କନକ ବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କୁ ଅଦାଲତଙ୍କ ପକ୍ଷରୁ କୌଣସି ଆଶ୍ଵସ୍ତି ମିଳିନାହିଁ । ଏକ ଘରୋଇ ହସ୍ପିଟାଲରେ ନିଜର ଚିକିତ୍ସା କରାଇବା ପାଇଁ ବିକ୍ରମ କରିଥିବା ଆବେଦନକୁ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ଆଜି ଖାରଜ କରିଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିକ୍ରମ ପଣ୍ଡାଙ୍କୁ କୌଣସି ଘରୋଇ ହସ୍ପିଟାଲ ନୁହେଁ ବରଂ ବ୍ରହ୍ମପୁର ସ୍ଥିତ ଏମକେସିଜି (MKCG) ମେଡିକାଲରେ ହିଁ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ତାଙ୍କର ଆବଶ୍ୟକୀୟ ଅପରେସନ ମଧ୍ୟ ଏହି ସରକାରୀ ମେଡିକାଲରେ ହିଁ କରାଯିବ ।
ଏ ସମ୍ପର୍କରେ ବ୍ରହ୍ମପୁର ଜେଲ କର୍ତ୍ତୃପକ୍ଷଙ୍କୁ ଅଦାଲତ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିବା ବେଳେ ଅପରେସନ ଏବଂ ଚିକିତ୍ସା ସମୟରେ ବିକ୍ରମଙ୍କ ପରିବାର ଲୋକେ ସେଠାରେ ଉପସ୍ଥିତ ରହିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବାକୁ ବିକ୍ରମ ପିଟିସନ ଦାଖଲ କରିଥିଲେ, ଯାହାକୁ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି ।
ଅଧିକ ପଢ଼ନ୍ତୁ---ଜଟିଳ ହେଉଛି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମଙ୍କ ଆପତ୍ତିଜନକ ଫଟୋ ଆଣିଲା ନୂଆ ମୋଡ଼
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/19/bikram-2026-02-19-16-57-21.jpg)