କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ପ୍ରଶାସନ

Advertisment

ଖବର ବାଜିଲା । ପ୍ରଶାସନ ଚେତିଲା । ଜବରଦଖଲ ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ବ୍ରହ୍ମପୁର ପ୍ରଶାସନ । ଆଜି ଆଙ୍କୁଲି ଓଭରବ୍ରିଜ୍‌ ପାର୍ଶ୍ୱ ରାସ୍ତାରେ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି

ଖବର ବାଜିଲା । ପ୍ରଶାସନ ଚେତିଲା । ଜବରଦଖଲ ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ବ୍ରହ୍ମପୁର ପ୍ରଶାସନ । ଆଜି ଆଙ୍କୁଲି ଓଭରବ୍ରିଜ୍‌ ପାର୍ଶ୍ୱ ରାସ୍ତାରେ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି

18

Photograph: (kanaknews)

କନକବ୍ୟୁରୋ : ଖବର ବାଜିଲା। ପ୍ରଶାସନ ଚେତିଲା। ଜବରଦଖଲ ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ବ୍ରହ୍ମପୁର ପ୍ରଶାସନ । ଆଜି ଆଙ୍କୁଲି ଓଭରବ୍ରିଜ୍‌ ପାର୍ଶ୍ୱ ରାସ୍ତାରେ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ।  ଆଙ୍କୁଲି ଓଭରବ୍ରିଜ୍‌ ପାର୍ଶ୍ୱ ରାସ୍ତାରେ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।  ୨୦୧୦ ମସିହାରେ ଆଙ୍କୁଲି ଓଭରବ୍ରିଜ୍‌ ନିର୍ମାଣ କାମ ଆରମ୍ଭ ହୋଇଥିଲା । ସେତେବେଳେ କିଛି ଅଂଶ ଉଚ୍ଛେଦ ହୋଇଥିଲେ ମଧ୍ୟ ଆବଶ୍ୟକ ଅଞ୍ଚଳ ସମ୍ପୂର୍ଣ୍ଣ ଖାଲି କରାଯାଇନଥିଲା ।  

ଅଧିକ ପଢନ୍ତୁ... ପର୍ଯ୍ୟଟନ ସହରକୁ ଆବର୍ଜନା ଚିନ୍ତା : ପୁରୀ-କୋଣାର୍କ ହେବେ ଡମ୍ପିଂୟାର୍ଡ ମୁକ୍ତ

୨୦୧୬ ମସିହାରେ ବ୍ରିଜ୍‌ କାମ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବ୍ରିଜ୍‌ କଡ଼ରେ ଥିବା ରାସ୍ତା ଜବରଦଖଲରେ ରହିଯାଇଥିଲା ।  ଫଳରେ ରାସ୍ତା ଅଣଓସାରିଆ ହୋଇ ପଡ଼ିଥିଲା ଏବଂ ଦୁର୍ଘଟଣା ଘଟୁଥିଲା ।  ଆଜି ଜିଲ୍ଲା ପ୍ରଶାସନ ଓ ପୁଲିସ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି ।  ଏହି ରାସ୍ତା ଦେଇ ପ୍ରତିଦିନ ପ୍ରାୟ ୪୦ ହଜାର ଲୋକ ଯାତାୟାତ କରନ୍ତି । ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା । ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୂର୍ବରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ତେବେ ଆଜିର ଉଚ୍ଛେଦ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ସମର୍ଥନ କରିଥିଲେ ।  ଜବରଦଖଲରୁ ରାସ୍ତା ସଙ୍କୀର୍ଣ୍ଣ ନେଇ ଅଞ୍ଚଳବାସୀ ଦୀର୍ଘଦିନ ଧରି ଅଭିଯୋଗ କରିଆସୁଥିଲେ । ଗତବର୍ଷ ଖବର ପ୍ରସାରଣ ପରେ କେବଳ ମାପଜୁପରେ କାମ ସୀମିତ ରହିଯାଇଥିଲା। ଏବେ ପୁଣି ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe