କନକ ବ୍ୟୁରୋ: ଭୁଲ ମାଗିଲା ଏନସିଇଆରଟି । ସୁପ୍ରିମ୍‌କୋର୍ଟଙ୍କ ତୀବ୍ର ସମାଲୋଚନା ପରେ କ୍ଷମା ମାଗିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏନସିଆରଟି) । ବିବାଦୀୟ ବିଷୟ ‘ନ୍ୟାୟପାଳିକା ଦୁର୍ନୀତି’ ବିଷୟକୁ ନେଇ କ୍ଷମା ପ୍ରାର୍ଥନା କରିଛି ଏନସିଆରଟି । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଅନୁଚିତ ବିଷୟବସ୍ତୁ ଅନ୍ତର୍ଭୁକ୍ତ କରିବା ପାଇଁ କ୍ଷମା ପ୍ରାର୍ଥନା କରିଛି। ସମ୍ପୂର୍ଣ୍ଣ ଅଜାଣତରେ ଏଭଳି ଭୁଲ ହୋଇଥିବା ବୋଲି ବର୍ଣ୍ଣନା କରିଛି ଏନସିଆରଟି ।  

Advertisment

ସୁପ୍ରିମ୍‌କୋର୍ଟଙ୍କ ତୀବ୍ର ସମାଲୋଚନା ପରେ, ବିଚାରପତିମାନଙ୍କ ଦୁର୍ନୀତି ପୁସ୍ତକର ବଣ୍ଟନକୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି। ଏନସିଆରଟି କହିଛି, ଏହି ଭୁଲ୍ ସମ୍ପୂର୍ଣ୍ଣ ଅଜାଣତରେ ହୋଇଛି ଏବଂ ଏହି ଅଧ୍ୟାୟରେ ଅନୁଚିତ ବିଷୟବସ୍ତୁ ଅନ୍ତର୍ଭୁକ୍ତ କରିବାକୁ ଦୁଃଖ ପ୍ରକାଶ କରୁଛି। ତେବେ ବିବାଦୀୟ ଅଧ୍ୟାୟଟି ଏବେ ଯଥୋଚିତ କର୍ତ୍ତୃପକ୍ଷମାନଙ୍କ ସହିତ ପରାମର୍ଶ କରି ପୁନର୍ଲିଖନ କରାଯିବ ଏବଂ ୨୦୨୬-୨୭ ଶିକ୍ଷାବର୍ଷରୁ ଛାତ୍ରମାନଙ୍କ ପାଇଁ ପୁନଃପ୍ରକାଶିତ ହେବ ବୋଲି ଏନସିଆରଟି କହିଛି । 

ଆହିରୁ ପଢ଼ନ୍ତୁ:ପୁରୀ ପୌରସଂସ୍ଥାର ନିଆରା ପ୍ରୟାସ : ବେଳାଭୂମିରେ ବ୍ୟାଗେଜ୍ ଲକର୍ ସିଷ୍ଟମ୍ ଆରମ୍ଭ

ଛାତ୍ରମାନଙ୍କ ମଧ୍ୟରେ ସାଂବିଧାନିକ ସାକ୍ଷରତା, ସଂସ୍ଥାଗତ ସମ୍ମାନ ଏବଂ ଗଣତାନ୍ତ୍ରିକ ଅଂଶଗ୍ରହଣର ସୂଚନାପ୍ରାପ୍ତ ବୁଝାମଣାକୁ ମଜବୁତ କରିବା ଉଦେଶ୍ୟ ରଖି ଏନସିଆଟି ପୁସ୍ତକ ପ୍ରସ୍ତୁତ କରିଥିବା କହିଛି। ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ପର୍ଯ୍ୟବେକ୍ଷଣ ପରେ, ଘଉଋଜଞ କହିଛି ଯେ ସେମାନେ ତୁରନ୍ତ ପାଠ୍ୟପୁସ୍ତକର ବଣ୍ଟନକୁ ସ୍ଥଗିତ ରଖିଛନ୍ତି ଏବଂ ଏହାକୁ ପ୍ରଚାରରୁ ହଟାଇ ଦେଇଛନ୍ତି।