କନକ ବ୍ୟୁରୋ: ସକାଳୁ ସଂଜ…ରାତି କି ଦିନ । ପ୍ରତି ମୁହୂର୍ତ୍ତରେ ମୋବାଇଲ୍‌ ଦରକାର । ନେଟ୍‌ ପ୍ୟାକ୍‌ ନଥିଲେ ଜୀବନଟା ଯେମିତି ଅଧୁରା ଲାଗୁଛି । ସେଇଥି ଲାଗି ତ କେଉଁ ସିମ୍‌ର ପ୍ଲାନ୍‌ କେତେ ସେନେଇ ଚର୍ଚ୍ଚା ଚାଲେ । ଯେହେତୁ ଆଇପିଏଲର ଟ୍ରେଣ୍ଡ ଆରମ୍ଭ ହୋଇଗଲାଣି ତେଣୁ ନେଟ୍‌ ପ୍ୟାକ୍‌ ତ ନିହାତି ଦରକାର । ଗ୍ରାହକଙ୍କ ଲାଗି ଏୟାରଟେଲ୍‌ ଏବେ ଏମିତି ଏକ ପ୍ଲାନ ଆଣିଛି ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । 

Advertisment

ଆଇପିଏଲ ସମୟରେ
ଏୟାରଟେଲ୍‌ର ଜବରଦସ୍ତ ପ୍ଲାନ୍‌
ଗ୍ରାହକଙ୍କ ଦିଲ୍‌ ଖୁସ୍‌ କରିଦେଲା କମ୍ପାନୀ

ଆଇପିଏଲ ଠିକ୍‌ ପୂର୍ବରୁ ଏୟାରଟେଲ ଆଣିଲା ଜବରଦସ୍ତ ପ୍ଲାନ୍‌ । ଏକା ସାଙ୍ଗରେ କମ୍ପାନୀ ଦୁଇଟି ନୂଆ ପ୍ଲାନ୍‌ ଲଂଚ କରିଛି । ଯାହାଦ୍ବାରା ଉପଭୋକ୍ତା ବେଶ୍‌ ଲାଭବାନ ହେବେ । 

ଜିଓ ହଟ୍‌ଷ୍ଟାରର ମିଳିବ ଆକ୍ସେସ୍‌

ଏୟାରଟେଲ୍‌ର ନୂଆ ପ୍ଲାନ୍‌ ଅନୁସାରେ, ମୋବାଇଲ୍‌ରେ ଜିଓ ହଟ୍‌ଷ୍ଟାରର ଆକ୍ସେସ୍‌ ମିଳିବ । ଯେହେତୁ ୨୨ ମାର୍ଚ୍ଚରେ ଆଇପିଏଲ୍‌ ଆରମ୍ଭ ହେଉଛି ତେଣୁ ହଟ୍‌ଷ୍ଟାରରେ ଆପଣ ଆରାମ୍‌ରେ ଦେଖିପାରିବେ ଖେଳ । କଥାହେଲା, ଏହା ଡାଟା ପ୍ଲାନ୍‌ ଥିବାରୁ ଖେଳ ଦେଖିବାରେ କୌଣସି ଅସୁବିଧା ହେବ ନାହିଁ ଆପଣଙ୍କୁ । 

୧୦୦ ଟଙ୍କାର ପ୍ଲାନ୍‌

ଏୟାରଟେଲ୍‌ର ଏହି ୧୦୦ ଟଙ୍କିଆ ପ୍ଲାନ୍‌ରେ ବୈଧତା ରହିଛି ୩୦ ଦିନ । ଏଥିରେ ୫ ଜିବି ଡାଟା ବି ଉପଲବ୍ଧ ରହିଛି । ଯଦି ଆପଣ ଏହି ପ୍ଲାନ୍‌ ନେଇଛନ୍ତି ତେବେ ୩୦ ଦିନ ପର୍ଯ୍ୟନ୍ତ ଆପଣ ନିର୍ଦ୍ବନ୍ଦ୍ବରେ ହଟ୍‌ଷ୍ଟାର ଦେଖିପାରିବେ । ଏହାବାଦ୍‌ କମ୍ପାନୀ ୧୯୫ ଟଙ୍କିଆ ପ୍ଲାନ୍‌ର ଘୋଷଣା କରିଛି । ଏହି ପ୍ଲାନ୍‌ର ଭ୍ୟାଲିଡିଟି ୯୦ ଦିନ ପର୍ଯ୍ୟନ୍ତ ରହିବ । ଖାଲି ଏତିକି ନୁହେଁ ପ୍ଲାନ୍‌ରେ ୧୫ ଜିବି ଡାଟା ବି ମିଳିବ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେହେତୁ ଏହା ଡାଟା ପ୍ଲାନ୍‌ ତେଣୁ ନେଟ୍‌ ବ୍ୟବହାର କରିବାକୁ ହେଲେ ଆପଣଙ୍କ ଆକ୍ଟିଭ୍‌ ପ୍ଲାନର ବୈଧତା ଥିବା ନିହାତି ଦରକାର । ଖାଲି ଏତିକି ନୁହେଁ ବରଂ ଏୟାରଟେଲ୍‌ର ୩୯୯୯, ୫୪୯, ୧୦୨୯ ଓ ୩୯୮ ଟଙ୍କିଆ ପ୍ଲାନ୍‌ ବି ଏବେ ଚର୍ଚ୍ଚାରେ । କାରଣ ଏହି ସବୁ ପ୍ଲାନ୍‌ରେ ଜିଓ ହଟ୍‌ଷ୍ଟାରର ଆକ୍ସେସ୍‌ ମିଳିବ । 

ମୋଟ୍‌ ଉପରେ ଏବେକା ସମୟରେ ରିଚାର୍ଜ ପ୍ଲାନ୍‌କୁ ନେଇ ଅନେକ ଚର୍ଚ୍ଚା ଲାଗି ରହେ । କେଉଁ ପ୍ଲାନ୍‌ର କେତେ ବୈଧତା ସେନେଇ ବି ଚର୍ଚ୍ଚା ଚାଲେ । ହେଲେ ଆଇପିଏଲ ସମୟରେ ଏୟାରଟେଲ୍‌ ଯେଉଁ ପ୍ଲାନ୍‌ ଆଣିଛି ତାହାକୁ ଅନେକାଂଶରେ ଫାଇଦା ହେବ ବୋଲି କୁହାଯାଉଛି ।