କନକ ବ୍ୟୁରୋ : ବିଶ୍ବର ନଂ୧ ଟେନିସ୍ ଖେଳାଳି ସ୍ପେନର କାର୍ଲୋସ୍ ଆଲକାରାଜ୍ ଅଷ୍ଟ୍ରେଲିଆନ ଓପନ ପୁରୁଷ ଏକକ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ସେମିଫାଇନାଲରେ ସେ ଆଲେକଜାଣ୍ଡାର୍ ଜେଭରେଭଙ୍କୁ ୬-୪, ୭-୬,୬-୭,୬-୭,୭-୫ ସେଟରେ ପରାସ୍ତ କରିଛନ୍ତି। ଏହି ପ୍ରତିଯୋଗିତାଟି ପ୍ରାୟ ୫ ଘଣ୍ଟା ୨୭ ମିନିଟ୍ ପର୍ୟ୍ୟନ୍ତ ଚାଲିଥିଲା। ଫାଇନାଲରେ ତାଙ୍କର ମୁକାବିଲା ନୋଭାକ୍ ଜୋକୋଭିକ୍ କିମ୍ବା ଜାନିକ୍ ସିନରଙ୍କ ସହ ହେବ ।ଏହି ମ୍ୟାଚ୍ ଜିତିବା ପରେ ସେ କହିଛନ୍ତି, "୩ୟ ସେଟ୍ ସମୟରେ ମୁଁ କିଛିଟା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହା ମୋ କ୍ୟାରିୟରର ସବୁଠାରୁ ଶାରୀରିକ ପରିଶ୍ରମଭରା ମ୍ୟାଚ୍ ଥିଲା। କିନ୍ତୁ ମୁଁ ଶେଷ ବଲ୍ ପର୍ୟ୍ୟନ୍ତ ସଂଘର୍ଷ କରି ଜିତିଥିଲି।"
ଅଧିକ ପଢ଼ନ୍ତୁ : ଝିଅକୁ କରିଥିଲେ ଟେନିସ୍ ଖେଳାଳି ; ଶେଷରେ ନିଜେ ଗୁଳି କରି ହତ୍ୟା କଲେ
ଆଲକାରାଜଙ୍କର ଏହା ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ ଓ ଫାଇନାଲରେ ଜିତିଲେ ସେ ନିଜ କ୍ୟାରିୟରର ପ୍ରଥମ କ୍ୟାରିୟର୍ ସ୍ଲାମ୍ (୪ଟି ଯାକ ଗ୍ରାଣ୍ଡସ୍ଲାମ୍) ଜିତିବେ। ସେ ପୂର୍ବରୁ ଅନ୍ୟ ତିନୋଟି ଗ୍ରାଣ୍ଡସ୍ଲାମ୍ ଫ୍ରେଞ୍ଚ୍ ଓପନ୍, ୟୁଏସ୍ ଓପନ୍ ଓ ଓ୍ବିମ୍ବିଲଡନ୍ ଜିତିଥିବାବେଳେ ଅଷ୍ଟ୍ରେଲିଆନ୍ ଓପନ ଜିତିଲେ ତାଙ୍କର କ୍ୟାରିୟର୍ ସ୍ଲାମ ପୂରଣ ହେବ।
Follow Us