କନକ ବ୍ୟୁରୋ : ମୃତ୍ୟୁର ଅନ୍ୟ ନାମ ମଦ । ଏଇ ମଦ ପାଇଁ ନିୟମିତ ଯାଉଛି ଶହ ଶହ ଜୀବନ । ଆଉ ଛାରଖାର ହୋଇଯାଉଛି ପରିବାର । ଟୋପେ ମଦ ପେଟରେ ପଡ଼ିଗଲେ ମଣିଷ ଆଉ ଇନ୍ଦ୍ର ଚନ୍ଦ୍ର ମାନେନା। ଯାବତୀୟ ଅପରାଧର ମୂଳ ଏହି ମଦ । କେତେବେଳେ ମଦ ଅନ୍ୟର ଜୀବନ ନିଏ । ତ ଆଉ କେତେବେଳେ ମଦ ହିଁ ମଣିଷକୁ ଭିତରୁ କୋରି ଖାଇଯାଏ। ଫଳରେ ଅସମୟରେ ଚାଲିଯାଏ ଜୀବନ । ଆଉ ଘରର ମୁରବି ଯଦି ମଦ ପାଇଁ ପ୍ରାଣ ହରାଏ, ତାପରେ ପରିବାରର ଅବସ୍ଥା ଯେ କଣ ହେଉଥିବ ତାହା ବୋଧେ କହିବାର ଆବଶ୍ୟକତା ନାହିଁ । ଓଡ଼ିଶାର ଅନେକ ଯୁବପିଢ଼ି, ବୟୋଜ୍ୟେଷ୍ଠ, ଏମିତିକି ଶିଶୁ ବି ଆଜି ମଦ କବ୍ଜାରେ । ମଦ ପିଉଥିବା ମଣିଷର କେବଳ ଜୀବନ ନଷ୍ଟ ହୁଏନି । ପରିବାର ଲୋକ ବି ସେହି ଦୁଃଖରେ ଭାଗୀଦାର ହୁଅନ୍ତି । ସେମିତି ମଦ ପାଇଁ ଏକ ଗାଁ ହୋଇଯାଇଛି ପୁରୁଷଶୂନ୍ୟ । ମଦ ନେଇଛି ଗାଁର ପୁରୁଷଙ୍କ ପ୍ରାଣ । ମଦ ପାଇଁ ଅଭିଶପ୍ତ ଜୀବନ କାଟୁଛି ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଅଧୀନ ବନ୍ଧସାହି, ନୂଆସାହି, ସରଳିଆ ଗାଁ।
ଅଧିକ ପଢ଼ନ୍ତୁ : ମଦ କଲା ‘ମୁରବିଶୂନ୍ୟ’; ସମ୍ପୂର୍ଣ୍ଣ ମଦ ବନ୍ଦ କରିବାକୁ ସରକାରଙ୍କୁ ଆଉ କେତେ ଦିନ ଲାଗିବ ?
ମଦ ବହୁତ କିଛି ନେଇଗଲା। ପରିବାରକୁ ମୁରବିଶୂନ୍ୟ କରିଦେଲା । ସଧବା ନାରୀଙ୍କୁ ବିଧବା ସଜେଇ ଦେଲା । ପିଲାଙ୍କୁ ବାପାଛେଉଣ୍ଡ କରିଦେଲା । ଏତେ ସବୁ ପର୍ଯ୍ୟନ୍ତ ପ୍ରଶାସନର ଆଖି ଖୋଲୁନଥିଲା । ବ୍ଲକ କି ଜିଲ୍ଲା ମୁଖ୍ୟାଳୟରେ ବସୁଥବା ବିଭାଗୀୟ ବାବୁଙ୍କ କାନରେ ବିଧବା ସ୍ତ୍ରୀର କାନ୍ଦଣା ବାଜୁନଥିଲା । ଖବର ପ୍ରସାରଣ ହେବା ପରେ ଆଖି ଖୋଲିଲା, ଚେତା ପଶିଲା । ମଦ କାରଣରୁ ଏସବୁ ଗାଁ ମୁରବିଶୂନ୍ୟ ହେବା ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଭାଙ୍ଗିଛି ଅବକାରୀ ବିଭାଗର ନିଦ । ପ୍ରକାଶ ପାଇଛି ତତ୍ପରତା । ଦୁଇ ଦିନ ହେଲାଣି ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ମାତ୍ରାରେ ମଦ ଜବତ କରାଯାଇଛି । ଗତକାଲି ଚଢ଼ାଉ କରାଯାଇ ୯ହଜାର ୩ଶହ ୬୦ଲିଟର ପୋଚ ଓ ୯ଶହ ୫୫ ଲିଟର ମଦ ଜବତ କରାଯାଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ମଧ୍ୟ ବନ୍ଧସାହି, ନୂଆଗାଁ ଓ ବାଉଁଶପାଳ ଅଞ୍ଚଳରେ ଚଢାଉ କରାଯାଇ ୪ହଜାର ୫ଶହ ଲିଟର ପୋଚ ଓ ୩ଶହ ୫୫ଲିଟର ମଦ ଜବତ କରାଯାଇଛି । ଏଥିସହ ଜଣେ ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି । ସୋର ଅବକାରୀ ଅଧିକାରିଣୀ ପ୍ରଜ୍ଞା ପ୍ରିୟା ନାୟକ, ନୀଳଗିରି ଅବକାରୀ ଅଧିକାରୀ କେଶବ ଚନ୍ଦ୍ର ଦାସ, ଜିଲ୍ଲା ଅବକାରୀ ମୋବାଇଲ ଅଧିକାରୀ ହରିହର ସିଂ ଓ ଜଳେଶ୍ୱର ସାଟେଲାଇଟ ଅଧିକାରୀ ଲକ୍ଷ୍ୟ ସାଧବ ପ୍ରଧାନଙ୍କ ମିଳିତ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/08/wine-2026-01-08-16-54-57.jpg)