କନକ ବ୍ୟୁରୋ : ବାଲି, ଖଣି ଓ ଗୋ ମାଫିଆଙ୍କ ଉପରେ ପଡିଛି ଛାଟ। ଗଞ୍ଜାମ ଜିଲ୍ଲାର ଏକାଧିକ ବାଲି ଓ କଳାପଥର ମାଫିଆଙ୍କ ବିଭିନ୍ନ ଠିକଣାରେ ଇଡି ଚଢ଼ାଉ ପରେ ଖୋଲିଛି କଳାଚିଠି । କେନ୍ଦୁଝର ପୁଲିସର ବିଭିନ୍ନ ଜିଲ୍ଲାରେ ରେଡ୍ ପରେ ସାମନାକୁ ଆସିଛି ଗୋ-ମାଫିଆଙ୍କ କେଳେଙ୍କାରୀ । ପୁଳା ପୁଳା ସମ୍ପତ୍ତି ଠାବ ପରେ ବାନ୍ଧିଛି ପୁଲିସ । କିନ୍ତୁ ଚୋରା ଚାଲାଣର କାର୍ପଟଦାର ଏବେ ବି ଅପହଂଚ ହୋଇ ରହିଛନ୍ତି।
ବାଲି, କଳାପଥର, ମଦ, ଗୋ-ମାଫିଆଙ୍କୁ ସାବାଡ଼ କରିବାକୁ ପଡିଛି ଛାଟ । ଗଞ୍ଜାମରେ ବାଲି ଓ ମଦ ମାଫିଆଙ୍କ ୨୫ଟି ଠିକଣାରେ ୧୭୫ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ୨.୬୩ କୋଟି ନଗଦ ଟଙ୍କା, ୧୦ରୁ ଅଧିକ ଦାମୀ କାର୍ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ। ଅନ୍ୟପଟେ କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ ଖୋର୍ଦ୍ଧାରେ ହୋଇଛି ଅପରେସନ ଗୋ-ରକ୍ଷା । କେନ୍ଦୁଝରରେ ହୋଇଥିବା ଏକ ମାମଲା ଆଧାରରେ ୫ଜିଲ୍ଲାରେ ଥିବା ଗୋ-ମାଫିଆଙ୍କ ଠିକଣାରେ ରେଡ୍ କରିଛି ପୁଲିସ ।
ବିଧାୟକ ଧରିଲେ, ବାବୁ ଛାଡ଼ିଦେଲେ : ଜବତ ଗାଡ଼ି ରୟାଲିଟି ଫାଇନ ଆଦାୟ କରି ଛାଡ଼ିଦେବା ପରେ ଉଠିଲା ପ୍ରଶ୍ନ
୧.୪୨ କୋଟି ଟଙ୍କା, କେଜିଏ ସୁନା, ୩ କିଲୋ ରୁପା, ୨୩ଟି ଚାରିଚକିଆ ଓ ୨୩ ବାଇକ୍ ଜବତ । ୫୦ କୋଟିରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଚିହ୍ନଟ । ବେଆଇନ ଗୋ-ଚାଲାଣରେ ସମ୍ପୃକ୍ତ ଥିବା ସେକ୍ ରାଜନ ସମେତ ୧୦ରୁ ଅଧିକ ଗୋ-ମାଫିଆଙ୍କୁ ଗିରଫ କରାଯାଇଛି । ଇଡ଼ି ତଦନ୍ତ ବେଳେ ତଦନ୍ତକାରୀ ଟିମ୍ ହାତରେ ଲାଗିଛି ସାଂଘାତିକ ତଥ୍ୟ। ବାଲି ଓ କଳା ପଥର ମାଫିଆଙ୍କ ପଛରେ ରହିଛି ବାହୁବଳୀଙ୍କ ହାତ। ସାମ୍ନାକୁ ନଆସି ଦେଉଥିଲେ ସୁରକ୍ଷା । ସେହିପରି ଗୋ ତସ୍କରଙ୍କ ଠିକଣାରେ ଚଢ଼ାଉ ବେଳେ ଜଣାପଡିଛି କେନ୍ଦୁଝରରୁ ଭୁବନେଶ୍ବର ଭାୟା ପଶ୍ଚିମବଙ୍ଗ ଦେଇ ବାଂଲାଦେଶକୁ ଲମ୍ବିଛି ଚେର। ଗୋ-ମାଫିଆଙ୍କ ପଛରେ ବହୁ ପୁଲିସ୍ ଅଧିକାରୀ ଓ ପ୍ରଭାବଶାଳୀ ନେତା ଥିଲେ । ମାସିକିଆ ଚାନ୍ଦା ନେଇ ଗୋମାଫିଆଙ୍କୁ ପଛରୁ ସୁରକ୍ଷା ଦେଉଥିଲେ। କିନ୍ତୁ ସେମାନଙ୍କ ପାଖରେ ପହଁଚିପାରିନି ତଦନ୍ତକାରୀ ଟିମ୍ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।ଏବେ ପ୍ରଶ୍ନ ଉଠୁଛି, ମାଫିଆଙ୍କ ପଛରେ ଥିବା ବାହୁବଳୀଙ୍କ ଠିକଣାରେ ଚଢ଼ାଉ ହେବ ତ? ମାଫିଆଙ୍କୁ ସୁରକ୍ଷା ଦେଉଥିବା ରାଜନେତା ଓ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ତ? ରାଜ୍ୟର ଅନ୍ୟ ଜିଲ୍ଲାରେ କେବେ ଚଢ଼ାଉ ହେବ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/18/31-2026-01-18-19-49-25.jpg)