କନକ ବ୍ୟୁରୋ : ନୂଆପଡା ପରାଜୟ ପରେ କଂଗ୍ରେସରେ କୁହୁଳୁଛି ଅସନ୍ତୋଷର ନିଆଁ । ବରିଷ୍ଠ ନେତା ଓ ଯୁବନେତା ବର୍ଷିବା ପରେ ସାମ୍ନାକୁ ଆସିଛନ୍ତି ଭକ୍ତ ଦାସ । କହିଛନ୍ତି,  ବାହ୍ୟ ଶକ୍ତି କଥାରେ କିଛି ନେତା ବୟାନ ଦେଉଛନ୍ତି । ସେପଟେ ସୁର ରାଉତରାୟ ନିଆଁରେ ଘିଅ ଢାଳିଛନ୍ତି ।  

Advertisment

ନୂଆପଡା ବିଧାନସଭା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହେଲା । କିନ୍ତୁ ଏହାର ସମୀକ୍ଷା ନକରି ବୟାନବାଜିରେ ବ୍ୟସ୍ତ କଂଗ୍ରେସ ନେତା । ଦଳରେ ବିଭୀଷଣ ଅଛନ୍ତି ବୋଲି ପିସିସି ସଭାପତି ଭକ୍ତ ଦାସଙ୍କ ବୟାନ ପରେ ଦଳରେ ରାଜନୀତି ଜୋର ଧରିଛି । ବିବାଦ ବଢିବା ପରେ ଆଜି ଏ ନେଇ ଖୋଦ୍ ପିସିସି ସଭାପତି ସାମ୍ନାକୁ ଆସିଛନ୍ତି । କହିଛନ୍ତି,  ବିଭୀଷଣ କଥା ମୁଁ କହିନାହିଁ ।  ସାମ୍ବାଦିକ ପ୍ରଶ୍ନ କରିବାରୁ ଦଳରେ ବିଭୀଷଣ ଥିଲେ ଖୋଜିବୁ କହିଥିଲି । ଯଦି କାହାର ଅସୁବିଧା ଅଛି ସିଧା ଆଲୋଚନା କରନ୍ତୁ । ବାହ୍ୟଶକ୍ତି କଥାରେ କିଛି ନେତା ଗଣମାଧ୍ୟମରେ ବୟାନ ଦେଉଛନ୍ତି । ସେଥିରୁ ବିରତ ରୁହନ୍ତୁ ।

ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ନାବାଳିକା

ନୂଆପଡ଼ା ପରାଜୟ ପରେ ଭକ୍ତଙ୍କ ଅଭିଯୋଗକୁ ନେଇ କିଛି ବରିଷ୍ଠ ନେତା ମୁହଁ ଖୋଲିଥିଲେ । ବରିଷ୍ଠ ନେତା ମୋକିମ୍‌ ପ୍ରଶ୍ନ ଉଠାଇବା ସହ ଶୃଂଖଳା କମିଟିକୁ ଚିଠି ଲେଖିଥିଲେ । ଶନିବାର କିଛି ଯୁବ ନେତା ଭକ୍ତଙ୍କ ବିରୋଧରେ କହିଥିଲେ । ଆଉ ଏହି ବୟାନ ଦଳ ଓ ଦଳ ନେତୃତ୍ବକୁ ଅକଳରେ ପକାଇଛି । ପରୋକ୍ଷରେ ଭକ୍ତଙ୍କ ଆଡକୁ ଅଙ୍ଗୁଳି ଉଠାଇ ନୂଆ ବିବାଦକୁ ଜନ୍ମ ଦେଇଛନ୍ତି । ସେପଟେ କଂଗ୍ରେସ ନେତା ସୁର ରାଉତରାୟ ବିବାଦ ସୃଷ୍ଟି କରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ମୁଁ ଶବ୍ଦ ଛାଡ଼ି ଆମେ ମିଶିକି କାମ କରିବାକୁ ହେବ । ମନୋମାଳିନ୍ୟ ଭୁଲିବାକୁ ବନ୍ଧୁମିଳନ ହେବ ।

୨୪ ଘଣ୍ଟାରେ ଲଘୁଚାପ ନେଇପାରେ ଅବପାତର ରୂପ, ୨୬ ରୁ ୨୭ ଭିତରେ ବାତ୍ୟା ସମ୍ଭାବନା

ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟି ଭୁବନେଶ୍ବର ଫେରିଛନ୍ତି ଭକ୍ତ ଦାସ । ଆଉ ଆଜି ଜିଲ୍ଲା ସଭାପତି ଓ ପିସିସି କର୍ମକର୍ତ୍ତାଙ୍କ ସହ ବୈଠକ କରିଛନ୍ତି । ସଙ୍ଗଠନ ସମ୍ପର୍କରେ ସେ ଆଲୋଚନା କରିଥିବା କୁହାଯାଉଛି ।