ବିଶ୍ୱ କ୍ୟାନ୍ସର ଦିବସରେ ଆସିଲା ଚିନ୍ତାଜନକ ତଥ୍ୟ ; କର୍କଟର ହଟ୍‌ସ୍ପଟ ପାଲଟୁଛି ଓଡିଶା

Advertisment

ବିଶ୍ୱ କର୍କଟ ଦିବସରେ ସାମ୍ନାକୁ ଆସିଲା ଓଡ଼ିଶାର ଉଦବେଗଜନକ ଚିତ୍ର । ବର୍ଷକୁ ଚିହ୍ନଟ ହେଉଛନ୍ତି ହାରାହାରି ୫୫ ହଜାର ନୂଆ ରୋଗୀ। କେବଳ ପଛୁଆ କି ଉପାନ୍ତ ଅଞ୍ଚଳ ନୁହେଁ, ରାଜ୍ୟର ଅନେକ ଶିକ୍ଷିତ ଓ ଆଗୁଆ ଜିଲ୍ଲା ବି ଏବେ କ୍ୟାନସର କବଳରେ ।

ବିଶ୍ୱ କର୍କଟ ଦିବସରେ ସାମ୍ନାକୁ ଆସିଲା ଓଡ଼ିଶାର ଉଦବେଗଜନକ ଚିତ୍ର । ବର୍ଷକୁ ଚିହ୍ନଟ ହେଉଛନ୍ତି ହାରାହାରି ୫୫ ହଜାର ନୂଆ ରୋଗୀ। କେବଳ ପଛୁଆ କି ଉପାନ୍ତ ଅଞ୍ଚଳ ନୁହେଁ, ରାଜ୍ୟର ଅନେକ ଶିକ୍ଷିତ ଓ ଆଗୁଆ ଜିଲ୍ଲା ବି ଏବେ କ୍ୟାନସର କବଳରେ ।

Cancer

Cancer Photograph: (kanak news)

କନକ ବ୍ୟୁରୋ : ରାଜ୍ୟରେ ସାଂଘାତିକ ସ୍ଥିତିରେ କ୍ୟାନସର୍‌ ପ୍ରାଦୁର୍ଭାବ । ବିଶ୍ୱ କର୍କଟ ଦିବସରେ ସାମ୍ନାକୁ ଆସିଲା ଓଡ଼ିଶାର ଉଦବେଗଜନକ ଚିତ୍ର । ବର୍ଷକୁ ଚିହ୍ନଟ ହେଉଛନ୍ତି ହାରାହାରି ୫୫ ହଜାର ନୂଆ ରୋଗୀ। କେବଳ ପଛୁଆ କି ଉପାନ୍ତ ଅଞ୍ଚଳ ନୁହେଁ, ରାଜ୍ୟର ଅନେକ ଶିକ୍ଷିତ ଓ ଆଗୁଆ ଜିଲ୍ଲା ବି ଏବେ କ୍ୟାନସର କବଳରେ । ଅଧାରୁ ଅଧିକ ଆକ୍ରାନ୍ତଙ୍କ ଠାରେ ଶେଷ ପର୍ଯ୍ୟାୟ କର୍କଟ ଚିହ୍ନଟ ହେଉଥିବାରୁ, ସଚେତନତା କାର୍ଯ୍ୟକ୍ରମର ପ୍ରଭାବ ଓ କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । 
 
ପୂର୍ବରୁ ବରଗଡ଼କୁ କୁହାଯାଉଥିଲା ରାଜ୍ୟର କ୍ୟାନସର୍‌ କ୍ୟାପିଟାଲ । ପଶ୍ଚିମ ଓଡ଼ିଶାରୁ ଚିହ୍ନଟ ହେଉଥିଲେ ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ । ହେଲେ ତଥ୍ୟ କହୁଛି, ଏବେ ଉପକୂଳକୁ ବି ଗ୍ରାସି ସାରିଲାଣି କର୍କଟ ରାକ୍ଷସ । ୨୦୨୫-୨୬ ଆର୍ଥିକ ବର୍ଷରେ ଜାନୁଆରି ସୁଦ୍ଧା ରାଜ୍ୟରେ ୨୩ ହଜାର ୧୩୧ କ୍ୟାନସର୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା କଟକ ଜିଲ୍ଲାରେ ସର୍ବାଧିକ ୪ ହଜାର ୭୭୯, କେନ୍ଦ୍ରାପଡ଼ାରେ ୧ ହଜାର ୮୭୮, ଯାଜପୁରରେ ୧ ହଜାର ୮୫୩, ଜଗତସିଂହପୁରରେ ୧ ହଜାର ୮୨୨, ବାଲେଶ୍ୱରରେ ୧ ହଜାର ୫୪୬ ଓ ଭଦ୍ରକ ଜିଲ୍ଲାରେ ୧ ହଜାର ୪୩୨ ରହିଛି । ରାଜ୍ୟରେ ବର୍ଷକୁ ହାରାହାରି ୫୫ ହଜାର ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ, କର୍କଟ ଚିହ୍ନଟର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ୍ ୩୫ ହଜାର ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଏବେ ମୁଖ ଗହ୍ୱର ଓ ସ୍ତନ କର୍କଟ ପ୍ରାଦୁର୍ଭାବ ସବୁଠୁ ଅଧିକ ଦେଖିବାକୁ ମିଳିଛି ।
ଅଧାରୁ ଅଧିକ ଆକ୍ରାନ୍ତଙ୍କ କ୍ଷେତ୍ରରେ କ୍ୟାନସର ଚିହ୍ନଟ ହେଲା ବେଳକୁ ନେଡ଼ି ଗୁଡ଼ କହୁଣୀକୁ ବୋହିବା ସ୍ଥିତି । ଶେଷ ପର୍ଯ୍ୟାୟରେ ରୋଗ ଧରାପଡ଼ିଲେ ଡାକ୍ତର ବି ନାଚାର । ରାଜ୍ୟରେ କ୍ୟାନସର ସଚେତନତା ପାଇଁ ଚାଲିଥିବା ତମାମ୍ କାର୍ଯ୍ୟକ୍ରମ କେବଳ ରାଜଧାନୀ କିମ୍ୱା ବଡ଼ ବଡ଼ ସହରରେ ସୀମିତ ରହୁଛି। ଗାଁ ଗହଳିରେ ଲୋକମାନେ ବେଳ ଥାଉ ଥାଉ କେମିତି କର୍କଟ ହୋଇଥିବା ସନ୍ଦେହ କରି ଡାକ୍ତରଙ୍କ ପରାମର୍ଶ ନେବେ, ସେ ଦିଗରେ ସଚେତନ ହେଉନାହାନ୍ତି । ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ କ୍ୟାନସର ସଚେତନତା ସୃଷ୍ଟି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ତାଲିମ ଦେଉଛନ୍ତି ସରକାର । କର୍କଟ ଚିହ୍ନଟ ଓ ଚିକିତ୍ସା କ୍ଷେତ୍ରରେ ଦୁର୍ବଳ ଭିତ୍ତିଭୂମି କ୍ୟାନସର ଲଢ଼େଇରେ ବାଧକ ସୃଷ୍ଟି କରୁଛି । 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe