କନକ ବ୍ୟୁରୋ: ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ନିଜର ଖେଳାଳିମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି । ଏହି ନିୟମ ଅନୁସାରେ ଖେଳାଳିମାନେ ଗୋଟିଏ ବର୍ଷରେ ସର୍ବାଧିକ ୩ଟି ବିଦେଶୀ କ୍ରିକେଟ୍ ଲିଗରେ ଅଂଶଗ୍ରହଣ କରିପାରିବେ । ଏହା ସହିତ ସେମାନେ ଘରୋଇ ଟ୍ବେଣ୍ଟି-୨୦ ଲିଗରେ ଅଂଶଗ୍ରହଣ କରିବେ ଓ ଜାତୀୟ ଦଳ ପାଇଁ ଅଧିକ ସମୟ ଦେବେ ।
ଏସିବି ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ଅକ୍ଟୋବର ମାସ ବେଳକୁ ବୋର୍ଡ ପକ୍ଷରୁ ୟୁଏଇରେ ଏକ ଟ୍ବେଣ୍ଟି-୨୦ ଲିଗ୍ ଆୟୋଜନ କରାଯିବ । ଏଥିରେ ଆଫଗାନିସ୍ତାନର ୬ଟି ଘରୋଇ ଫ୍ରାଞ୍ଚାଇଜି ଅଂଶଗ୍ରହଣ କରିବେ ।
ଆହୁରି ପଢ଼ନ୍ତୁ... ଅକ୍ଷର ପଟେଲଙ୍କୁ କାହିଁକି ଖେଳାଯାଉନାହିଁ? ଟିମ୍ ମ୍ୟାନେଜମେଣ୍ଟଙ୍କୁ ଶ୍ରୀକାନ୍ତଙ୍କ ପ୍ରଶ୍ନ
ଏସିବି ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଖେଳାଳିମାନେ ପ୍ରତିବର୍ଷ ଆଫଗାନିସ୍ତାନ ପ୍ରିମିୟର ଲିଗ୍ ସମେତ ସର୍ବାଧିକ ୩ଟି ବିଦେଶୀ ଲିଗରେ ଖେଳିପାରିବେ । ଖେଳାଳିମାନଙ୍କ ଫିଟନେସ୍ ଓ ମାନସିକ ସୁସ୍ଥତା ପାଇଁ ଏପରି ପଦକ୍ଷେପ ନିଆଯାଇଛି ଯେପରିକି ସେମାନେ ଜାତୀୟ ଦଳ ପାଇଁ ସର୍ବୋତ୍ତମ ପ୍ରଦର୍ଶନ କରିପାରିବେ ।
କିନ୍ତୁ ଏସିବିର ଏହି ନିୟମ ଲାଗୁ ହେବା ପରେ ପ୍ରମୁଖ ଆଫଗାନ ଖେଳାଳିମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଉଦାହରଣସ୍ବରୂପ ରସିଦ ଖାଁ ଆଇପିଏଲରେ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଖେଳିବା ସହ ଏମଆଇ କେପଟାଉନ, ଏମଆଇ ଏମିରେଟ୍ସ ଓ ଏମଆଇ ନ୍ୟୁୟର୍କ ପକ୍ଷରୁ ଖେଳନ୍ତି । ସେହିପରି ଅନ୍ୟ ଆଫଗାନ ଖେଳାଳି ଯେପରିକି ନୁର ଅହମ୍ମଦ, ରେହମାନୁଲ୍ଲା ଗୁରବାଜ, ଏମଏମ ଗଜନଫାର, ମୁଜିବୁର ରେହମାନ ଆଦି କ୍ଷତିର ସମ୍ମୁଖୀନ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/15/afganistan-2026-01-15-13-43-30.png)