ghost village Photograph: (KanakNews)
କନକ ବ୍ୟୁରୋ: ଭୂତ କବଳିତ ଗାଁରେ ପ୍ରଶାସନ । କନକ ନ୍ୟୁଜରେ ଭୂତ ନେଉଛି ଜୀବନ, ୫ ମାସରେ ୫ ଜଣଙ୍କ ମୃତ୍ୟୁ ଖବର ପ୍ରସାରଣ ପରେ ମାରିଗୁଡ଼ାରେ ପହଂଚିଛି ରାୟଗଡା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଆଶୁତୋଷ କୂଳକରଣୀଙ୍କ ନିର୍ଦେଶରେ ରାୟଗଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର ବାଇସିଂ ପଞ୍ଚାୟତର ମାରିଗୁଡ଼ା ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ଗତ ମାସେ ହେଲାଣି ଏହି ଗାଁ ରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ: ଭୂତକୋଠି ପାଲଟିଛି କୋଟିଏ ଟଙ୍କାର କୋଠା, ମରାମତି ମାଗୁଛି ସରକାରୀ ୟୁଥ୍ ହଷ୍ଟେଲ
ଗାଁରେ ଭୂତ ପ୍ରେତର ପ୍ରଭାବ ଦେଖିବାକୁ ମିଳୁଥିବା ଗ୍ରାମବାସୀ କହୁଥିବା ବେଳେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ୪୫ ଘର ପରିବାର । ଗାଁରେ ଚୁଲି ଜଳୁନଥିବା ବେଳେ ରାତିହେଲେ ଠେଙ୍ଗା ବାଡ଼ି ଧରି ରାତ୍ରି ଜଗୁଛନ୍ତି ଙ୍ଗାର ଯୁବକ । ମାଟିଗୁଡା ଙ୍ଗାରେ ବିଡ଼ିଓ ପହଂଚିବା ପରେ ଗାଁ ଲୋକଙ୍କୁ ବୁଝାସୁଝା କରିବା ସହ ଏହାର କିଭଳି ସ୍ଥାୟୀ ସମାଧାନ ହେବ ସେ ନେଇ ପ୍ରତିକାର କରାଯିବ ଵୋଲି ପ୍ରତିଶୃତି ଦେଇଛନ୍ତି । ଅସୁସ୍ଥ ହେଲେ ନିକଟସ୍ଥ ଚିକିତ୍ସା କେନ୍ଦ୍ର କୁ ନେଇ ପ୍ରାଥମିକ ଚିକିତ୍ସା କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଅତି ଶୀଘ୍ର ଏହି ଗାଁ ରୁ ଏହି ଅନ୍ଧ ବିଶ୍ବାସ ଜନିତ ଭୟ ଦୂର ହେବ ବୋଲି କହିଛନ୍ତି ବିଡିଓ ।
Follow Us