ଖବର ବାଜିଲା, ପୋଷାକ ମିଳିଲା; ପିଲାଙ୍କ ମୁହଁରେ ଫୁଟିଲା ହସ

Advertisment

ବିଳମ୍ବ ହେଲେ ବି ନୂଆ ପୋଷାକ ପାଇବା ପରେ ପିଲାଙ୍କ ମୁହଁରେ ହସ ଫୁଟିଛି । ନୂଆ ପୋଷାକ ପିନ୍ଧି ଶ୍ରେଣୀଗୃହକୁ ପାଠ ପଢ଼ିବାକୁ ଯାଇ ନପାରିଲେ ବି ଏବେ ଅନ୍ତତଃ ପରୀକ୍ଷା ଦେବାକୁ ଯାଇପାରେବେ । ଛାତ୍ରଛାତ୍ରୀଙ୍କ ମୁହଁରୁ ବାରି ହୋଇପଡୁଛି ଖୁସି ।

ବିଳମ୍ବ ହେଲେ ବି ନୂଆ ପୋଷାକ ପାଇବା ପରେ ପିଲାଙ୍କ ମୁହଁରେ ହସ ଫୁଟିଛି । ନୂଆ ପୋଷାକ ପିନ୍ଧି ଶ୍ରେଣୀଗୃହକୁ ପାଠ ପଢ଼ିବାକୁ ଯାଇ ନପାରିଲେ ବି ଏବେ ଅନ୍ତତଃ ପରୀକ୍ଷା ଦେବାକୁ ଯାଇପାରେବେ । ଛାତ୍ରଛାତ୍ରୀଙ୍କ ମୁହଁରୁ ବାରି ହୋଇପଡୁଛି ଖୁସି ।

School Uniforms

School Uniforms Photograph: (Kanak News)

କନକ ବ୍ୟୁରୋ : ଶିକ୍ଷା ବର୍ଷ ପାଇବାକୁ ବସିଥିଲେ ବି ଏପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ପୋଷାକ ମିଳିନଥିଲା । ଗଣଶିକ୍ଷାବିଭାଗ ବାରମ୍ବାର ଚିଠି ଲେଖୁଥିଲେ ବି ଅଧିକାରୀଙ୍କର ଖାତିର ନଥିଲା । ଏନେଇ ସୂଚନା ପାଇବା ପରେ ୟୁନିଫର୍ମ ବଣ୍ଟା ଅବ୍ୟବସ୍ଥାର ସତ ସାମନାକୁ ଆଣିଥିଲା କନକ ନ୍ୟୁଜ୍ । ଖବର ବାଜିବା ପରେ ଏବେ ପିଲାଙ୍କୁ ମିଳିଛି ପୋଷାକ ।

ବିଳମ୍ବ ହେଲେ ବି ନୂଆ ପୋଷାକ ପାଇବା ପରେ ପିଲାଙ୍କ ମୁହଁରେ ହସ ଫୁଟିଛି । ନୂଆ ପୋଷାକ ପିନ୍ଧି ଶ୍ରେଣୀଗୃହକୁ ପାଠ ପଢ଼ିବାକୁ ଯାଇ ନପାରିଲେ ବି ଏବେ ଅନ୍ତତଃ ପରୀକ୍ଷା ଦେବାକୁ ଯାଇପାରେବେ । ଛାତ୍ରଛାତ୍ରୀଙ୍କ ମୁହଁରୁ ବାରି ହୋଇପଡୁଛି ଖୁସି ।

ଅଧିକ ପଢ଼ନ୍ତୁ : ୧୦ଦିନ ଅଛି ମାଟ୍ରିକ ପରୀକ୍ଷା : ଖବର ବାଜିବା ପରେ ତରବରିଆ ଭାବେ ପୋଷାକ ବାଣ୍ଟିବାକୁ ଯୋଜନା

ପୋଷାକ ବାଣ୍ଟିବା ପାଇଁ କମ୍ ସଂଘର୍ଷ କରିବାକୁ ପଡିନି । ପରୀକ୍ଷା ପାଖେଇ ଆସିଥିଲେ ବି ପିଲାଙ୍କୁ ପୋଷାକ ବଣ୍ଟା ଯାଇନଥିବା ଜଣାପଡିଥିଲା । କ୍ୟାମେରା ଆଗରେ ଅସନ୍ତୋଷ ଝାଡିଥିଲେ ଛାତ୍ରଛାତ୍ରୀ ଓ ଅବିଭାବକ । ଏହାକୁ ଅତି ଗୁରୁତର ସହ ନେଇ ଆମେ ପ୍ରସାରଣ କରିଥିଲୁ । ତାପରେ ଭାଙ୍ଗିଥିଲା ଗଣଶିକ୍ଷା ବିଭାଗର ନିଦ । ତୁରନ୍ତ ପୋଷାକ ବାଣ୍ଟିବାକୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷାମନ୍ତ୍ରୀ । ନିର୍ଦ୍ଦେଶ ପାଇବା ପରେ ରାତି ଅଧିଆ ବୈଠକ କରିଥିଲେ । ଶେଷରେ ଆଜି ପ୍ରାୟ ଅଧା ପିଲାଙ୍କୁ ୟୁନିଫର୍ମ ବଣ୍ଟାଯାଇଛି ।

ତେବେ, ଅନ୍ୟ ପିଲାଙ୍କୁ କେବେ ପୋଷାକ ମିଳିବ ? ସରକାରଙ୍କୁ ବଦନାମ କରିଥିବା ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ ? ଅପେକ୍ଷା ରହିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe