କନକ ବ୍ୟୁରୋ : କର୍ଣ୍ଣାଟକର ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର (କେଆଇଏ) ରେ ଏକ ଗମ୍ଭୀର ଘଟଣା ସାମ୍ନାକୁ ଆସିଛି। ଜଣେ ଦକ୍ଷିଣ କୋରିଆର ମହିଳା ଯାତ୍ରୀ ଏୟାର ଇଣ୍ଡିଆର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ୟାତନାର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହୋଇଛି ଯେ, ମାନୁଆଲ୍ ତଲାସୀ ବାହାନାରେ କର୍ମଚାରୀ ଜଣକଙ୍କ ମହିଳାଙ୍କ ଶରୀରକୁ ମନ୍ଦ ଉଦ୍ଦେଶ୍ୟ ରଖି ସ୍ପର୍ଶ କରିଥିଲେ। ସେ ମହିଳାଙ୍କୁ ଆଲିଙ୍ଗନ କରି ଧନ୍ୟବାଦ କରିବା ସହିତ ଯିବାକୁ କହିଥିଲେ। ପୀଡ଼ିତା, ଜଣେ ୩୨ ବର୍ଷୀୟା ବ୍ୟବସାୟୀ। ନଭେମ୍ବରରେ ପର୍ୟ୍ୟଟନ ଭିସାରେ ଭାରତ ଆସିଥିଲେ ଓ ସୋମବାର ଘରକୁ ଫେରୁଥିଲେ। ଅଭିଯୋଗ ପରେ, ପୁଲିସ ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇ ଦେଇଛି। ମାମଲା ଅନ୍ତର୍ଜାତୀୟ ପ୍ରସ୍ଥାନ ଅଞ୍ଚଳରେ ଘଟିଥିବା କୁହାଯାଉଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମାମଲା ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ସମୟରେ ଟର୍ମିନାଲ ୨ର ଅନ୍ତର୍ଜାତୀୟ ପ୍ରସ୍ଥାନ ଅଞ୍ଚଳରେ ଘଟିଥିଲା। ସିଆଇଏସ୍ଏଫ୍ ସୁରକ୍ଷା ଯାଞ୍ଚ୍ ଓ ଇମିଗ୍ରେସନ ପ୍ରକ୍ରିୟା ସମାପ୍ତ କରିବା ପରେ, ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ନିଜକୁ ବିମାନବନ୍ଦର କର୍ମଚାରୀ ଭାବରେ ପରିଚୟ ଦେଇଥିଲେ। ସେ ମହିଳାଙ୍କ ବୋର୍ଡିଂ ପାସ୍ ଯାଞ୍ଚ୍ କରି ତାଙ୍କ ଚେକ୍-ଇନ୍ ବ୍ୟାଗେଜ୍ରେ କିଛି ସମସ୍ୟା ଥିବା ଦାବି କରିଥିଲେ।
ଅଧିକ ପଢ଼ନ୍ତୁ : ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟରେ ବଡ଼ ଖୁଲାସା : ସାମ୍ନାକୁ ଆସିଲା ଦୁଇ ପାଇଲଟଙ୍କ ମଧ୍ୟରେ କଥାବାର୍ତ୍ତା
ତଲାସୀ ନାମରେ ଯୌନ ନିର୍ୟାତନା ଅଭିଯୋଗ
ଅଭିଯୋଗ ହୋଇଛି ଯେ, ଅଭିଯୁକ୍ତ ମହିଳାଙ୍କୁ ପୁନଃପରୀକ୍ଷା ପାଇଁ ସମୟ ଲାଗିବ ବୋଲି କହିଥିଲେ ଓ ତାଙ୍କୁ ମାନୁଆଲ୍ ତଲାସୀ ପାଇଁ ତାଙ୍କ ସହିତ ଯିବାକୁ କହିଥିଲେ। ସେ ତାଙ୍କୁ ପୁରୁଷମାନଙ୍କ ଶୌଚାଳୟକୁ ନେଇଯାଇଥିଲେ। ସେଠାରେ ତଲାସୀ ବାହାନାରେ କର୍ମଚାରୀ ମହିଳାଙ୍କ ବକ୍ଷସ୍ଥଳକୁ ଅନେକ ଥର ସ୍ପର୍ଶ କରିଥିଲେ। ବୁଲିବାକୁ କହିଥିଲେ ଓ ତା''''ପରେ ତାଙ୍କ ଗୁପ୍ତାଙ୍ଗକୁ ସ୍ପର୍ଶ କରିଥିଲେ। ଯେତେବେଳେ ମହିଳା ଜଣକ ଏହାର ପ୍ରତିବାଦ କଲେ। ଅଭିଯୁକ୍ତ ତାଙ୍କୁ କୁଣ୍ଢେଇ ପକାଇ ଧନ୍ୟବାଦ କହିଲେ ଓ ତାଙ୍କୁ ଚାଲିଯିବାକୁ କହିଥିଲେ।
ଅଭିଯୁକ୍ତଙ୍କର ତଲାସୀ ଅଧିକାର ନଥିଲ।
ଅଭିଯୋଗ ପାଇବା ପରେ ବିମାନବନ୍ଦର ଅଧିକାରୀମାନେ ଅଭିଯୁକ୍ତକୁ ଅଟକ ରଖି କେଆଇଏ ପୁଲିସକୁ ସୂଚନା ଦେଇଥିଲେ। ଅଭିଯୁକ୍ତଙ୍କୁ ୨୫ ବର୍ଷୀୟ ମହମ୍ମଦ ଆଫାନ ଅହମ୍ମଦ ଭାବରେ ଚିହ୍ନଟ କରାଯାଇଛି। ସେ କମାନାହାଲ୍ଲିର ବାସିନ୍ଦା। ଏୟାର ଇଣ୍ଡିଆ ଏସ୍ଏଟିଏସ୍ରେ ଗ୍ରାଉଣ୍ଡ ଷ୍ଟାଫ୍ ସଦସ୍ୟ ଭାବରେ ସେ କାର୍ୟ୍ୟ କରୁଥିଲେ। ବିମାନବନ୍ଦର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି, ଅହମ୍ମଦଙ୍କ ପାଖରେ ଯାତ୍ରୀମାନଙ୍କୁ ଶାରୀରିକ ଭାବରେ ତଲାସୀ କରିବାର କୌଣସି ଅଧିକାର ନାହିଁ। ଯଦି କୌଣସି ଲଗେଜ୍ ବିଷୟରେ କୌଣସି ସନ୍ଦେହ ଥିଲା, ତେବେ ସେ ଇମିଗ୍ରେସନ କିମ୍ବା ସିଆଇଏସ୍ଏଫ୍ କର୍ମଚାରୀଙ୍କୁ ଜଣାଇବା ଉଚିତ ଥିଲା। ତାଙ୍କର ନିଶ୍ଚିତ କରିବା ଉଚିତ ଥିଲା ଯେ, ଯାଞ୍ଚ୍ କାର୍ୟ୍ୟ ଅଧିକୃତ ମହିଳା କର୍ମଚାରୀଙ୍କ ଦ୍ୱାରା କରାଯିବା ଆବଶ୍ୟକ।
ଅଧିକ ପଢ଼ନ୍ତୁ : ଏୟାର ଇଣ୍ଡିଆର ପରିଚାଳନା ଉପରେ ପ୍ରଶ୍ନବାଚୀ ; ଡିଜିସିଏ ଅଡିଟ୍ ପରେ ବଢ଼ିଲା ଚିନ୍ତା
ଅଭିଯୋଗକୁ ସିସିଟିଭି ଫୁଟେଜ୍ ନିଶ୍ଚିତ କରିଛି
ପୁଲିସର କହିବା ଅନୁଯାୟୀ, ସିସିଟିଭି ଫୁଟେଜ୍ ମହିଳାଙ୍କ ବୟାନକୁ ନିଶ୍ଚିତ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଯୌନ ନିର୍ୟାତନାର ଏକ ମାମଲା ରୁଜୁ କରାଯାଇଛି। ତାଙ୍କୁ ଗିରଫ କରାଯାଇ ପରପ୍ପାନା ଅଗ୍ରହାର କେନ୍ଦ୍ରୀୟ କାରାଗାରକୁ ପଠାଯାଇଛି। ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।
Follow Us