ଏସଆଇ କେଳେଙ୍କାରୀରେ ସିବିଆଇ ବିଜ୍ଞପ୍ତି ପରେ ଛାନିଆ ବଡ଼ବଡ଼ିଆ, କାହା ପାଳି ପଡ଼ିବ ଟେନସନରେ ନେତା ଓ ଅଧିକାରୀ

ଧୂର୍ତ୍ତ ଠକଙ୍କୁ ଗିରଫ କରିବା ସହ ଆଖି ଖୋସିଦେବା ଭଳି ସମ୍ପତ୍ତି ଜବତ କରିଛି ସିବିଆଇ । ନଗଦ ୩ କୋଟି ୭୦ ଲକ୍ଷ ଟଙ୍କା, ଏକ କେଜି ସୁନାଗହଣା, ୨୬ଟି ପ୍ଲଟ, ୪ଟି ବିଳାସପୂର୍ଣ୍ଣ କାର ଓ ୧୨ ଅନ୍ୟ ଗାଡି ଜବତ ହୋଇଛି । ଅଜିତ ଓ ମିଙ୍କୁଲାଲ ଓଡ଼ିଶା ବାହାରେ ମଧ୍ୟ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିଲେ ।

cbi

କନକ ବ୍ୟୁରୋ : ଏସଆଇ  ଚାକିରୀ ଅନିୟମିତତା ମାମଲାରେ ସିବିଆଇ ପଶିବା ପରେ ବଡ଼ବଡ଼ିଆଙ୍କ ଛାତିରେ ଛନକା ପଶିଛି । ହଜାରେ କୋଟି ଏବଂ ମହା ନେଟୱର୍କ ପଛରେ ଆଉ କିଏ?  ଅର୍ଥ କାରବାର ଏବଂ  ଅନ୍ୟ କେଉଁ  ପରୀକ୍ଷା କେଳେଙ୍କାରୀର ରହିଛି କି ସଂପୃକ୍ତି?  ଏ ସବୁ ଦିଗକୁ  ନେଇ  ଘଣ୍ଟିବେ ସିବିଆଇ ଅଧିକାରୀ।  ସିବିଆଇ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ, ଦିନେ କିମ୍ବା ଦୁଇ ଦିନ ଭିତରେ ସିବିଆଇ ଏ ନେଇ ବିଧିବଦ୍ଧ ମାମଲା କରିବ । ଆଉ ତାପରେ କ୍ରାଇମ ବ୍ରାଞ୍ଚ ଠାରୁ ମାମଲା ସମ୍ପର୍କିତ ସମସ୍ତ ନଥିପତ୍ର  ସଂଗ୍ରହ କରି ତଦନ୍ତକୁ ଜୋରଦାର କରିବ ।  ବିଶେଷଜ୍ଞ ଏହି କେଳେଙ୍କାରୀ ପଛରେ ଏକ ବଡ ରାକେଟ ଆଡ଼କୁ ସେ ଇଙ୍ଗିତ କରିଛନ୍ତି। ଓଡ଼ିଶା ଭିତରେ ନୁହେଁ  ଏହା ବାହାରେ ଇ-ନେଟୱର୍କ  କାମ କରୁଥିବା ସେ ସନ୍ଦେହ କରୁଛନ୍ତି।  

ଲାଲକିଲ୍ଲା ବିସ୍ଫୋରଣର ପ୍ରାଥମିକ ଯାଞ୍ଚରୁ ସାମନାକୁ ଆସିଲା ସାଂଘାତିକ ତଥ୍ୟ, ସନ୍ଦିଗ୍ଧ ସକିଲ ସହ ସମ୍ପର୍କରେ ଥିଲେ ଓଡ଼ିଶାର ଜମାତ

ଏପଟେ  ଏସଆଇ  ଅନିୟମିତତା  ମାମଲାରେ   ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ର ପ୍ରମୁଖ ସହଯୋଗୀ ଥିଲା ସାଗର ଗୌଡ଼ । ଯାହାକୁ କ୍ରାଇମ ବ୍ରାଞ୍ଚ ଟିମ୍ ଗିରଫ କରିଛି । ଦୀଘା ମଡ୍ୟୁଲ ପରିଚଳନ  କ୍ଷେତ୍ରରେ  ବଡ଼ ଭୂମିକା ନେଇଥିଲା ସାଗର । ଶଙ୍କର ପୃଷ୍ଟି ନିର୍ଦ୍ଦେଶରେ ସେ  ଏଜେଣ୍ଟମାନକୁ   ନିର୍ଦ୍ଦେଶ ଦେଉଥିଲା।  ଜେରା ବେଳେ ଜଣାପଡିଛି, ୨୯ ସେପ୍ଟେମ୍ବରରେ ସାଗର  ଦୀଘା ଯାଇଥିଲା । ଶଙ୍କର ପୃଷ୍ଟି ନିର୍ଦ୍ଦେଶ କ୍ରମେ  ଦୀଘା ମଡ୍ୟୁଲ ସିକ୍ରେଟେ ଅପରେସନକୁ ତଦାରଖ କରୁଥିଲା। ଘନ ଘନ ଜେରା କରିବ ପରେ ତାର ସଂପୃକ୍ତି ପଦାକୁ ଆସିଥିଲା। 

୬ ମାସ ପାଇଁ ଶାନ୍ତ ପଡ଼ିବେ ମଙ୍ଗଳ : ୫୧ ଦିନ ପର୍ଯ୍ୟନ୍ତ ଜପ କରନ୍ତୁ ଏହି ମନ୍ତ୍ର , ସତର୍କ ରୁହନ୍ତୁ ୩ ରାଶି

ଏସଆଇ କେଳେଙ୍କାରୀ ମାମଲାରେ କ୍ରାଇମ ବ୍ରାଞ୍ଚ ପରେ ଏବେ ପଶିବ ସିବିଆଇ। ଦେଖିବାର କଥା, କେନ୍ଦ୍ରୀୟ ଏଜେନ୍ସି  ମାମଲା ରୁଜୁ କରି କାହାକୁ ପଚରାଉଚରା କରୁଛି । ଏବେ ପ୍ରଶ୍ନ ଉଠୁଛି, ଧରାହେବେ କି ବଡ଼ବଡ଼ିଆ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe