ଧୁରନ୍ଧରରେ ଝଡ ସୃଷ୍ଟି କରିବା ପରେ ‘ବର୍ଡର -୨’ରେ ନଜର ଆସିବେ ଅକ୍ଷୟ ଖାନ୍ନା,  ୨୮ ବର୍ଷ ପରେ ଏକାଠି ହେବେ ସନ୍ନି ଏବଂ  ଅକ୍ଷୟ

Advertisment

୨୮ ବର୍ଷ ପରେ ସେ ସନ୍ନି ଦେଓଲଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ପ୍ରସ୍ତୁତ ହେଉଛନ୍ତି ଅକ୍ଷୟ ଖାନ୍ନା । ଯାହା ପ୍ରଶଂସକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହର ଝଡ଼ ସୃଷ୍ଟି କରିଛି ।

୨୮ ବର୍ଷ ପରେ ସେ ସନ୍ନି ଦେଓଲଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ପ୍ରସ୍ତୁତ ହେଉଛନ୍ତି ଅକ୍ଷୟ ଖାନ୍ନା । ଯାହା ପ୍ରଶଂସକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହର ଝଡ଼ ସୃଷ୍ଟି କରିଛି ।

akashhaya-khanana-

akashhaya-khanana- Photograph: (Google)

କନକ ବ୍ୟୁରୋ : ଭାରତୀୟ ସିନେମା ଜଗତର ସବୁଠାରୁ ଆଇକନିକ୍ ଯୁଦ୍ଧଭିତ୍ତିକ ଚଳଚ୍ଚିତ୍ର 'ବର୍ଡର' (୧୯୯୭) ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହାର ସଂଳାପ, ଗୀତ ଏବଂ କଳାକାରମାନଙ୍କ ଜୀବନ୍ତ ଅଭିନୟ ଆଜି ବି ଲୋକଙ୍କ ମନରେ ସତେଜ ରହିଛି । ବର୍ତ୍ତମାନ ଏହି ଫିଲ୍ମର ସିକ୍ୱେଲ୍ 'ବର୍ଡର ୨' କୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହି ଚଳଚ୍ଚିତ୍ରକୁ ନେଇ ସବୁଠାରୁ ବଡ଼ ଖବର ହେଉଛି ଯେ, ବଲିଉଡର ଦକ୍ଷ ଅଭିନେତା ଅକ୍ଷୟ ଖାନ୍ନା ଧୁରନ୍ଧର  ଫିଲ୍ମ ପରେ ବର୍ଡର ୨ରେ ଆସିବେ ନଜର ।  ୨୮ ବର୍ଷ ପରେ ସେ ସନ୍ନି ଦେଓଲଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ପ୍ରସ୍ତୁତ ହେଉଛନ୍ତି, ଯାହା ପ୍ରଶଂସକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହର ଝଡ଼ ସୃଷ୍ଟି କରିଛି ।

ଅଧିକ ପଢନ୍ତୁ:  ବ୍ୟାନ୍ ସତ୍ତ୍ୱେ ପାକିସ୍ତାନରେ ଧୁରନ୍ଧରର କ୍ରେଜ୍, ଲୁଚି ଲୁଚି ବଲିଉଡ ଫିଲ୍ମ ଦେଖୁଛନ୍ତି ପାକିସ୍ତାନୀ

୨୮ ବର୍ଷ ପରେ ପୁରୁଣା ଯୋଡ଼ିର ପୁନରାଗମନ
୧୯୯୭ ମସିହାରେ ମୁକ୍ତିଲାଭ କରିଥିବା 'ବର୍ଡର'ରେ ଅକ୍ଷୟ ଖାନ୍ନା 'ସେକେଣ୍ଡ ଲେଫ୍ଟନାଣ୍ଟ ଧର୍ମବୀର ସିଂହ' ଭୂମିକାରେ ଅଭିନୟ କରିଥିଲେ। ଜଣେ ଯୁବ ଅଧିକାରୀ ଭାବରେ ତାଙ୍କର ଭୟ ଏବଂ ପରେ ଦେଶ ପାଇଁ ତାଙ୍କର ବୀରତ୍ୱପୂର୍ଣ୍ଣ ବଳିଦାନ ଦର୍ଶକଙ୍କ ଆଖିରେ ଲୁହ ଆଣି ଦେଇଥିଲା । ସନ୍ନି ଦେଓଲ (ମେଜର କୁଲଦୀପ ସିଂହ ଚାନ୍ଦପୁରୀ) ଏବଂ ଅକ୍ଷୟ ଖାନ୍ନାଙ୍କ ସେହି ଦମଦାର ଅଭିନୟକୁ ଲୋକେ ଆଜି ପର୍ଯ୍ୟନ୍ତ ଭୁଲି ନାହାଁନ୍ତି। ଏବେ ପାଖାପାଖି ତିନି ଦଶନ୍ଧି ପରେ ଏହି ଦୁଇ ଦୁଇଜଣ ଦୁର୍ଦ୍ଦଷ କଳାକାରଙ୍କୁ ଏକାଠି ଦେଖିବା ଏକ ବଡ଼ ଧମାକାଠାରୁ କମ୍ ନୁହେଁ ।

'ଧୁରନ୍ଧର' ପରେ ବଢ଼ିଲା କ୍ରେଜ୍
ଅକ୍ଷୟ ଖାନ୍ନା ନିକଟରେ 'ଧୁରନ୍ଧର'ରେ  ଚମତ୍କାର ଅଭିନୟ କରି  ନିଜର ଏକ ସ୍ୱତନ୍ତ୍ର ପରିଚୟ ପୁଣି ଥରେ ଜାହିର କରିଛନ୍ତି । ତାଙ୍କର ଅଭିନୟ ଶୈଳୀ ଏବଂ ଗମ୍ଭୀର ବ୍ୟକ୍ତିତ୍ୱ ସବୁବେଳେ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ସୋସିଆଲ ମିଡିଆରେ ଅକ୍ଷୟ ଖାନ୍ନାଙ୍କ ଏଣ୍ଟ୍ରି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି। କିଛି ଲୋକ ଲେଖିଛନ୍ତି ଯେ "ଅସଲି ବର୍ଡର ହିରୋ ଫେରିଆସିଲେ", ତ ଆଉ କିଛି ଲୋକ ସନ୍ନି ଏବଂ ଅକ୍ଷୟଙ୍କ ଯୋଡ଼ିକୁ ପୁଣି ଦେଖିବା ପାଇଁ ଅପେକ୍ଷା କରିଥିବା କହିଛନ୍ତି । 'ବର୍ଡର'ର ସେହି ସ୍ମୃତି ଚାରଣ କରି ଅନେକେ ଲେଫ୍ଟନାଣ୍ଟ ଧର୍ମବୀରଙ୍କ ସେହି ଭାବପୂର୍ଣ୍ଣ ଦୃଶ୍ୟକୁ ମନେ ପକାଇଛନ୍ତି ।
 
'ବର୍ଡର ୨' ଭାରତର ସବୁଠାରୁ ବଡ଼ ସିକ୍ୟୁଏଲ୍ ଭାବେ ଉଭା ହେବାକୁ ଯାଉଛି। ଏହି ଫିଲ୍ମଟି ୨୩ ଜାନୁଆରୀ, ୨୦୨୬ ରେ ପ୍ରେକ୍ଷାଳୟକୁ ଆସିବ ବୋଲି ଘୋଷଣା କରାଯାଇଛି । ସାଧାରଣତନ୍ତ୍ର ଦିବସ ଅବସରରେ ଦେଶପ୍ରେମର ଏହି ମାହୋଲ ଫିଲ୍ମକୁ ଏକ ବଡ଼ ସଫଳତା ଦେବ ବୋଲି ଆଶା କରାଯାଉଛି ।
 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe