେ ୬ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଆଲ୍‌କାରାଜ ସିଧାସଳଖ ୬-୨, ୬-୪, ୬-୧ ସେଟ୍‌ରେ ଫ୍ରାନ୍ସର କୋରେଣ୍ଟିନ୍‌ ମୌଟେଟ୍‌ଙ୍କୁ ପରାସ୍ତ କରିଥିଲେ । ଏଥି ସହ ଏହି ୨୨ ବର୍ଷୀୟ ସ୍ପେନ୍‌ ଖେଳାଳି ୧୦୦ତମ ଗ୍ରାଣ୍ଡ ସ୍ଲାମ୍‌ ମ୍ୟାଜ୍‌ ଜିତିବାର ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି । ପ୍ରିକ୍ବାର୍ଟରଫାଇନାଲ୍‌ରେ ସେ ଆମେରିକାର ଟମି ପଲ୍‌ଙ୍କୁ ଭେଟିବେ । ପଲ୍‌ଙ୍କ ପ୍ରତିଦ୍ବନ୍ଦ୍ବୀ ସ୍ପେନ୍‌ର ଆଲେକ୍‌ଜାଣ୍ଡ୍ରୋ ଡେଭିଡୋଭିକ୍‌ ଫୋକିନା ଓହରିଯାଇଥିଲେ ।

ଏହା ବି ପଢ଼ନ୍ତୁ: ତ୍ରିନିଟି ବିଶ୍ୱର ଦାମୀ ମହିଳା ଫୁଟ୍‌ବଲର୍‌

୩ଥରର ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲିଷ୍ଟ୍‌ ରୁଷିଆର ଡାନିଲ ମେଦଭେଦେଭ ୬-୭, ୪-୬, ୭-୫, ୬-୦, ୬-୩ ସେଟ୍‌ରେ ହଙ୍ଗେରିର ଫାବିଆନ୍‌ ମାରୋଜସାନଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି । ଅନ୍ୟ ତାରକା ଖେଳାଳି ଜର୍ମାନୀର ଆଲେକ୍‌ଜାଣ୍ଡର ଭେରେଭ ୭-୫, ୪-୬, ୬-୩, ୬-୧ ସେଟ୍‌ରେ ଇଂଲଣ୍ଡର କାମେରନ ନୁରିଙ୍କୁ, ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନୁର ୬-୩, ୬-୪, ୭-୫ ସେଟ୍‌ରେ ଆମେରିକାର ଫ୍ରାନ୍‌ସିସ୍‌ ତିଆଫୋଏଙ୍କୁ ହରାଇ ପ୍ରିକ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛନ୍ତି ।ମହିଳାରେ ୪ ଗ୍ରାଣ୍ଡ ସ୍ଲମ୍‌ ବିଜୟିନୀ‌ ବେଲାରୁଷର ସାବାଲେଙ୍କା ୭-୬, ୭-୬ ସେଟ୍‌ରେ ଅଷ୍ଟ୍ରିଆର ଆନାସ୍ତାସିଆ ପୋଟାପୋଭାଙ୍କୁ ପରାସ୍ତ କରିଛନ୍ତି । ୨ଥରର ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ଏହି ୨୭ ବର୍ଷୀୟା ମହିଳା ପରବର୍ତ୍ତୀ ରାଉଣ୍ଡରେ କାନାଡାର ଭିକ୍ଟୋରିଆ ଏମ୍‌ବୋକୋଙ୍କୁ ଭେଟିବେ ।

ଅନ୍ୟ ତାରକା ମହିଳା ଖେଳାଳି ବିଶ୍ବର ୩ ନମ୍ବର ତଥା ଫ୍ରେଞ୍ଚ ଓପନ୍‌ ବିଜୟିନୀ ଆମେରିକାର କୋକୋ ଗଫ୍‌ ୩-୬, ୬-୦, ୬-୩ ସେଟ୍‌ରେ ନିଜ ଦେଶର ହେଲି ବାପିଷ୍ଟ୍‌ଙ୍କୁ, ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା ୭-୬, ୬-୩ ସେଟ୍‌ରେ ରୁଷିଆର ଡାଏନା ସ୍ନାଇଡରଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି । ତେବେ ବିଶ୍ବର ୭ ନମ୍ବର ଯଶ୍ମିନ ପାଓଲିନ୍‌ଙ୍କ ଅଭିଯାନ ଶେଷ ହୋଇଛି । ଏହି ଇଟାଲି ତାରକା ୨-୬, ୬-୭ ସେଟ୍‌ରେ ଆମେରିକାର ଇଭା ଜୋଭିକ୍‌ଙ୍କଠୁ ପରାସ୍ତ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe