ଏୟାର୍ ଷ୍ଟ୍ରାଇକ୍ ପାକିସ୍ତାନକୁ ମହଙ୍ଗା ପଡ଼ିବ: ଆଫଗାନିସ୍ତାନ ଦେଖାଇଲା ନାଲିଆଖି

Advertisment

ପାକିସ୍ତାନ ସେନା ପୁଣି ଥରେ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଭିତରରେ ପଶି ଏୟାର୍ ଷ୍ଟ୍ରାଇକ୍ କରିଛି । ଆକ୍ରମଣ ପରେ ପାକିସ୍ତାନ ଉପରେ ତାଲିବାନ ଅଧିକାରୀ କ୍ରୋଧିତ ହୋଇଛନ୍ତି। ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଆକ୍ରମଣର କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି ।

ପାକିସ୍ତାନ ସେନା ପୁଣି ଥରେ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଭିତରରେ ପଶି ଏୟାର୍ ଷ୍ଟ୍ରାଇକ୍ କରିଛି । ଆକ୍ରମଣ ପରେ ପାକିସ୍ତାନ ଉପରେ ତାଲିବାନ ଅଧିକାରୀ କ୍ରୋଧିତ ହୋଇଛନ୍ତି। ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଆକ୍ରମଣର କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି ।

Pakistan Hits

Pakistan Hits Photograph: (Google)

କନକ ବ୍ୟୁରୋ:  ପାକିସ୍ତାନ ସେନା ପୁଣି ଥରେ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଭିତରରେ ପଶି ଏୟାର୍ ଷ୍ଟ୍ରାଇକ୍ କରିଛି । ଆକ୍ରମଣରେ ଆଫଗାନ ନାଗରିକଙ୍କୁ ଟାର୍ଗେଟ କରାଯାଇଛି । ପାକିସ୍ତାନ ସେନା ଏକ ବିବୃତିରେ କହିଛି ଯେ,ଆତ୍ମଘାତୀ ଆକ୍ରମଣର ଜବାବରେ ଗୁଇନ୍ଦା ସୂଚନା ଆଧାରରେ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି। ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଦାଏଶ ଖୋରାସନ ପ୍ରଦେଶ (ଡିକେପି)ର ସାତଟି ଆତଙ୍କବାଦୀ ଶିବିର ଓ ଆଡ୍ଡାକୁ ଟାର୍ଗେଟ କରାଯାଇଛି । ଏହା ସହିତ ଫିତନା ଅଲ-ଖାୱାରିଜ (ଏଫ୍‌ଏକେ) ତଥା ଏହାର ସହଯୋଗୀ ସଂଗଠନର ଶିବିର ଉପରେ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି । ଆଫଗାନ ଗଣମାଧ୍ୟମ ରିପୋର୍ଟ କରିଛି, ଏୟାର୍ ଷ୍ଟ୍ରାଇକ୍‌ରେ ଘର ଓ ମଦ୍ରାସାକୁ ଟାର୍ଗେଟ କରି କରାଯାଇଛି। ଏଥିରେ ୧୨ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଆକ୍ରମଣ ପରେ ପାକିସ୍ତାନ ଉପରେ ତାଲିବାନ ଅଧିକାରୀ କ୍ରୋଧିତ ହୋଇଛନ୍ତି। ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଆକ୍ରମଣର କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି । ପାକିସ୍ତାନରେ ପୂର୍ବତନ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଅବଦୁଲ ସଲାମ ଜୈଫ୍ କହିଛନ୍ତି, ନାଙ୍ଗରହାର ଓ ପାକଟିକା ଉପରେ ପାକିସ୍ତାନୀ ଶାସକଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣ ଦେଶର ସାର୍ବଭୌମତ୍ୱର ଉଲ୍ଲଂଘନ। ଏହା ଏକ ଅନ୍ୟାୟ ଓ କାପୁରୁଷତାପୂର୍ଣ୍ଣ କାର୍ଯ୍ୟ। ପାକିସ୍ତାନ ନିଜର ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରୁଛି । ଅଧିକ ପଢନ୍ତୁ: ପାକିସ୍ତାନରେ ଖାଦ୍ୟ ପାଇଁ ଡହଳବିକଳ ; ୬ବର୍ଷରେ ୭ ପ୍ରତିଶତ ବଢ଼ିଛି ଦାରିଦ୍ର୍ୟ

 ନିଜର ଘରୋଇ ବିଫଳତାକୁ ଲୁଚାଇବା ପାଇଁ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି। ଏହି ଆକ୍ରମଣ ଆଫଗାନିସ୍ତାନର ଅନ୍ତର୍ଜାତୀୟ ଆଇନ, ପଡ଼ୋଶୀ ନୀତି ଓ ଇସଲାମିକ ମୂଲ୍ୟବୋଧର ସ୍ପଷ୍ଟ ଉଲ୍ଲଂଘନ । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ନାଗରିକ ଓ ଧାର୍ମିକ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ପାକିସ୍ତାନୀ ସେନାର ଗୁପ୍ତଚର ତଥା ସୁରକ୍ଷା ବିଫଳତାର ସ୍ପଷ୍ଟ ପ୍ରମାଣ। ଏଭଳି ବାରମ୍ବାର ଆକ୍ରମଣ କେବେବି ସେମାନଙ୍କର ବିଫଳତାକୁ ଲୁଚାଇ ପାରିବ ନାହିଁ । ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି, ପାକିସ୍ତାନର ସାମରିକ ଗୋଷ୍ଠୀ ପୁଣି ଥରେ ଆଫଗାନ ମାଟି ଉପରେ ଆକ୍ରମଣ କରିଛି। ପାକିସ୍ତାନୀ ସେନା ନାଙ୍ଗରହାର ଏବଂ ପାକଟିକାରେ ସାଧାରଣ ଲୋକଙ୍କ ଉପରେ ବୋମା ମାଡ଼ କରିଛି, ଯେଉଁଥିରେ ମହିଳା ଓ ଶିଶୁଙ୍କ ସମେତ୧୨ାୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନୀ ଜେନେରାଲମାନେ ଏପରି ଆକ୍ରମଣ ମାଧ୍ୟମରେ ନିଜ ଘରେ ନିଜର ସୁରକ୍ଷା ଦୁର୍ବଳତାକୁ ପୂରଣ କରିବାକୁ ବୃଥା ପ୍ରୟାସ କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe