କନକ ବ୍ୟୁରୋ : ଯେଉଁ ହିମାଳୟକୁ ଆମେ ବରଫର ଚାଦରରେ ଢାଙ୍କି ହୋଇ ରହିଥିବାର ଦେଖୁ, ସେହି ହିମାଳୟ ଏବେ ନିଆଁରେ ଜଳୁଛି । ଶୀତ ଋତୁରେ ଯେଉଁଠି ପ୍ରବଳ ତୁଷାରପାତ ହେବା କଥା, ସେଠାରେ ଏବେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳୁଛି । ନିକଟରେ ପ୍ରକାଶିତ ସାଟେଲାଇଟ୍ ଡାଟା ବା ଉପଗ୍ରହ ଚିତ୍ରରୁ ଏପରି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି ।
ଅଧିକ ପଢ଼ନ୍ତୁ : ଦୁର୍ବଳ ହେଉଛି କି ହିମାଳୟ? କାହିଁକି ପ୍ରତିବର୍ଷ ଘଟୁଛି ଏତେ ଅଘଟଣ?
ଜଳବାୟୁ ପରିବର୍ତ୍ତନ ବା 'କ୍ଲାଇମେଟ୍ କ୍ରାଇସିସ୍' ଯୋଗୁଁ ହିମାଳୟ ଅଞ୍ଚଳରେ ଶୀତ ଦିନେ ବର୍ଷା ଓ ତୁଷାରପାତ ପରିମାଣ ବହୁତ କମିଯାଇଛି । ଡ୍ରାଏ ଉଇଣ୍ଟର' ବା ଶୁଖିଲା ଶୀତ ଯୋଗୁଁ ପାହାଡ଼ି ଜଙ୍ଗଲଗୁଡ଼ିକ ଶୁଖିଲା କାଠିରେ ପରିଣତ ହେଉଛି, ଯାହା ଫଳରେ ସାମାନ୍ୟ ଘର୍ଷଣରେ ନିଆଁ ଲାଗି ସାରା ଜଙ୍ଗଲ ଜଳିପୋଡ଼ି ଛାରଖାର ହୋଇଯାଉଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାଟେଲାଇଟ୍ ତଥ୍ୟ ଦର୍ଶାଉଛି , ଗତ କିଛି ବର୍ଷ ତୁଳନାରେ ଏଥର ହିମାଳୟର ପଶ୍ଚିମ ଓ ମଧ୍ୟ ଭାଗରେ ବାୟୁମଣ୍ଡଳ ଅଧିକ ଶୁଷ୍କ ରହୁଛି । ସାଧାରଣତଃ ଶୀତ ଦିନେ ହେଉଥିବା ପଶ୍ଚିମା ଝଡ଼ ଦୁର୍ବଳ ହେବା କାରଣରୁ ବରଫପାତ ହେଉନାହିଁ । ଏହାଫଳରେ ମୃତ୍ତିକାରେ ଆର୍ଦ୍ରତା କମିଯାଉଛି ଏବଂ ଜଙ୍ଗଲରେ ନିଆଁ ଲାଗିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି । ଅଗ୍ନିକାଣ୍ଡ ଯୋଗୁଁ କେବଳ ଗଛଲତା ପୋଡୁନାହିଁ, ବରଂ ଏଥିରୁ ବାହାରୁଥିବା କଳା ଧୂଆଁ ବା 'ବ୍ଲାକ୍ କାର୍ବନ' ଗ୍ଲାସିୟର୍ ବା ହିମଶୈଳ ଉପରେ ଜମୁଛି । ଏହାଦ୍ୱାରା ବରଫ ଶୀଘ୍ର ତରଳିବା ଆରମ୍ଭ କରୁଛି, ଯାହା ଭବିଷ୍ୟତରେ ଭୟଙ୍କର ବନ୍ୟା ଏବଂ ଜଳ ସଙ୍କଟର ସୂଚନା ଦେଉଛି ।
ଅଧିକ ପଢ଼ନ୍ତୁ : ତରଳୁଛି ହିମାଳୟ, ୨୦୦କୋଟି ଲୋକଙ୍କ ଉପରେ ପଡିବ ପ୍ରଭାବ ? କଣ ରହିଛି ବିଶେଷଜ୍ଞଙ୍କ ମତ ଜାଣନ୍ତୁ
ପରିବେଶବିତମାନଙ୍କ କହିବା କଥା, ଯଦି ଏହି ସ୍ଥିତି ଜାରି ରହେ, ତେବେ ହିମାଳୟର ପାରିପାର୍ଶ୍ବୀକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯିବ । ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନଜୀବିକା ବିପଦରେ ପଡ଼ିବ । ବିଶ୍ୱ ତାପାୟନର ଏହି କରାଳ ରୂପ ଏବେ ହିମାଳୟକୁ ନିଜ କବଳକୁ ନେବାରେ ଲାଗିଛି । ଏହା କେବଳ ଏକ ଚେତାବନୀ ନୁହେଁ, ବରଂ ପ୍ରକୃତିର ଏକ ବଡ଼ ସଙ୍କେତ । ଏବେଠାରୁ ସତର୍କ ନରହିଲେ ଆଗାମୀ ଦିନର ଶୀତ ଆମ ପାଇଁ ଅନ୍ଧକାରମୟ ଭବିଷ୍ୟତ ନେଇ ଆସିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/himalaya-2026-01-22-21-37-43.jpg)