କନକ ବ୍ୟୁରୋ: ଜର୍ମାନୀର ଓ୍ବେସେନହାସ୍ଠାରେ ଆୟୋଜିତ ଫିଡେ ଫ୍ରିଷ୍ଟାଇଲ୍ ଚେସ୍ ବିଶ୍ବ ଚାମ୍ପିୟନସିପ୍ ବିଜୟୀ ହୋଇଛନ୍ତି ନରଓ୍ବେର ମାଗନସ୍ କାର୍ଲସନ । ସେ ଆମେରିକାର ଫାବିଆନୋ କାରୁଆନାଙ୍କୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛନ୍ତି । ୪ର୍ଥ ତଥା ଚୂଡ଼ାନ୍ତ ଗେମ୍ରେ ଡ୍ର କରିବା ସତ୍ତ୍ବେ କାର୍ଲସନ୍ ଏହି ମୁକାବିଲାକୁ ୨.୫-୧.୫ରେ ଜିତିନେଇଥିଲେ । ୩ୟ ଗେମ୍କୁ ଜିତିବା ପରେ ବିଜୟୀ ହେବା ପାଇଁ ସେ ଚୂଡ଼ାନ୍ତ ଗେମ୍କୁ ଅତିକମରେ ଡ୍ର କରିବା ଆବଶ୍ୟକ ଥିଲା । ତେବେ ଉଭୟ କାର୍ଲସନ ଓ ଆରୁଆନା ୨୦୨୭ ଫିଡେ ଫ୍ରିଷ୍ଟାଇଲ୍ ଚେସ୍ ବିଶ୍ବ ଚାମ୍ପିୟନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଏହା ବି ପଢ଼ନ୍ତୁ: ଚର୍ଚ୍ଚାରେ ଆକ୍ରାମ୍-ରୋହିତଙ୍କ ଆଲିଙ୍ଗନ
ବିଶ୍ବର ନଂ୧ ମାନ୍ୟତାପ୍ରାପ୍ତ କାର୍ଲସନ୍ଙ୍କ ପାଇଁ ଏହା ହେଉଛି ୨୧ତମ ଅନ୍ତର୍ଜାତୀୟ ଟାଇଟଲ୍ । ସେ ପୂର୍ବରୁ ଫିଡେ ଫିସର୍ ରାଣ୍ଡମ୍ ବିଶ୍ବ ଚାମ୍ପିୟନସିପ୍ ଜିତିବାକୁ ବିଫଳ ହୋଇଥିବାବେଳେ ଏହି ବିଜୟ ତାଙ୍କ ପାଇଁ ବେଶ ଗୁରୁତ୍ବ ବହନ କରୁଛି । ଅନ୍ୟପକ୍ଷରେ ନୋଡିରର୍ବେକ୍ ଅବଦୁସାତୋରୋଭ୍ ଜର୍ମାନିର ଭିନସେଣ୍ଟ୍ କେମରଙ୍କୁ ହରାଇ ୩ୟ ସ୍ଥାନ ଅଧିକାର କରିଥିଲେ । ଅବଦୁସାତୋରୋଭ୍ ମଧ୍ୟ ୨୦୨୭ ଫ୍ରିଷ୍ଟାଇଲ୍ ଚେସ୍ ବିଶ୍ବ ଚାମ୍ପିୟନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/magnus-carlsen-2026-02-16-15-11-49.jpg)