କନକ ବ୍ୟୁରୋ:କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଘଡିଆମାଳ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଅନୁସୂଚିତ ଜାତି ଯୁବତୀଙ୍କ ନିଯୁକ୍ତିକୁ ବିରୋଧ ଘଟଣା। ୮୬ ଦିନ ଧରି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହେବା ପ୍ରସଙ୍ଗ ରାଜ୍ୟସଭାରେ ଉଠିବା ପରେ ତନାଘନା ଆରମ୍ଭ। କେନ୍ଦ୍ରାପଡ଼ା ଗସ୍ତରେ ଗଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ । ଜିଲ୍ଲା ପ୍ରଶାସନ ସହ କରିବେ ଆଲୋଚନା। ଗାଁକୁ ଯାଇ ଲୋକଙ୍କୁ ଭେଟିବେ ଓ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ସୂଚନା ମିଳିଛି । 

Advertisment

ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ, ଗୁରୁବାର ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଏହାକୁ ନେଇ ସାରା ଦେଶରେ ଓଡ଼ିଶା ନିନ୍ଦିତ ହୋଇଛି। ଗତ ନଭେମ୍ବର ମାସରୁ ଅନୁସୂଚିତ ଯୁବତୀଙ୍କ ନିଯୁକ୍ତି ପରଠାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଶିଶୁ ଆସୁ ନାହାନ୍ତି । କି ତାଙ୍କ ଠାରୁ ଖାଦ୍ୟ ସାମଗ୍ରୀ ଗ୍ରହଣ କରୁନାହାନ୍ତି ଗର୍ଭବତୀ ଓ ପ୍ରସୂତୀ ।

ଆହୁରି ପଢ଼ନ୍ତୁ:ସରକାରୀ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ଆମନ୍ତ୍ରଣ କରାନଯିବା ଘଟଣା; କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌

ପରେ ଉପଜିଲ୍ଲାପାଳ ସେହି ଅଙ୍ଗନବାଡି କେନ୍ଦରେ ପହଂଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ମାତ୍ର କୌଣସି ଲୋକ ଆଲୋଚନା କୁ ଆସିନଥିଲେ । ପ୍ରଶାସନ ପକ୍ଷରୁ ତିନିଦିନ ସମୟ ଦିଆଯାଇଥିଲା । ଆଜି ତିନିଦିନ ପୂରଣ ହୋଇଥିଲେ ମଧ୍ୟ ଆଜିବି କେହି ପିଲା ଅଙ୍ଗନବାଡି କୁ ଆସିନାହାନ୍ତି। ଆଜି ବି ତହସିଲଦାର ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝେଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ କିଛିବି ସୁଫଳ ମିଳିନି ।