ପାଣି ପରେ କୋଇଲା ପରିବହନକୁ ନେଇ ଛତିଶଗଡ଼-ଓଡ଼ିଶା ମୁହାଁମୁହିଁ, ସୀମାରେ ଠିଆ ହୋଇଛି ଶହ ଶହ ଟ୍ରକ୍

Advertisment

ପ୍ରତି ଗାଡ଼ି ପିଛା ୪୦୦ରୁ ୫୦୦ ଟଙ୍କା ବେଆଇନ ଚାନ୍ଦା ଆଦାୟକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଦାବି ନମାନିବାରୁ ଓଡ଼ିଶାର କୋଇଲା ବୋଝୋଇ ଗାଡ଼ି ଗୁଡ଼ିକ ଉପରେ କଟକଣା ଲଗାଇଛି ଛତିଶଗଡ଼। ଫଳରେ ସପ୍ତାହେରୁ ଅଧିକ ଦିନ ହେଲା ଜିଲ୍ଲାରୁ କୋଇଲା ପରବହନ ବନ୍ଦ ରହିଛି। ଛତିଶଗଡ଼ ମାଲିକ ସଂଘ ୫୦ ପ୍ରତିଶତ ପରିବହନ ଚାନ୍ଦା ଦାବି କରୁଥିବା ବେଳେ ସୁନ୍ଦରଗଡ଼ ଟ୍ରକ ମାଲିକ ଏହାକୁ ବିରୋଧ କରିଛନ୍ତି। ୩୭ ପ୍ରତିଶତରୁ ଅଧିକ ଭଡ଼ା ନଦେବାକୁ ରୋକଠୋକ ଶୁଣାଇ ଦେଇଛି ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ।  

sng

କନକ ବ୍ୟୁରୋ : ଓଡିଶା ଟ୍ରକ ମାଲିକ ସଂଘର ବିବାଦକୁ ନେଇ ସୀମାରେ ଅଶାନ୍ତି ଲାଗିରହିଛି। ଛତିଶଗଡ ର ବେଆଇନ ଚାନ୍ଦା ଆଦାୟ କୁ ବିରୋଧ କରି ମୁହାଁମୁହିଁ ହୋଇଥିଲେ ଦୁଇ ରାଜ୍ୟ ର ଟ୍ରକ ମାଲିକ ସଂଘ। ଯାହାଫଳରେ ପ୍ରଶାସନ ର ହସ୍ତକ୍ଷେପ ପରେ ବି ନିଜନିଜ ଜିଦ ରେ ଅଟଳ ରହିଛନ୍ତି ଉଭୟ ଟ୍ରକ ମାଲିକ ସଂଘ। ଯାହାଫଳରେ ୭ ଦିନ ହୋଇଯିବ ଉଭୟ ରାଜ୍ୟ ମଧ୍ୟ ରେ ବନ୍ଦ ରହିଛି କୋଇଲା ପରିବହନ। ହଜାର ହଜାର କୋଟି ର ରାଜସ୍ୱ ହାନି ହେଉଥିବା ବେଲେ ଚିନ୍ତା ରେ ରହିଛନ୍ତି ଟ୍ରକ ମାଲିକ। ଓଡ଼ିଶା-ଛତିଶଗଡ଼ ସୀମା ଟପରିଆରେ ଅଟକିଛି ହଜାରହଜାର କୋଇଲା ଟ୍ରକ। ଓଡ଼ିଶା ଟ୍ରକ୍ ମାନଙ୍କଠାରୁ ଛତିଶଗଡ଼ ଟ୍ରକ ମାଲିକ ସଂଘର ବେଆଇନ୍ ଚାନ୍ଦା ଆଦାୟକୁ ନେଇ ଦେଖାଦେଇଥିବା ବିବାଦ ସାଂଘାତିକ ହୋଇଛି। ପରିଣାମ ସ୍ବରୂପ ଛତିଶଗଡ଼ ତମନାର ଥାନାରେ ଓଡ଼ିଶା ଟ୍ରକ ମାଲିକଙ୍କ ବିରୋଧରେ ଏତଲା ଦେଇଛନ୍ତି ଛତିଶଗଡ଼ ଟ୍ରକ ମାଲିକ ସଂଘ। ଆଉ ଏବେ ସୀମାରେ ହଜାର ହଜାର ଟ୍ରକ୍ ଅଟକି ରହିଛି। ସୁନ୍ଦରଗଡ଼ ଏମସିଏଲ, ବେଦାନ୍ତ, ମନହରପୁର କୋଇଲା ଖଣିରୁ ପ୍ରତିଦିନ ୧୫୦୦ରୁ ଊର୍ଦ୍ଧ୍ବ କୋଇଲା ବୋଝୋଇ ଗାଡ଼ି ଛତିଶଗଡ଼ର ବିଭିନ୍ନ ପ୍ଲାଣ୍ଟକୁ ଯାଇଥାଏ। ଆଉ c

ଅଧିକ ପଢ଼ନ୍ତୁ :  ମହାନଦୀ ବିବାଦର ସମାଧାନ ପାଇଁ ଛତିଶଗଡ ଯିବ ଓଡ଼ିଶା,  ଉଚ୍ଚ ସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି

ଅନ୍ୟପଟେ ପୂରା ଘଟଣାକୁ ନଜରରେ ରଖି ଗତ ୧୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାପାଳ ଦୁଇ ଗୋଷ୍ଠୀକୁ ନେଇ ଏକ ବୈଠକ କରିଥିଲେ। ସେଥିରେ କୌଣସି ନିଷ୍କର୍ସ ବାହାରିପାରିନଥିଲା। ଅନ୍ୟପଟେ ଛତିଶଗନ ଟ୍ରକ ମାଲିକ ଅଭିଯୋଗ ଆଣିଛନ୍ତି ଯେ, ଓଡ଼ିଶା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଗିରଫଦାରୀ ନହେବା ପର୍ଯ୍ୟନ୍ତ  ସମାଧାନ ହୋଇପାରିବ ନାହିଁ । ସେପଟେ ସୀମାରେ ଗାଡ଼ି ଅଟକି ରହିବା ଦ୍ବାରା ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି ଓଡ଼ିଶା। ଆଉ ଋଣ କିଭଳି ପରିଶୋଧ କରିବେ, ସେ ଚିନ୍ତାରେ ଗାଡ଼ି ମାଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe