କନକ ବ୍ୟୁରୋ; କନକ ନ୍ୟୁଜର ମହାପ୍ରଭାବ । ଖବର ବାଜିବା ପରେ ପୋଷଣ ପାଇଁ ଆସିଲା ଅନୁଦାନ। ସାରା ରାଜ୍ୟର ନବମ, ଦଶମ ଶ୍ରେଣୀ ପାଇଁ ୨୨୧ କୋଟି ୫୦ ଲକ୍ଷ ଆସିଲା ଅନୁଦାନ । ଖବର ବାଜିବା ପରେ ଆକ୍ସନରେ ରାଜ୍ୟ ସରକାର । ୫ ମାସ ହେଲା ଅନୁଦାନ ନଆସିବା ରୁ ବନ୍ଦ ହୋଇଯାଇଥିଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅର୍ନ୍ତଭୁକ୍ତ ମଧ୍ୟାହ୍ନ ଭୋଜନ । ଏହି ଏକ୍ସକ୍ଲୁସିଭ ଖବର ପରିବେଶଣ କରିଥିଲା କନକନ୍ୟୁଜ। ଆଉ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ । ସାରା ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବକେୟା ଟଙ୍କା ସହିତ ଅଗ୍ରୀମ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ରେ ଉଚ୍ଚବିଦ୍ୟାଳୟ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଯୋଡିଥିଲେ ସରକାର ।
ଅଧିକ ପଢନ୍ତୁ: କନକ ନ୍ୟୁଜର ମହାପ୍ରଭାବ, ଧରାକୋଟ ବ୍ଲକ ସୁବର୍ଣ୍ଣପୁର ଗାଁରେ ଜଳିବ ବିଜୁଳି ଆଲୁଅ
ଗତ ଏପ୍ରିଲ ୧ରେ ଏହାର ଶୁଭାରମ୍ଭ ହେଲା କିନ୍ତୁ କାର୍ଯ୍ୟକାରୀହେଉ ହେଉ ୨ ମାସ ବିତିଗଲା। ଜୁଲାଇରେ ବିଦ୍ୟାଳୟ ଗୁଡିକୁ ଅନୁଦାନ ରାଶି ଆସିଲା । ପ୍ରଥମ ଥର ପାଇଁ ଗୋଟିଏ ଛାତ ତଳେ ପ୍ରଥମରୁ ଦଶମ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଗଲା । ଗତ ଜୁଲାଇ ୧୮ ତାରିଖରେ ୫କୋଟି ୬୨ଲକ୍ଷ ୧୧୮୭ ଟଙ୍କା ଅନୁଦାନ ଆସିଥିଲା । ହେଲେ ଏହାପର ଠାରୁ ଆଉ ଅନୁଦାନ ଆସିଲାନାହିଁ । ଫଳରେ ବନ୍ଦ ହୋଇଗଲା ନବନ, ଦଶମ ଶ୍ରେଣୀଙ୍କ ମଧ୍ୟାହ୍ନ ଭୋଜନ । କିଛି କିଛି ସ୍କୁଲରେ ଧାର, କରଜ କରି ଦିଆଗଲା ମଧ୍ୟାହ୍ନ ଭୋଜନ । ଏହାକୁ ନେଇ ଗତ ୪ରେ କନକ ନ୍ୟୁଜ୍ରେ ପ୍ରସାରିତ ହୋଇଥିଲା ଏକ୍ସକ୍ଲୁସିଭ ଖବର। କନକ ନ୍ୟୁଜରେ ବାରମ୍ବାର ଖବର ପରିବେଷଣ ପରେ ଆକ୍ସନ ମୁଡରେ ରାଜ୍ୟ ସରକାର । ଯାହାକୁ ନେଇ ପିଏମ୍ ପୋଷଣ ନୋଡାଲ ଅଫିସର ରାଜ୍ୟ ର ସମସ୍ତ ଜିଲ୍ଲପାଳଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି । ୨୦୨୫-୨୬ ର ବକେୟା ଓ ଅଗ୍ରୀମ ମଧ୍ୟାହ୍ନ ଭୋଜନ ଟଙ୍କା ବାବଦକୁ ସାରା ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୨୨୧ କୋଟି , ୫୦ଲକ୍ଷ ୩୭ହଜାର୬୩୫ଟଙ୍କା ପ୍ରଦାନ କରାଯଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/09/school-2025-12-09-16-30-36.jpg)