ଜୁନ୍‌ରେ ଆଫ୍‌ଗାନିସ୍ତାନର ଭାରତ ଗସ୍ତ: ଗୋଟିଏ ଟେଷ୍ଟ୍‌, ୩ ଦିନିକିଆ ଖେଳିବ

Advertisment

ଭାରତ ଆଫଗାନିସ୍ତାନ ବିପକ୍ଷରେ ଗୋଟିଏ ଟେଷ୍ଟ୍‌ ଓ ୩ ଦିନିକିଆ ମ୍ୟାଚ୍‌ ଖେଳିବ ।  ଭାରତ-ଆଫ୍‌ଗାନିସ୍ତାନ ମଧ୍ୟରେ କେବଳ ଗୋଟିଏ ଟେଷ୍ଟ୍‌ ମ୍ୟାଚ୍‌ ୨୦୧୮ରେ ଖେଳାଯାଇଥିଲା ।  

ଭାରତ ଆଫଗାନିସ୍ତାନ ବିପକ୍ଷରେ ଗୋଟିଏ ଟେଷ୍ଟ୍‌ ଓ ୩ ଦିନିକିଆ ମ୍ୟାଚ୍‌ ଖେଳିବ ।  ଭାରତ-ଆଫ୍‌ଗାନିସ୍ତାନ ମଧ୍ୟରେ କେବଳ ଗୋଟିଏ ଟେଷ୍ଟ୍‌ ମ୍ୟାଚ୍‌ ୨୦୧୮ରେ ଖେଳାଯାଇଥିଲା ।  

India-vs-Afghanistan-2026

କନକ ବ୍ୟୁରୋ: ଚଳିତ ବର୍ଷ ଜୁନ୍‌ରେ ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ କ୍ରିକେଟ୍‌ ଦଳ । ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ଆଫଗାନିସ୍ତାନ ଗୋଟିଏ ଟେଷ୍ଟ୍‌ ଓ ୩ ଦିନିକିଆ ମ୍ୟାଚ୍‌ ଖେଳିବ ବୋଲି ବିସିସିଆଇ ସୋମବାର ଘୋଷଣା କରିଛି । ଏକ ମାତ୍ର ଟେ‌ଷ୍ଟ୍‌ ମ୍ୟାଚ୍‌ ଜୁନ୍‌ ୬ ତାରିଖରୁ ନ୍ୟୁଚଣ୍ଡିଗଡ଼ର ମହାରାଜା ୟାଦବିନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ । ଏଥିସହ ଏହି ଷ୍ଟାଡିୟମ୍‌ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଆୟୋଜନ କରିବାର ଗୌରବ ପାଇବ । ଏହାପରେ ଦିନିକିଆ ମ୍ୟାଚ୍‌ଗୁଡ଼ିକ ଜୁନ୍‌ ୧୪, ୧୭ ଓ ୨୦ ତାରିଖରେ ଯଥାକ୍ରମେ ଧର୍ମଶାଳା, ଲକ୍ଷ୍ନୌ ଓ ଚେନ୍ନାଇରେ ଅନୁଷ୍ଠିତ ହେବ । ଭାରତ-ଆଫ୍‌ଗାନିସ୍ତାନ ମଧ୍ୟରେ କେବଳ ଗୋଟିଏ ଟେଷ୍ଟ୍‌ ମ୍ୟାଚ୍‌ ୨୦୧୮ରେ ଖେଳାଯାଇଥିଲା । ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ‌ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ପାଳି ଓ ୨୬୨ ରନ୍‌ରେ ଜିତିଥିଲା । 

ଏହା ବି ପଢ଼ନ୍ତୁ: ସଂଖ୍ୟାରେ ଭାରତ-ଇଣ୍ଡିଜ୍‌ ସୁପର୍‌-୮ ମ୍ୟାଚ୍‌ ରେକର୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe