କବର ବାଜିଲା ପରେ ଚେତିଲା ପ୍ରଶାସନ, ଏମକେସିଜିରେ ବଢ଼ିଲା ଯକ୍ଷ୍ମାରୋଗୀଙ୍କ ପାଇଁ ଶଯ୍ୟା ସଂଖ୍ୟା

Advertisment

କେବଳ ସେତିକି ନୁହେଁ ଅତ୍ୟାଧୁନିକ ଜରୁରୀ ସେବା ଯୋଗାଇବାକୁ ଆଗେଇ ଆସିଛି ମେଡିକାଲ ପ୍ରଶାସନ। ଆବଶ୍ୟକ ଅନୁସାରେ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରିବା ସହ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା ମଧ୍ୟ କରିଛନ୍ତି ମେଡିକାଲ କତୃପକ୍ଷ। ପୂର୍ବରୁ କେବଳ ଉପର ମହଲାରେ ଚିକିତ୍ସା ଚାଲିଥିବା ବେଳେ ଏବେ ତଳ ମହଲାର ଏକ ସ୍ଵତନ୍ତ୍ର କୋଠରୀରେ ମିଳିବ ଅତ୍ୟାଧୁନିକ ଚିକିତ୍ସା। 

a4

କନକ ବ୍ୟୁରୋ : ଖବର ବାଜିଲା ପ୍ରଶାସନର ତତ୍ପରତା ବଢ଼ିଲା। ତୁରନ୍ତ ପଦକ୍ଷେପ ନେଇ ବ୍ୟବସ୍ଥାରେ ଉନ୍ନତି ଆଣିଲେ। ଏଣିକି ଶଯ୍ୟା ଅଭାବରୁ ଆଉ ଚଟାଣରେ ଶୋଇବେନି ଯକ୍ଷ୍ମା ରୋଗୀ। ଶଯ୍ୟା ସଂଖ୍ୟା ବଢ଼ାଇବା ସହ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ପ୍ରସ୍ତୁତି ଚଳାଇଛି ମେଡିକାଲ ପ୍ରଶାସନ। 

କେବଳ ସେତିକି ନୁହେଁ ଅତ୍ୟାଧୁନିକ ଜରୁରୀ ସେବା ଯୋଗାଇବାକୁ ଆଗେଇ ଆସିଛି ମେଡିକାଲ ପ୍ରଶାସନ। ଆବଶ୍ୟକ ଅନୁସାରେ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରିବା ସହ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା ମଧ୍ୟ କରିଛନ୍ତି ମେଡିକାଲ କତୃପକ୍ଷ। ପୂର୍ବରୁ କେବଳ ଉପର ମହଲାରେ ଚିକିତ୍ସା ଚାଲିଥିବା ବେଳେ ଏବେ ତଳ ମହଲାର ଏକ ସ୍ଵତନ୍ତ୍ର କୋଠରୀରେ ମିଳିବ ଅତ୍ୟାଧୁନିକ ଚିକିତ୍ସା। 

ଅଧିକ ପଢ଼ନ୍ତୁ : ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଭଙ୍ଗା ହେଉନି ଅସୁରକ୍ଷିତ କୋଠା: ୧୦ବର୍ଷ ହେଲା ନୂଆ ବିଲ୍ଡିଂ ନିର୍ମାଣରେ ସାଜିଛି ବାଧକ

 ଯକ୍ଷ୍ମା ରୋଗୀଙ୍କୁ ଶଯ୍ୟା ଅଭାବ, ଗୁରୁତରଙ୍କୁ ଷ୍ଟ୍ରେଚର୍ ଅଭାବ ଭଳି ସମସ୍ୟା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଏମକେସିଜି ଅଧୀକ୍ଷକ ବିଭାଗ ବୁଲି ତୁରନ୍ତ ଏଭଳି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରୋଗୀ ସଂଖ୍ୟା ବଢ଼ୁଥିବାରୁ ଅନୁମୋଦିତ ଶଯ୍ୟା ସଂଖ୍ୟା ୩୦ରୁ ୪୦କୁ ବୃଦ୍ଧି କରାଯାଇଛି। ଏହା ସହ ତଳ ମହଲାରେ ନୂଆ କୋଠରୀ ସହ ଶଯ୍ୟା ପର୍ଯ୍ୟନ୍ତ ଅକ୍ସିଜେନ ପାଇପ୍‌ ବ୍ୟବସ୍ଥା ହୋଇଛି। ଏହା ସତ୍ତ୍ୱେ ସଫେଇ ଦାୟିତ୍ଵ ନେଇଥିବା ଘରୋଇ ସଂସ୍ଥା ବିରୋଧରେ ଆସିଛି ଅଭିଯୋଗ। ଶୌଚାଳୟ ପରିଷ୍କାର ରହୁନଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏ ନେଇ ଉକ୍ତ ସଂସ୍ଥାକୁ ତାଗିଦ କରିଛନ୍ତି ମେଡିକାଲ ଅଧୀକ୍ଷକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe