କନକବ୍ୟୁରୋ : ଆଜି ମହାରାଷ୍ଟ୍ର ମହାୟୁତି ସରକାରରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ଚାପ ପଡିବା ପରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ଅର୍ଜୁନ ମୁଣ୍ଡେ । ମନ୍ତ୍ରୀ ସରପଞ୍ଚ ହତ୍ୟା ମାମଲାରେ ଫଶିବା ପରେ ଏବେ ତାଙ୍କୁ ପଦ ହରାଇବାକୁ ପଡିଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ହେଉଛି ସନ୍ତୋଷ ଦେଶମୁଖଙ୍କର । ମହାରାଷ୍ଟ୍ର ବିଡ ମାଦାଜୋଗ ଗାଁର ସରପଞ୍ଚ ସନ୍ତୋଷଙ୍କୁ ଗତ ବର୍ଷ ଡିସେମ୍ବର ୯ରେ ବିଭତ୍ସ ହତ୍ୟା କରାଯାଇଥିଲା । ତାଙ୍କ ଶବ ଉପରେ ପରିସ୍ରା କରାଯାଉଥିବା ଫଟୋ ଭାଇରାଲ ହେବା ପରେ ଆକ୍ରୋଶର ନିଆଁ ସାରା ମହାରାଷ୍ଟ୍ରରେ ମାଡିଥିଲା ।
ଆଉ ଇଏ ହେଉଛି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବାଲ୍ମିକ କରାଡ । ଯାହାଙ୍କ କାରନାମା ମହାରାଷ୍ଟ୍ର ସରକାରଙ୍କୁ ଏବେ ନାକେଦମ କରିଛି । ବାଲ୍ମିକୀଙ୍କ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ମଙ୍ଗଳବାର ଧନଞ୍ଜୟ ମୁଣ୍ଡେଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ସେପଟେ ମହାୟୁତି ସରକାର ଉପରେ ପ୍ରଶ୍ନ ଉଠାଇ ଟାର୍ଗେଟ କରିଛି ମହାବିକାଶ ଅଘାଡି । ଅପରାଧ ଓ ଅପରାଧୀଙ୍କୁ ରାଜ୍ୟ ସରକାର ଆଶ୍ରୟ ଦେଇ ଆଇନ ଶୃଖଂଳା ପରିସ୍ଥିତିକୁ ବିଗାଡୁଥିବା ଅଭିଯୋଗ କରିଛନ୍ତି ବିରୋଧୀ
ସନ୍ତୋଷଙ୍କୁ ନ୍ୟାୟ ଦେବାକୁ ବିଡଠୁ ନେଇ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ବିରାଧପ୍ରଦର୍ଶନ ଦେଖିବାକୁ ମିଳିଥିଲା ବାଲ୍ମିକୀ କରାଡ ଦୋଷୀ ସାବ୍ୟସ୍ତ ହେବା ପରେ ମହାୟୁତି ସରକାରଙ୍କ ଉପରେ ଚାପ ବଢ଼ିଥିଲା । ଏପରକି ସୋମବାର ଅଜିତ ପାୱାରଙ୍କ ସହ ଆଲୋଚନା କରିବା ପରେ ମଙ୍ଗଳବାର ସକାଳୁ କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/04/CHd6py48u8l4vl974Tl5.jpg)