କନକ ବ୍ୟୁରୋ : ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଧିନରେ ଥିବା ୨୮ ଏକରରୁ ଅଧିକ ସାମୁଦ୍ରିକ ଜମି ଅଣଓଡ଼ିଆ କମ୍ପାନି କବଜାରେ । ଏନେଇ କନକ ନ୍ୟୁଜରେ ପ୍ରସାରଣ ପରେ ଚର୍ଚ୍ଚା ଯେତିକି ଧାଁ ଧପଡ ସେତିକି । ଖୋଳତାଡ ଭିତରେ ପୁଣି ଯେଉଁ ତଥ୍ୟ ଆସିଛି ତାହା ମୁଣ୍ଡ ଘୁରାଇ ଦେବ । କେବଳ ଅଣଓଡ଼ିଆ କମ୍ପାନି ନୁହେଁ ବରଂ ରାଜନଗର ବ୍ଲକର ଏକମାତ୍ର ଡିଗ୍ରୀ କଲେଜ ସମୁଦ୍ର ଭିତରେ ହାତେଇଛି ଜମି ।
ସାମୁଦ୍ରିକ ଅଭୟାରଣ୍ୟରେ ସମୁଦ୍ର ଭିତରେ ଜମି ଅଣଓଡ଼ିଆ କମ୍ପାନି କିଭଳି ହାତେଇଲେ? ଏ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ରାଜନଗର ବ୍ଲକର ଏକମାତ୍ର ଡିଗ୍ରି କଲେଜ ବଙ୍ଗୋପସାଗରକୁ କିଣିଥିବା ଜଣାପଡିଛି । ରାଜନଗର ବ୍ଲକର ମହିଷାସୁରରେ ରହିଛି ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ। ମହାବିଦ୍ୟାଳୟ ପକ୍ଷରୁ ୪ ଏକର ୫୪ ଡେସିମିଲ ଜମି ସମୁଦ୍ର ଭିତରେ କିଣାଯାଇଛି। ୨୦୦୧ ମସିହାରେ ରାଜନଗର ତହସିଲର ଦାଖଲ ଖାରଜ କେସ ନମ୍ବର ୫୯୨/୦୧ରେ ଗହୀରମଥାରେ ୨ ଏକର ୩୯ ଡେସମିଲ ଜମି ଓ ୨୦୦୪ରେ ରାଜନଗର ତହସିଲର ଦାଖଲ ଖାରଜ କେସ ନମ୍ବର ୧୩୦୪/୦୪ ରେ ଗହୀରମଥାରେ ୨ ଏକର ୧୫ ଡେସିମିଲ ଜମି କିଣାଯାଇଛି। ପରିବେଶର ସୁରକ୍ଷାର ପାଠ ପଢାଉଥିବା କଲେଜ କିଭଳି ନିଷିଦ୍ଧାଞ୍ଚଳ ସାମୁଦ୍ରିକ ଅଭୟାରଣ୍ୟ ଜମି କିଣିଲା ତାକୁ ନେଇ ପ୍ରଶ୍ନ ଉଠିଛି ।
ନକଲି ଇଡି, ସିବିଆଇ ଅଫିସର ସାଜି ଆସୁଥିଲା, ସରକାରୀ ଅଫିସର ଓ ବଡ଼ ବ୍ୟବସାୟୀଙ୍କୁ ଲୁଟୁଥିଲା
ଗହରୀମଥା ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା ପୂର୍ବରୁ ଏଠାରେ ଥିବା ରାଜସ୍ବ ଗାଁକୁ ଅଧା ଗିଳିଥିଲା ସମୁଦ୍ର । ପରେ ୨ଟି ରାଜସ୍ବ ଗାଁ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇଥିଲା । ତେବେ ପ୍ରଶ୍ନ ଉଠୁଛି, ସମୁଦ୍ର ଗର୍ଭରେ ଥିବା ଜମି ପାଇଁ କାହିଁକି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ କଲେଜ କତ୍ତୃପକ୍ଷ ? ପୂର୍ବତନ ପ୍ରଧ୍ୟାପକଙ୍କ କହିବା ଅନୁଯାୟୀ, ସରକାରୀ ରେକର୍ଡରେ ଖେଳ ପଡିଆ ଦର୍ଶାଇବାକୁ ଏହି ଜମି କିଣାଯାଇଥିଲା। ହେଲେ ଦାୟିତ୍ବରେ ଥିବା ଅଧ୍ୟକ୍ଷ କହିଛନ୍ତି, ଏ ବାବଦରେ ଅବଗତ ନାହିଁ । ଅନ୍ୟପଟେ ତଦନ୍ତ କରାଯାଇ ସମସ୍ତ ଜମି ପଟ୍ଟାକୁ ସରକାରୀ ଖାତାକୁ ଅଣାଯିବ ବୋଲି କହିଛନ୍ତି ରାଜନଗର ତହସିଲଦାର ।
LIC ର ଜବରଦସ୍ତ ପ୍ଲାନ୍ : ନିବେଶ କଲେ ରିଟର୍ଣ୍ଣ ଗ୍ୟାରେଣ୍ଟି , ୮ ବର୍ଷରେ ହେବେ ମାଲାମାଲ୍
ସାମୁଦ୍ରିକ ଅଭୟାରଣ୍ୟ ଜମିକୁ ମନଇଚ୍ଛା ବିକ୍ରି ହୋଇଛି । ହେଲେ ଏହା ପଛର ଅସଲ ଉଦ୍ଦେଶ୍ୟ କଣ ତାହା ତଦନ୍ତ ସାପେକ୍ଷ।
Follow Us