କନକ ବ୍ୟୁରୋ : ସର୍ତ୍ତମୂଳକ ଜାମିନରେ ଜେଲରୁ ବାହାରିବା ପରେ ଓଡ଼ିଶାରେ ଆଶ୍ରୟ ନେଲେ ଛତିଶଗଡ଼ର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଲଖମା କୱାସୀ । ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପରେ ମାଲକାନଗିରି ସହରକୁ ନିଜ ଅସ୍ଥାୟୀ ଠିକଣା ଭାବେ ବାଛି ନେଇଛନ୍ତି କୱାସୀ ଲଖମା । ବହୁ ଚର୍ଚ୍ଚିତ ଛତିଶଗଡ଼ ମଦ ଘୋଟାଲା ମାମଲାରେ ପ୍ରାୟ ବର୍ଷେ ଧରି ରାୟପୁର ସେଣ୍ଟ୍ରାଲ୍ ଜେଲରେ ବିଚାରାଧୀନ କଏଦୀ ଭାବେ ସଜା କାଟୁ ଥିଲେ ଲଖମା ।

Advertisment

ଅଧିକ ପଢନ୍ତୁ : ଛତିଶଗଡ଼ର ଅବକାରୀ ଓ ଶିଳ୍ପ ମନ୍ତ୍ରୀଙ୍କ ଭିନ୍ନ ଅବତାର : ଦେବୀ ପିଠରେ କାଳିଶି ନୃତ୍ୟ କଲେ ମନ୍ତ୍ରୀ ଲଖମା କୱାସୀ, ଆଦିବାସୀ ପରମ୍ପରାରେ କାଳିଶି ଅର୍ଥାତ୍ ଆବିର୍ଭାବ ହୁଅନ୍ତି ଦେବୀ; ଆଧୁନିକ ଯୁଗରେ ମନ୍ତ୍ରୀଙ୍କ ଅନ୍ଧବିଶ୍ୱାସକୁ ନେଇ ବଢିଲା ଚର୍ଚ୍ଚା

 ଗତ ଫେବୃୟାରୀ ୩ ତାରିଖରେ ଲାଖମାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ତେଣୁ ଲଖମା ମାଲକାନଗିରି ସହରର ଏକ ଭଡ଼ା ଘରେ ରହିବା ଲାଗି ସ୍ଥିର କରି ମାଲକାନଗିରି ଆସିଛନ୍ତି । ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଆଶଙ୍କା କରି କୋର୍ଟ ତାଙ୍କୁ ଛତିଶଗଡ଼ ବାହାରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗକୁ କେବଳ ଶୁଣାଣିର ଗୋଟିଏ ଦିନ ଆଗରେ ଛତିଶଗଡ଼ ଯିବେ ଲଖମା । କୋର୍ଟଙ୍କ ବିନା ଅନୁମତିରେ ଫୋନ ନମ୍ବର ବଦଳାଇ ପାରିବେନି । ଇଡି ଓ ସ୍ଥାନୀୟ ପୁଲିସର ବିନା ଅନୁମତିରେ ଅନ୍ୟ କୌଣସି ସ୍ଥାନକୁ ଯାଇପାରିବେନି ।