କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ବ୍ଲକ ମହଙ୍ଗପଡା ମାଳ ଗାଁର ବୁନ୍ଦାବନ ପାଢୀ ଓ ତାଙ୍କ ବନ୍ଧୁ ନାରାୟଣ ପ୍ରଧାନ । ୧୦ ବର୍ଷ ହେଲା ନିଜସ୍ୱ ଉଦ୍ୟମରେ ୧୦ଗୁଣ୍ଠ ଜମିରେ କାକୁଡି ଚାଷ କରୁଛନ୍ତି । ଏହି ଚାଷରୁ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ବେକାର ଯୁବକ ଓ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ପ୍ରତିଦିନ ୧ କୁଇଣ୍ଟାଲରୁ ଅଧିକ କାକୁଡ଼ି ବିକୁଛନ୍ତି । କାକୁଡି କିଲୋ ପିଛା ୫୫ ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି । ବିଲମୁଣ୍ଡରୁ ବ୍ୟବସାୟୀ ମାନେ ଆସି କାକୁଡ଼ କିଣି ନେଉଛନ୍ତି ।
ଅଧିକ ପଢନ୍ତୁ; ଜୈବିକ ଉପାୟରେ ହେଉଛି କଲରା ଚାଷ ; ବର୍ଷକୁ ଲକ୍ଷାଧିକ ଟଙ୍କାର ଲାଭ
ପାନବରଜରେ ପାନଚାଷ ବଦଳରେ ହୋଇଛି କଲରା ଚାଷ । ପାନଚାଷ କରି କ୍ଷତି ସହିବା ପରେ କଲରା ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ବିନୋଦ ବିଶ୍ୱାଳ । ମହଙ୍ଗପଡା ମାଳ ଗାଁର ଏହି ଚାଷୀଙ୍କୁ ପ୍ରତିବର୍ଷ ପାନବରଜ ପାଇଁ ଧାର କରଜ କରିବାକୁ ପଡ଼ିଥାଏ । ପାନଚାଷରୁ ଲାଭ ମିଳୁନଥିବାରୁ ୬ ପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟକର ହୋଇପଡ଼େ । ତେଣୁ ସେହି ବରଜରେ ପାନଚାଷ ବଦଳରେ କଲରା ଚାଷ କରିଛନ୍ତି ବିନୋଦ । ପାଖୁଡିଥିବା ଯାଗାରେ ଧାଡି ଧାଡି ହୋଇ କଲରା ଚାଷ ହୋଇଛି । ପେନ୍ଥା ପେନ୍ଥା ହୋଇ ଝୁଲୁଛି କଲରା । ଏବେ ସେ ୨ ଦିନକୁ ୫୦ କିଲୋ କଲରା ତୋଳୁଛନ୍ତି । ମାସକୁ ୪୫ ହଜାର ଟଙ୍କା ରୋଜଗାର କରି ନିଆଳି ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ବିନୋଦ ।
ସେହିପରି ଆଉ ଜଣେ ଜହ୍ନି ଚାଷୀ ହେଲେ ସେହି ମହଙ୍ଗପଡାମାଳର ମନୋରଞନ ସାହୁ । ସେ ନିଜ ଜମିରେ ବିଭିନ୍ନ ଫସଲ କରିଛନ୍ତି । ହେଲେ ସେ ଚଳିତ ବର୍ଷ ୧୫ ଗୁଣ୍ଠ ଜହ୍ନି ଚାଷ କରିଛନ୍ତି । ପ୍ରତିଦିନ ୧ କୁଇଣ୍ଟାଲ ୨୦ କିଲୋ ଜହ୍ନି ତୋଳା ହେଉଛି । ଜହ୍ନି କିଲୋ ୬୦ ଟଙ୍କାରେ ବିଲମୁଣ୍ଡାରେ ବ୍ୟବସାୟୀଙ୍କୁ ବିକ୍ରୀ କରନ୍ତି । ଚଳିତ ବର୍ଷ ସେ ଜହ୍ନି ବିକ୍ରୀ କରି ଲକ୍ଷପତି ହୋଇ ପାରିଛନ୍ତି । ପରିବା ଚାଷ କରି ଏଭଳି ରୋଜଗାରକ୍ଷମ ହେବା ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/07/farming-2025-12-07-21-44-41.png)