Dada Photograph: (KanakNews)
କନକ ବ୍ୟୁରୋ : ଜାନୁଆରି ୨୮ , ୨୦୨୬ ବୋଧହୁଏ ମହାରାଷ୍ଟ୍ର ରାଜନୀତିର ଇତିହାସରେ ଏହି ତାରିଖକୁ କଳାଦିବସ ରୂପେ ପାଳନ କରାଯିବ । କାରଣ ଏହି ଦିନ ମହାରାଷ୍ଟ୍ରର ଦାଦା ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଖାଲି ଅଜିତ ନୁହେଁ ତାଙ୍କୁ ମିଶାଇ ଆଉ ୫ ଜଣଙ୍କ ଜୀବନ ମଧ୍ୟ ପ୍ଲେନ୍ କ୍ରାଶରେ ଚାଲିଯାଇଥିଲା । ନ୍ୟୁଜ୍ ହେଡଲାଇନ୍ସରେ ଏହି ଖବର ଘନଘନ ବାଜିବା ପରେ ସମର୍ଥକ ଏବଂ ଅଗଣିତ ଅଜିତ ପାୱାରଙ୍କ ସମର୍ଥକଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । ପୂରା ମହାରାଷ୍ଟ୍ର ଶୋକର ଛାୟାରେ ବୁଡ଼ିଲା । ଦୁର୍ଘଟଣା କେମିତି , କାହିଁକି ହେଲା ଏହାକୁ ନେଇ ତର୍କବିତର୍କ ଚାଲିଲା । ଆଉ ଏହାରି ଭିତରେ ସୋସିଆଲ୍ ମିଡିଆରେ ଅଜିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।
ଆଗକୁ ପଢ଼ନ୍ତୁ : ପ୍ରେମରେ ପଡ଼ିଥିଲେ ପାୱାର୍ : ମନ୍ତ୍ରୀଙ୍କ ଝିଅ ସହ ମିଶିଥିଲା ମନ,ଏମିତି ଥିଲା ଅଜିତଙ୍କ ଲଭ୍ ଷ୍ଟୋରି
ଇଣ୍ଟରନେଟରେ ଝଡ଼ ପରି ଭାଇରାଲ୍ ହେଉଥିବା ଏହି ଭିଡିଓରେ ଅନେକ ଜ୍ୟୋତିଷ ୨୦୨୬ ରେ ଭାରତରେ ହେବାକୁ ଥିବା ବିମାନ ଦୁର୍ଘଟଣାର ଭବିଷ୍ୟବାଣୀ କରୁଥିବାର ଦେଖିବାକୁ ମିଳୁଛି । ଜ୍ୟୋତିଷ କହୁଛନ୍ତି ଯେ ‘ଭାରତରେ ଫେବୃୟାରି ଏବଂ ମାର୍ଚ୍ଚ ଭିତରେ ଅନେକ ବିମାନ ଦୁର୍ଘଟଣା ଘଟିବ । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ମୋ ପ୍ରେଡିକ୍ସନ୍ ଭୁଲ୍ ହେଉ କିନ୍ତୁ ଜଣେ ରାଜନେତାଙ୍କ ଜୀବନ ଏହି ଦୁର୍ଘଟଣାରେ ଚାଲିଯିବ । ମୋ ଭବିଷ୍ୟବାଣୀ ସବୁବେଳେ ସତ ହୁଏ କିନ୍ତୁ ପ୍ରାର୍ଥନା କରୁଛି ଏଭଳି କିଛି ଘଟଣା ନ ଘଟୁ । ମୋର କାମ ଆପଣଙ୍କୁ ସଚେତନ କରାଇବାର , ଏ ସମୟରେ ବିମାନ ଯାତ୍ରା କରନ୍ତୁ ନାହିଁ ।’ ତେବେ ଏହି ଭିଡିଓଟି ଜାନୁଆରି ୨ ତାରିଖର ବୋଲି କୁହାଯାଉଛି । ଯାହା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲା । ପାୱାରଙ୍କ ମୃତ୍ୟୁର ୨୫ ଦିନ ପୂର୍ବରୁ ଏହି ଭବିଷ୍ୟବାଣୀ କରାଯାଇଥିବା ବେଳେ ଇଣ୍ଟରନେଟରେ ଭାଇରାଲ ହୋଇଗଲା ଯେ ୨୫ ଦିନ ପୂର୍ବରୁ ହିଁ ଅଜିତଙ୍କ ପ୍ଲେନକ୍ରାଶର ପ୍ରେଡିକ୍ସନ୍ ହୋଇଯାଇଥିଲା ।
ତେବେ ବୁଧବାର ଘଟିଥିବା ଏହି ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଅଜିତଙ୍କ ଘଣ୍ଟାରୁ ତାଙ୍କ ମୃତଦେହ ଚିହ୍ନଟ କରାଯାଇଥିଲା । ବିମାନଟି ତଳେ ପଡ଼ି ସମ୍ପୂର୍ଣ୍ଣ ବ୍ଲାଷ୍ଟ୍ ହୋଇଯାଇଥିଲା ଏବଂ ଭିତରେ ବସିଥିବା ୬ ଜଣଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ଏଣେତେଣେ ପଡ଼ିଥିଲା । ତେବେ ଦୁର୍ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ୟୁଜର୍ସ ମଧ୍ୟ ଭିଡିଓ ଉପରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି କିଏ କହୁଛି ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଗଲା ତ ଆଉ କିଏ କହୁଛନ୍ତି ୨୫ ଦିନ ପୂର୍ବରୁ ହିଁ ଦାଦାଙ୍କ ମୃତ୍ୟୁର ଭବିଷ୍ୟବାଣୀ ହୋଇଯାଇଥିଲା । ଆଉ କେହି କେହି କହୁଛନ୍ତି ଜ୍ୟୋତିଷବାଣୀକୁ ହାଲୁକାରେ ନିଅନ୍ତୁ ନାହିଁ ।
Follow Us