AI Photograph: (KanakNews)
କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଯାହା ପାଟିରୁ ଶୁଣ ଗୋଟିଏ କଥା AI । ଯାହାକୁ ଓଡ଼ିଆରେ କୃତ୍ରିମ ବୁଦ୍ଧିମତ୍ତା ବୋଲି କୁହାଯାଏ । କିଛି ଲୋକ ଏହି ଆର୍ଟିଫିସିୟାଲ୍ ଇଣ୍ଟେଲିଜେନ୍ସକୁ ବହୁ କାମର ବୋଲି ଭାବନ୍ତି ଯାହା ବୋରିଂ କାମରୁ ମୁକ୍ତ କରେ ତ ଆଉ କିଛି ଲୋକ ଏହାକୁ ବିପଦର ଘଣ୍ଟି ବୋଲି କୁହନ୍ତି । କାରଣ ଏଆଇ ଲୋକଙ୍କ ଚାକିରି ନେଉଥିବାର ଖବର ସୋସିଆଲ୍ ମିଡିଆରେ ଝଡ଼ ପରି ଭାଇରାଲ୍ ହେଉଛି । କିନ୍ତୁ ପ୍ରକୃତ ସତ ଏ ଦୁଇଟି ମଝିରେ । ଏଆଇ ଯୁଗରେ କାମ କମୁନାହିଁ ବରଂ ଏହାର ସ୍ବରୂପ ବଦଳୁଛି । ଏଆଇ ଏଭଳି କାମ ତିଆରି କରୁଛି ଯାହା ପାରମ୍ପରିକ ଚାକିରିର ପରିଭାଷାରେ ନିଜକୁ ଖାପଖୁଆଇ ପାରୁନି । ଯାହାଦ୍ବାରା କ୍ୟାରିୟର୍ ତିଆରି କରିବା ବ୍ୟବସ୍ଥା ଏବଂ ନୂଆ ସ୍କିଲ୍ ସବୁଥିରେ ପରିବର୍ତ୍ତନ ଘଟୁଛି । ମାର୍ଚ୍ଚିଂ ସିପର ମାର୍କେଟିଂ ଏବଂ ମାନବ ସମ୍ବଳ ବିଶେଷଜ୍ଞ ସୋନିକା ଆରୋନ୍ କୁହନ୍ତି ଯେ AI ହେଉଛି ଏକ ଶକ୍ତିଶାଳୀ ଉତ୍ପାଦକତା ବୃଦ୍ଧିକାରୀ ଉପକରଣ। ଡାଟା ବିଶ୍ଳେଷଣ, କଣ୍ଟେଣ୍ଟ୍ ଡ୍ରାଫ୍ଟିଂ, କଷ୍ଟମର୍ ସପୋର୍ଟ କିମ୍ବା ସମୟ ନିର୍ଦ୍ଧାରଣ ଭଳି କାମ ଯାହା ପୂର୍ବରୁ ଘଣ୍ଟା ଘଣ୍ଟା ନେଉଥିଲା ତାହା ଏବେ କିଛି ମିନିଟ୍ ମଧ୍ୟରେ ସମାପ୍ତ ହେଉଛି । ଏହାଦ୍ବାରା ନିଷ୍ପତ୍ତି ଶୀଘ୍ର ନେଇ ହେଉଛି,ଖର୍ଚ୍ଚ କମ୍ ହେଉଛି ଏବଂ ଲୋକମାନଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାମ ଉପରେ ଧ୍ୟାନ ଦେବାକୁ ମୁକ୍ତ କରୁଛି ଏଆଇ ।
ଆଗକୁ ପଢ଼ନ୍ତୁ : ୧୩୦ ଟଙ୍କାରୁ କମ୍ ରିଚାର୍ଜରେ ହାଇ ସ୍ପିଡ୍ ଡାଟା : ଜିଓର ସବୁଠାରୁ ଶସ୍ତା ପ୍ଲାନ୍ , ଅନଲିମିଟେଡ୍ କଲିଂ ସାଙ୍ଗକୁ SMS ସୁବିଧା
ତେବେ ଏଆଇର ସ୍ପିଡ୍ ଯେଉଁ ମାତ୍ରାରେ ଦିନକୁ ଦିନ ବଢ଼ୁଛି ତାହା ମଧ୍ୟ ଚିନ୍ତାଜନକ । ଯେଉଁ କାମକୁ କରିବାକୁ ମଣିଷକୁ ପୂର୍ବରୁ ଘଣ୍ଟା ଘଣ୍ଟା ଧରି ସମୟ ଲାଗୁଥିଲା ତାହା ଏବେ କିଛି ମିନିଟ୍ ଭିତରେ ଶେଷ ହୋଇଯାଉଛି କେବଳ ଏଆଇ ପାଇଁ । ବର୍ତ୍ତମାନ ପ୍ରଶ୍ନ ଉଠିପାରେ ଯେ ଏହାଦ୍ବାରା କ’ଣ ମଣିଷର ଚାକିରି ଚାଲିଯିବ? ଏଭଳି ଭାବନା ସମ୍ପୂର୍ଣ୍ଣ ରୂପରେ ଭୁଲ୍ ବୋଲି ବି କୁହାଯାଇନପାରେ । ମେସିନ୍ ଯେଉଁ କାମକୁ ଚୁଟକି ବଜାଇ କରିଦେବ ତାହା ମଣିଷଦ୍ବାରା ସମ୍ଭବ ନୁହେଁ । କିନ୍ତୁ ଏହାକୁ ବି ମାନିବାକୁ ପଡ଼ିବ ଯେ ମଣିଷ ନ ଚଲାଇଲେ ମେସିନ୍ କେମିତି କାମ ଦେବ । କିନ୍ତୁ ଇତିହାସ କୁହେ ଯେ ନୂତନ ପ୍ରଯୁକ୍ତିବିଦ୍ୟା କାମକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ନଥାଏ ବରଂ ଏହା କରିବାର ଉପାୟକୁ ପରିବର୍ତ୍ତନ କରିଥାଏ । AI କାମକୁ ସହଜ ଏବଂ ଦ୍ରୁତ କରେ ଯେମିତିକି ମାର୍କେଟର୍ ଶୀଘ୍ର କ୍ୟାମ୍ପେନ୍ ଆଇଡିଆ ତିଆରି କରିପାରନ୍ତି , ନିଯୁକ୍ତିଦାତାମାନେ ରିଜ୍ୟୁମ୍ ଶୀଘ୍ର ସଜାଡ଼ି ପାରନ୍ତି ଏବଂ ଫାଇନାନ୍ସ ପ୍ରୋଫେସନାଲମାନେ ବଡ଼ ଡାଟାକୁ ଭଲ ଭାବରେ ବିଶ୍ଳେଷଣ କରିପାରନ୍ତି । ତେବେ ମନରେ ପ୍ରଶ୍ନ ଉଠେ ଯେ ଯଦି ଏଆଇ ୩ ଜଣଙ୍କ କାମ କରିବାର ସାମର୍ଥ୍ୟ ରଖେ ତାହେଲେ କମ୍ପାନି ୩ ଜଣ ଲୋକଙ୍କୁ କାହିଁକି ଚାକିରିରେ ରଖିବ ? ଏହିଠାରୁ AI ବନାମ ଚାକିରି ବିଷୟରେ ଏକ ନୂତନ ବିତର୍କ ଆରମ୍ଭ ହୁଏ । କିନ୍ତୁ ସତ ହେଉଛି ଯେ AI ମଣିଷକୁ ନୁହେଁ ବରଂ ସେମାନଙ୍କର ଭୂମିକାକୁ ପରିବର୍ତ୍ତନ କରୁଛି ।
ବର୍ତ୍ତମାନ କ୍ୟାରିୟରରେ ସଫଳତା ସେହିମାନେ ପାଆନ୍ତି ଯେଉଁମାନେ AI ର ବ୍ୟବହାର ଜାଣନ୍ତି । ଏବେ ପ୍ରଶ୍ନ ଏହା ନୁହେଁ ଯେ AI ମୋର ଚାକିରି ନେବ କି ନାହିଁ ବରଂ ମୁଁ କିପରି ମୋର ଚାକିରିକୁ ଉନ୍ନତ କରିବା ପାଇଁ କିମ୍ବା ନୂଆ କିଛି ଶିଖିବା ପାଇଁ କେମିତି AI ର ବ୍ୟବହାର କରିପାରିବି ।
Follow Us