ଖବର ବାଜିବା ପରେ ଚେତିଲା ପ୍ରଶାସନ ; ସମାରୀଙ୍କୁ ମିଳିଲା ସାହାରା

Advertisment

ଉପାନ୍ତ ଗାଁକୁ ଯାଇ ସମାରୀଙ୍କ ଘରେ ପହଞ୍ଚିଲା ପ୍ରଶାସନ । ଖୁବ ଶୀଘ୍ର ମିଳିବ ବର୍ଦ୍ଧିତ ଭତ୍ତା ଓ ରାସନ । ସମାରୀ ଶିଶାଙ୍କ ଘରେ ପହଁଚିଲା କାଲିମେଳା ବ୍ଳକ ପ୍ରଶାସନ । ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରାଜୁ ହାଲଦାର ଓ ମାନ୍ୟମକୋଣ୍ଡା ପଂଚାୟତର ଯୋଗାଣ ସହାୟକ ଦ୍ୱିତିକୃଷ୍ଣ ମହାରଣା ପାହାଡ଼ ଉପରେ ଥିବା ସିତାପାଲୀ ଗାଁକୁ ଯାଇ ସମାରୀ ଶିଶାଙ୍କୁ ଭେଟିଛନ୍ତି ।

ଉପାନ୍ତ ଗାଁକୁ ଯାଇ ସମାରୀଙ୍କ ଘରେ ପହଞ୍ଚିଲା ପ୍ରଶାସନ । ଖୁବ ଶୀଘ୍ର ମିଳିବ ବର୍ଦ୍ଧିତ ଭତ୍ତା ଓ ରାସନ । ସମାରୀ ଶିଶାଙ୍କ ଘରେ ପହଁଚିଲା କାଲିମେଳା ବ୍ଳକ ପ୍ରଶାସନ । ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରାଜୁ ହାଲଦାର ଓ ମାନ୍ୟମକୋଣ୍ଡା ପଂଚାୟତର ଯୋଗାଣ ସହାୟକ ଦ୍ୱିତିକୃଷ୍ଣ ମହାରଣା ପାହାଡ଼ ଉପରେ ଥିବା ସିତାପାଲୀ ଗାଁକୁ ଯାଇ ସମାରୀ ଶିଶାଙ୍କୁ ଭେଟିଛନ୍ତି ।

Kanak News Impact

Kanak News Impact Photograph: (kanak news)

କନକ ବ୍ୟୁରୋ : କନକ ନ୍ୟୁଜ୍‌ର ପ୍ରଭାବ , ଖବର ବାଜିବା ପରେ ସାହାରା ପାଇଲେ ସମାରୀ ଶିଶା । ଉପାନ୍ତ ଗାଁକୁ ଯାଇ ସମାରୀଙ୍କ ଘରେ ପହଞ୍ଚିଲା ପ୍ରଶାସନ । ଖୁବ ଶୀଘ୍ର ମିଳିବ ବର୍ଦ୍ଧିତ ଭତ୍ତା ଓ ରାସନ । ସମାରୀ ଶିଶାଙ୍କ ଘରେ ପହଁଚିଲା କାଲିମେଳା ବ୍ଳକ ପ୍ରଶାସନ । ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରାଜୁ ହାଲଦାର ଓ ମାନ୍ୟମକୋଣ୍ଡା ପଂଚାୟତର ଯୋଗାଣ ସହାୟକ ଦ୍ୱିତିକୃଷ୍ଣ ମହାରଣା ପାହାଡ଼ ଉପରେ ଥିବା ସିତାପାଲୀ ଗାଁକୁ ଯାଇ ସମାରୀ ଶିଶାଙ୍କୁ ଭେଟିଛନ୍ତି । କାଗଜପତ୍ର ମାଗି ଯାଂଚ କରିଛନ୍ତି । ୨୦୨୧ ମସିହାରୁ ୮୦ବର୍ଷର ବୃଦ୍ଧା ସମାରୀ ଶିଶାଙ୍କୁ ମାସିକ ଭତ୍ତା କି ଚାଉଳ ମିଳୁନଥିବା ଜାଣିବାକୁ ପାଇଛନ୍ତି । ଏତେ ବର୍ଷ ହେଲା ଜଣେ ବୃଦ୍ଧା ସମାରୀ ଶିଶା ଓ ତାଙ୍କ ପୁଅ ମୀନ ଶିଶା କିପରି ଏହି ସବୁ ସୁବିଧାରୁ ବଂଚିତ ରହିଛନ୍ତି ତାହାର ଯାଂଚ କରିଛନ୍ତି । 

ଗାଁ ଲୋକଙ୍କୁ ସେମାନଙ୍କ କଥା ପଚାରି ବୁଝିଛନ୍ତି ଅଧିକାରୀ ମାନେ । କନକ ନ୍ୟୁଜରେ ପ୍ରକାଶ ପାଇଥିବା ଖବର ସତ୍ୟତା ଥିବାର ଅନୁଭବ କରିବା ପରେ, ତୁରନ୍ତ ୩ ମାସର ଭତ୍ତା ପ୍ରଦାନ କରାଯାଇଛି । ଅବଶିଷ୍ଟ ଭତ୍ତା ବ୍ୟାଙ୍କ ଆକାଉଣ୍ଟ ଅପଡେଟ୍ ହେବା ପରେ ପଠାଇ ଦିଆଯିବ ବୋଲି କହିଛନ୍ତି ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରାଜୁ ହାଲଦାର । ସେହିପରି ସମାରୀ ଶିଶା ଓ ତାଙ୍କ ପୁଅ ମୀନ ଶିଶାଙ୍କ ପରିବାରକୁ ମଧ୍ୟ ଖୁବ ଶୀଘ୍ର ରାସନ ଚାଉଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଯୋଗାଣ ସହାୟକ ଦ୍ୱିତିକୃଷ୍ଣ ମହାରଣା । ତେବେ ପାହାଡ଼ ଉପରେ ଥିବା ଏହି ଦୁର୍ଗମ ଗ୍ରାମରେ କନକ ନିଉଜ ପହଁଚି ଖବର ପ୍ରସାରଣ କରିବାପରେ ଖୁସି ବ୍ୟକ୍ତ କରିଛନ୍ତି ବୃଦ୍ଧା ସମାରୀ ଶିଶାଙ୍କ ସଂପର୍କୀୟ ରାଜୁ ଶିଶା । 

ଅଧିକ ପଢ଼ନ୍ତୁ---ସୁନା ପରେ ଏବେ ବଢ଼ିଲା ରୁପା ରେଟ୍ ; କେଜି ହେଲା ଅଢ଼େଇ ଲକ୍ଷରୁ ଅଧିକ

ଦିନକ ତଳେ କନକ ନ୍ୟୁଜ ଦେଖାଇଥିଲା ସମାରୀ ଶିଶାଙ୍କ ଦୁଃଖ କାହାଣୀ । କେମିତି ଭତ୍ତା ପାଇଁ ହନ୍ତସନ୍ତ ହେଉଥିଲେ ଅସହାୟ ବୃଦ୍ଧା । ବୟସ ୮୦ ଟପିଥିଲେ ବି ଅଣଦେଖା କରିଥିଲା ପ୍ରଶାସନ । ଚମ ଧୁଡ଼ୁ ଧୁଡ଼ୁ ହୋଇଗଲାଣି , ଠିକ୍‌ରେ ଚାଲି ବି ପାରୁନାହାଁନ୍ତି । ହାତରେ ବାଡ଼ି ଧରିଲେ ପାଦ ଉଠୁଛି । ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଂଚାୟତର ପାହାଡ଼ ଉପରେ ଥିବା ସୀତାପାଲୀ ଗାଁରେ ରୁହନ୍ତି ସମାରୀ ଶିଶା। ନା ମିଳୁଛି ଭତ୍ତା ନା ରାସନ ସାମଗ୍ରୀ । ସମାରୀଙ୍କୁ ମାସିକ ଭତ୍ତା ୫୦୦ ଟଙ୍କା ମିଳୁଥିଲା । ହେଲେ ୪ବର୍ଷ ହେଲା ତାହାବି ମିଳୁନଥିବା ଜାଣିବାକୁ ପାଇଥିଲେ ଆମ ପ୍ରତିନିଧି । ଏନେଇ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରିଥିଲେ କିଛି ଲାଭ ମିଳୁନଥିଲା । ତେବେ ଖୁସିର କଥା, ଖବର ବାଜିବା ପରେ ସମାରୀଙ୍କୁ ସାହାରା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe