ଘର ଭାଙ୍ଗିଦେଲା ପ୍ରଶାସନ ; ଶୀତ କାକରରେ ଖୋଲା ଆକାଶ ତଳେ ଜୀବନ କଟାଉଛନ୍ତି ଲୋକେ

Advertisment

ଜବର ଦଖଲ ଉଚ୍ଛେଦ ପରେ ଖୋଲା ଆକାଶ ତଳେ ଶୀତ କାକରରେ ରାତି କଟାଉଛନ୍ତି ଲୋକେ। ଅନେକ କାକୁତି ମିନତୀ କଲେ ହାତ ହାତ ଯୋଡ଼ି କାନ୍ଦି କାନ୍ଦି ନେହୁରା ବି ହେଲେ, କିନ୍ତୁ କେହି ଶୁଣିଲେନି

ଜବର ଦଖଲ ଉଚ୍ଛେଦ ପରେ ଖୋଲା ଆକାଶ ତଳେ ଶୀତ କାକରରେ ରାତି କଟାଉଛନ୍ତି ଲୋକେ। ଅନେକ କାକୁତି ମିନତୀ କଲେ ହାତ ହାତ ଯୋଡ଼ି କାନ୍ଦି କାନ୍ଦି ନେହୁରା ବି ହେଲେ, କିନ୍ତୁ କେହି ଶୁଣିଲେନି

17

Photograph: (kanak news)

କନକ ବ୍ୟୁରୋ: ଜବର ଦଖଲ ଉଚ୍ଛେଦ ପରେ ଖୋଲା ଆକାଶ ତଳେ ଶୀତ କାକରରେ ରାତି କଟାଉଛନ୍ତି ଲୋକେ । ଅନେକ କାକୁତି ମିନତୀ କଲେ ହାତ ହାତ ଯୋଡ଼ି କାନ୍ଦି କାନ୍ଦି ନେହୁରା ବି ହେଲେ, କିନ୍ତୁ କେହି ଶୁଣିଲେନି । ଗୋଟିଏ ଦିନ ବି ସମୟ ଦେଲେନି, ସବୁ ଭାଙ୍ଗି ମାଟିରେ ମିଶାଇଦେଲେ । ଜବର ଦଖଲ ଉଛେଦର ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ସହର ତକତପୁର ଅଞ୍ଚଳର ୨୭ ନମ୍ବର ୱାର୍ଡରେ।  ଘଟଣା ମୁତାବକ, ୨୦୧୭ ମସିହା ପୂର୍ବରୁ ଏହି ସବୁ ଜାଗା ଆଢ଼ିୟ ନାଁରେ ରହିଥିଲା। ଦୀର୍ଘ ବର୍ଷ ଧରି କୌଣସି ଦାବିଦାର ନରହିଥିବାରୁ ସହରର ବିଭିନ୍ନ ସ୍ଥାନରେ ଆଢ଼ିୟ ନାଁରେ ଥିବା ଜାଗା ଗୁଡ଼ିକ ୨୦୧୭ ମସିହାରେ ସରକାରୀ ଖାତାକୁ ଚାଲିଯାଇଥିଲା ।

ସେହିଭଳି ଭାବରେ ଏହି ଜାଗା ମଧ୍ୟ ସରକାରୀ ଖାତାକୁ ଯିବାପରେ ଏହାକୁ ତକତପୁର ସ୍ଥିତ ସରକାରୀ ବୈଷୟିକ ତାଲିମ ପ୍ରତିଷ୍ଠାନକୁ ଦିଆଯାଇଥିଲା । ହେଲେ ଦୀର୍ଘ ବର୍ଷ ଧରି ସେହି ଜାଗାର ପ୍ରାୟ ୬୬ ଡେସିମିଲ ଜାଗା ଜବର ଦଖଲରେ ରହିଥିଲା । ୯ଟି ପରିବାର ଘର ଦ୍ୱାର କରି ପିଲା ଛୁଆ ଧରି ସେଠାରେ ରହିଆସୁଥିଲେ । ସେତେବେଳେ ସେମାନଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଦିଆଯିବା ପରେ ସେମାନେ ଏହାକୁ ନେଇ ଆଇନର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ହେଲେ ଦୀର୍ଘ ସମୟ ଧରି ଏହାର ସମାଧାନ ନହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ୫ ଦିନ ତଳେ ନୋଟିସ ଦେଇ ବୁଲଡୋଜର ଲଗାଇ ଘର ସବୁ ଭାଙ୍ଗିଦିଆଯାଇଛି । ଆଉ ଘର ଭାଙ୍ଗିବା ପରେ ଏବେ ବାସହରା ହୋଇ ଫାଙ୍କା ପଡ଼ିଆରେ ଲୋକେ । 

ଆହୁରି ପଢନ୍ତୁ :କୋଟିଆରେ ଆନ୍ଧ୍ର ଅନୁପ୍ରବେଶ : ରାସନ କାର୍ଡ ସର୍ଭେକୁ ନେଇ ଆନ୍ଧ୍ର ଅଧିକାରୀ–କୋଟିଆ ପୁଲିସ ମୁହାଁମୁହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe